Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଅଗ୍ରସେନ ଭବନ ଠାରେ ପ୍ରେସ ଦିବସ ପାଳିତ

37 0

କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଗତ କାଳୀ ଜାତୀୟ ପ୍ରେସ ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି।ଏଥିରେ ମହାସଂଘ ସଭାପତି ସୁଶାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ପ୍ରେସ ଦିବସ ରେ ମୂଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂହ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ତଥା କଳାହାଣ୍ଡି ଜିଲ୍ଲା ର ବିଶିଷ୍ଟ ଲେଖିକା ଡକ୍ଟର ସୁନିତି ମୁଣ୍ଡ, ସମ୍ମାନୀତ ଅତିଥି ଭାବେ କେସିଙ୍ଗା ନଗର ପାଳ ନୃପରାଜ୍ ଯାଦବ ଯୋଗ ଦେଇଥିଲେ। ପ୍ରଥମେ ଅତିଥି ମାନେ ଗଣେଷ ଙ୍କ ପ୍ରତିମୂର୍ତ୍ତି ଠାରେ ଧୂପ,ଦୀପ ପ୍ରଜ୍ଵଳନ କରି ମଞ୍ଚାଷିନ ହୋଇ ନିଜନିଜ ର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।ମାନନୀୟ ବିଧାୟକ ସାମ୍ବାଦିକ ମାନଙ୍କୁ ଲୋକଙ୍କର ସମସ୍ୟା ଉପରେ ଗୁରୁତ୍ବ ଦେଇ ପ୍ରଶାସନ ପାଖରେ ନିଜ ଅଞ୍ଚଳ ର ସମସ୍ୟା ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ମୁଣ୍ଡ ତାଙ୍କ ବକ୍ତବ୍ୟ ରେ ସକରାତ୍ମକ ଢଙ୍ଗରେ ଲେଖା ପ୍ରକାଶ କରିବା କୁ କହିଥିଲେ । ନକରାତ୍ମକ ଲେଖା ପ୍ରକାଶ କରାଗଲେ ଛବି ନଷ୍ଟ ହୋଇଥାଏ ।

ଉଦାହରଣ ଦେଇ ସେ କହିଥିଲେ ଯେ ଏକଦା କଳାହାଣ୍ଡି କୁ ଭୋକର ଭୁଗୋଳ ଭାବରେ ଦେଶବିଦେଶରେ ଚିତ୍ରଣ କରାଯାଇଥିଲା l ଏବଂ ଏଥିରେ ଗଣମାଧ୍ୟମ ଗୁରୁତ୍ୱର ଭୂମିକା କରିଥିଲେ l ଯାହା ଫଳରେ ଏବେବି କଳାହାଣ୍ଡି ପ୍ରତି ଦେଶ ବିଦେଶ ଜନମାନସରେ ନକାରର୍ମତ ଭାବ ରହିଛି l ସେହିପରି ସମ୍ମାନୀତ ଅତିଥି ପ୍ରତ୍ୟେକ ବିକାଶ କ୍ଷେତ୍ରରେ ଗଣମାଧ୍ୟମ ର ଗୁରୁ ଦାଇତ୍ୟ ରହିଛି,ଏହା ସହ ଖବର ପ୍ରକାଶ ବେଳେ ପକ୍ଷ ପାତିତା ନକରି ଉଭୟ ପକ୍ଷର ଖବର ପ୍ରକାଶ କରିବାକୁ ପରାମର୍ଶ ଦେଇଥିଲେ lଏହି ଅବସରରେ କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଧର୍ମଗଡ଼ ବ୍ଲକ ସମାଜ ପ୍ରତିନିଧି ଲକ୍ଷଜ୍ୟୋତି ଜାଲ ଙ୍କୁ ସାମ୍ବାଦିକ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା ଓ ବାଣିଜ୍ୟ +୩ ରେ ବିଶ୍ଵ ବିଦ୍ୟାଳୟ ସ୍ଵର୍ଣ୍ଣ ପଦକ ହାସଲ କରିଥିବା କେସିଙ୍ଗା ର ଝିଅ ରିଙ୍କି ରାଏ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। । ପରେ ମହାସଂଘ ତରଫରୁ ସ୍କୁଲ ଓ କଲେଜ ରେ ଅନୁଷ୍ଠିତ ହୋଇ ଥିବା ବିଭିନ୍ନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହୋଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଡମ୍ବରୁଧର ଭୋଇ,ଯଯାତି କେଶ୍ୱରୀ ଦେଓ,ବଳରାମ ନାଏକ,ମଧୁ ସିନ୍ଦୂର,,ସଂଗ୍ରାମ କେଶ୍ୱରୀ ଦେଓ, ,ମନୋଜ ସିଂ,ପ୍ରିତେଶ୍ ପଟେଲ,ଦୟା ସୁନାନି,ଅର୍ଜୁନ ପୋଡ,ଆଗା ଜାନ୍,ବିନୋଦ ଜୈନ,ତେଜ ରାଜ ସାହୁ,ମଧୁସୂଦନ ଠାକୁର,ଶିବପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଯଯାତି କେଶରୀ ଦେଓ ମଞ୍ଚ ପରିଚାଳନା କରିଥିବା ବେଳେ ଦୟା ସୁନାନି ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ସନ୍ଧ୍ୟା ବେଲେ କେସିଙ୍ଗାର ଆର,ଏମ୍,ସି କନଫରେନ୍ସ ଗୃହ ରେ ଅନୁଧ୍ୟାନ ଦୈନିକ ଖବର ଓ ଟିଭି ଙ୍କ ଦୁଆରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ ସୁସାନ୍ତ କୁମାର ପଟେଲ ଓ କେସିଙ୍ଗାର ନଗରପାଳ ନୃପରାଜ ଯାଦବ ଯୋଗଦାନ କରିଥିଲେ। ଏହି ଅବସରରେ କେସିଙ୍ଗାର ସମାଜ ପ୍ରତିନିଧି ଯଯାତି କେଶରୀ ଦେଓ ଓ ଛଅ ଜଣଙ୍କୁ ସମ୍ମାନିତ କରାଯାଇଥିଲା।ଅନୁଧ୍ୟାନ ଖବରର ଜିଲ୍ଲା ସମ୍ବାଦଦାତା ମହାଦେବ ଖନ୍ଗଓଆଲ ଓ କେସିଙ୍ଗାର ସଂଗ୍ରାମ କେଶରୀ ଦେଓ ଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା।

 

 

Related Post

ମୁଖ୍ୟମନ୍ତ୍ରୀ ଙ୍କ ଫୋଟୋ ଚିତ୍ର ଆଙ୍କି ଚର୍ଚାରେ କୁନି ଛାତ୍ର ରିସବ

Posted by - September 22, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ ).ବୌଦ୍ଧ ଜିଲ୍ଲା କଣ୍ଟlମାଳ ନିର୍ବାଚନ ମଣ୍ଡଳୀ ର 5t ଅନ୍ତର୍ଭୁକ୍ତ ବାଉଁସୁଣୀ ଉଚ୍ଚ ବିଦ୍ୟାଳୟ ର ନବମଶ୍ରେଣୀର ଛାତ୍ର ଙ୍କ ପ୍ରତିଭା ଆଜି…

ମରୁଡି ଆଶଙ୍କା, ହାତବାନ୍ଧି ବସିଛନ୍ତି ଚାଷୀକୁଳ,୭୦ପ୍ରତିଶତ ରୁ କମ ବର୍ଷା, ୩୦% ଚାଷଜମି ପଡିଆ

Posted by - August 23, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଶ୍ରାବଣ ମାସ ସରିଲା!କିନ୍ତୁ ଚଳିତ ବର୍ଷ ଶ୍ରାବଣ ରେ ବୈଶାଖୀ ର ଖରା!ପ୍ରବଳ ଗ୍ରୀଷ୍ମ ତାପ ଯୋଗୁଁ ଧାନ ଗଛ ସବୁ ମରିବାକୁ ବସିଲାଣି!ଫଳରେ ଚାଷୀ…

ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଏବଂ ଅତନୁ ସବ୍ୟସାଚୀ ନାଏକଙ୍କୁ ସିବିଆଇ ପକ୍ଷରୁ ହାଜର ହେବା ପାଇଁ ନୋଟିସ

Posted by - January 30, 2019 0
ବିଭୁବନେଶ୍ୱର : ପୁଣି ସକ୍ରିୟ ହେଲା ସିବିଆଇ। ଚିଟ୍‌ଫଣ୍ଡ ଠକେଇ ମାମଲାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ…

ବିଶ୍ବ ଅଣ୍ଡା ଦିବସ ପାଳିତ

Posted by - October 8, 2021 0
ସୋନପୁର:(ଅଜିତ୍ କୁମାର ପୁଝାରି)ବିଶ୍ବ ଅଣ୍ଡା ଦିବସ । ଏହି ଦିବସକୁ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ପ୍ରାଣୀ ସଂପଦ ବିକାଶ ବିଭାଗ ସଭାଗୃହ ଠାରେ ପାଳନ କରାଯାଇଛି…