Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ ମାନସିକ ସୁସ୍ଥତା ଉପରେ ଆନ୍ତର୍ଜାତିକ ଆଲୋଚନାଚକ୍ର

25 0

କାନବେରା: ତା ୧୫.୧୧.୨୦୨୨, ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ମୁକୁନ୍ଦାନନ୍ଦଙ୍କର ଭାବଗର୍ଭକ ପ୍ରବଚନରେ ବିଶ୍ଵଭରି ଶ୍ରୋତାଗଣ ନିକଟରେ ଅଭିଭୂତ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଥିଲା। ଅଷ୍ଟ୍ରେଲିଆ ଓଡ଼ିଆ ସମାଜ (ଓରିଓଜ ଇଙ୍କ୍) ଦ୍ଵାରା ଆୟୋଜିତ ” ମାନସିକ ସୁସ୍ଥତା ପ୍ରତିଷ୍ଠା ” ଶୀର୍ଷକ ଆନ୍ତର୍ଜାତିକ ଆଭାସି ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସ୍ୱାମୀଜୀ, ମନର ମନସ୍ତାତ୍ତ୍ୱିକ ସତେଜତାର ବିଭିନ୍ନ ଦିଗ ଉପରେ ବିଶଦ ଭାବେ ଆଲୋକପାତ କରିଥିଲେ। ଏହି ୱେବିନାରରେ ଅଷ୍ଟ୍ରେଲିଆର ସମସ୍ତ ପ୍ରଦେଶର ଓରିଓଜ ସଦସ୍ୟ ଗଣ, ବିଶ୍ଵର ବିଭିନ୍ନ ପ୍ରାନ୍ତରୁ ପ୍ରବାସୀ ଓଡ଼ିଆ ନେତୃବୃନ୍ଦ, ୱାର୍ଲଡ ଓଡ଼ିଶା ସୋସାଇଟିର ସଦସ୍ୟ ଏବଂ ମାନ୍ୟଗଣ୍ୟ ପ୍ରବାସୀ ଭାରତୀୟ ମାନେ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିଲେ।

ବିକାରଗ୍ରସ୍ତ ମସ୍ତିଷ୍କକୁ ଠିକ୍ କରିବା ଉଦ୍ଦେଶ୍ୟରେ ସ୍ୱାମୀଜୀ ସକାରାତ୍ମକ ବିଚାର ଉଦ୍ରେକ ପାଇଁ ତିନି ଦଫାର ନିଦାନ ସୁପାରିଶ କରିଥିଲେ। ପ୍ରଥମରେ ନକାରାତ୍ମକ ଚିନ୍ତାଧାରାକୁ ପ୍ରଶୟ ନଦେଇ ଏହାଠାରୁ ଦୁରତ୍ଵ ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଥିଲେ। ଦ୍ଵିତୀୟରେ ଯେତେଦୂର ସମ୍ଭବ ମନରୁ ନିରାଶାବାଦକୁ ଦୂର କରି ଏହାର ବିକଳ୍ପ ପନ୍ଥା ଅନୁସରଣ ଓ ଅବଲମ୍ବନ କରିବାକୁ ସେ ମତ ପ୍ରକାଶ କରିଥିଲେ। ସବାଶେଷରେ ମନ ମଧ୍ୟକୁ କ୍ରମାଗତ ଭାବେ ବାରମ୍ବାର ସାକାରାତ୍ମକ ଚିନ୍ତାମାନଙ୍କୁ ଆଣି ବିଷାଦଗ୍ରସ୍ତ ଭାବନାରେ ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣଛେଦ ପଡ଼ି ମନ ପ୍ରସନ୍ନ ହେବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟାକୁ ଜାରି ରଖିବାକୁ ସ୍ୱାମୀଜୀ ଉପଦେଶ ଦେଇଥିଲେ। ମାନସିକ ସ୍ଵଚ୍ଛତାର ବିକାଶ ସକାଶେ ଆଧ୍ୟାତ୍ମିକ ଓ ଯୋଗ ବିଜ୍ଞାନର ଆଶ୍ରୟ ନେବାକୁ ସେ କହିଥିଲେ। ଚିରନ୍ତନ ଶାନ୍ତି ଏବଂ ଶାଶ୍ଵତ ସନ୍ତୁଷ୍ଟି ହାସଲ କରିବା ପାଇଁ ପାରିପାର୍ଶ୍ବିକ ବାହ୍ୟ ପରିବେଶ ଓ ତତ୍କାଳୀକ ପରିସ୍ଥିତିର ପ୍ରଭାବରୁ ଉର୍ଦ୍ଧ୍ବରେ ରହି ନିଜର ଅନ୍ତର୍ନହିତ ବୌଦ୍ଧିକତା ଏବଂ ଆତ୍ମାଗତ ବିଚାରଶକ୍ତି ଜାଗ୍ରତ କରି ମନକୁ ନିୟନ୍ତ୍ରଣ କରିବାକୁ ସ୍ୱାମୀଜୀ ଆହ୍ବାନ ଜଣାଇଥିଲେ। ସ୍ୱାମୀଜୀଙ୍କର ଦୀର୍ଘ ଏକ ଘଣ୍ଟାର ପାଣ୍ଡିତ୍ୟପୂର୍ଣ୍ଣ ଓଜସ୍ଵିନୀ ଅଭିଭାଷଣରେ ଉପସ୍ଥିତ ଦର୍ଶକ ମାନେ ମନ୍ତ୍ରମୁଗ୍ଧ ହେବା ସାଙ୍ଗକୁ ଭଗବତ ସତ୍ତାର ଅଦ୍ଭୁତତା ଓ ଅଲୌକିକତାର ସ୍ଵାଦ ସେମାନେ ଆସ୍ୱାଦନ କରିବା ଭଳି ଅନନ୍ୟ ଓ ଅବିସ୍ମରଣୀୟ ଅନୁଭୂତି ପ୍ରାପ୍ତ କରୁଥିବା ପରି ପ୍ରତୀୟମାନ ହୋଇଥିଲା।

ପ୍ରାରମ୍ଭରେ ସ୍ବାଗତ ଭାଷଣ ପ୍ରଦାନ କରି ଓରିଓଜର ସଭାପତି ଡଃ ନଳିନୀ ପତି ସମସ୍ତ ସଂଗଠକ, ଓରିଓଜର ସଦସ୍ୟଗଣ ଏବଂ ଶୁଭେଚ୍ଛୁ ସଂଗଠନ ମାନଙ୍କର ପ୍ରତିନିଧିଙ୍କୁ ସେମାନଙ୍କର ସାହାଯ୍ୟ ଓ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ କାନବେରାସ୍ଥିତ ଜଗନ୍ନାଥ ମନ୍ଦିରର ସମ୍ପାଦକ ଓ ଲିଭିଂ ବ୍ଲିସ୍ ସଂସ୍ଥାର ସଂସ୍ଥାପକ ତରୁଣ ଅଗସ୍ତି ଶାନ୍ତି ପାଠ କରିଥିଲେ। ଶ୍ରୀ ଅଗସ୍ତି ସ୍ବାମୀ ମୁକୁନ୍ଦାନନ୍ଦଙ୍କର ଆଧ୍ୟାତ୍ମିକ ଉତ୍କୃଷ୍ଟତାର ଭୂରିଭୂରି ପ୍ରଶଂସା କରିଥିଲେ।
ସମାବେଶକୁ ସମ୍ବୋଧନ କରି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଓରିଓଜ ଓ ଏହାର କରିତକର୍ମା ସଭାପତି ଡଃ ନଳିନୀ ପତିଙ୍କୁ, ଏଭଳି ଏକ ସମୟୋପଯୋଗୀ ତଥା ଉପାଦେୟ ୱେବିନାର ଆୟୋଜନ କରିଥିବାରୁ ସାଧୁବାଦ ଜଣାଇଥିଲେ। ଅଂଶଗ୍ରହଣକାରୀ ମାନେ ଆଜିର ଚର୍ଚ୍ଚା ଆଲୋଚନା ଦ୍ଵାରା ବେଶ ଉପକୃତ ହୋଇପାରିବେ ବୋଲି ଶ୍ରୀ ଦ୍ବିବେଦୀ ଆଶାପ୍ରକଟ କରିଥିଲେ।

ଡଃ ନଳିନୀ ପତିଙ୍କ ଦ୍ଵାରା ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ମାନସିକ ସୁସ୍ଥତା ସମ୍ପର୍କରେ ପ୍ରଦାନ କରାଯାଇଥିବା ଦୀକ୍ଷାନ୍ତ ଭାଷଣ ୱେବ ଅଧିବେଶନର ସ୍ଵତନ୍ତ୍ର ଆକର୍ଷଣ ଥିଲା। ଜଣେ ପ୍ରତିଷ୍ଠିତ ଚିକିତ୍ସାବିତ ଭାବରେ ଆନ୍ତର୍ଜାତିକ ସ୍ତରରେ ଖୁବ ସୁନାମ ଅର୍ଜନ କରିଥିବା ଡଃ ପତି, ତାଙ୍କର ବକ୍ତବ୍ୟରେ ମସ୍ତିଷ୍କ ଉର୍ବରତା ସମ୍ବନ୍ଧୀୟ ଡାକ୍ତରୀ ବ୍ୟାଖ୍ୟାକରଣର ବିଭିନ୍ନ ଦୃଷ୍ଟିକୋଣ ସମ୍ପର୍କରେ ବେଶ ପ୍ରାଞ୍ଜଳ ଓ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ମାନସିକ ବିକାରର ଉତ୍ପତ୍ତି ଏବଂ ସମଗ୍ର ଶରୀର ଉପରେ ଏହାର ଘୋର କୁପ୍ରଭାବ ସମ୍ପର୍କରେ ଡଃ ପତି ଟିକିନିଖି ଭାବେ ଆଲୋଚନା କରିଥିଲେ। ବିଶେଷକରି କୋଭିଡର ପରବର୍ତ୍ତୀ ପର୍ଯ୍ୟାୟରେ ଏହି ବିପଦଜନକ ବେମାରୀର ଭୟାବହତା ଏବଂ ଏଥିରୁ ନିଷ୍କୃତି ପାଇବାର ଉପାୟ ଉପରେ ସେ ଦୃଷ୍ଟିପାତ କରିଥିଲେ। ଡଃ ପତିଙ୍କ ଭାଷାରେ, ମଣିଷ ଶରୀର ମାନସିକ ଚାପକୁ ସ୍ୱଳ୍ପକାଳ ପାଇଁ ବରଦାସ୍ତ କରିପାରିଥାଏ। ଏହା ଅଧିକ ଦିନ ଧରି ଲାଗି ରହିଲେ ମାରଣାତ୍ମକ ସ୍ଥାପିତ ହୋଇଥାଏ। କେବଳ ମାନସିକ ଅସନ୍ତୋଷ ୩୩% ହୃଦଘାତର ସମ୍ଭାବନାକୁ ବଢାଇ ଦେଇଥାଏ। ସୁତରାଂ ମସ୍ତିଷ୍କଗତ ସ୍ଵାସ୍ଥ୍ୟବସ୍ଥାକୁ ଉତ୍ତମ ଭାବରେ ପରିଚାଳନା କରି ଉନ୍ନତମାନର ମାନସିକ ସୁସ୍ଥତା ହାସଲ କରାଯାଇ ପାରିଲେ ଶରୀରରେ ଉତ୍ପାଦକ ଶକ୍ତି ବୃଦ୍ଧି ପାଇବା ସହିତ ମଣିଷର ଆଭିମୁଖ୍ୟ ଶାଣିତ ଏବଂ ସବୁସ୍ତରରେ ପ୍ରଦର୍ଶନ ଉଚ୍ଚକୋଟୀର ଗୁଣବତ୍ତା ସମ୍ପନ୍ନ ହେବା ନିଧାର୍ଯ୍ୟ ବୋଲି ଡଃ ପତି ସୂଚାଇ ଥିଲେ।


ରାଉରକେଲା ସ୍ଥିତ ଇ.ଏସ.ଆଇ ଡାକ୍ତରଖାନାର ମୁଖ୍ୟ ଡଃ ଅର୍ଚ୍ଚନା ବାରିକ ସମଗ୍ର ଡିଜିଟାଲ ମଞ୍ଚକୁ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ। ଉପସ୍ଥିତ ବରେଣ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବାଦଲ ପାଢ଼ୀ, ତାପସ ସେନାପତି, ବିଘ୍ନରାଜ ମହାନ୍ତି ଏବଂ ପ୍ରିତିଶ ରଂଜନ ଦାଶ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଏହି ୱେବିନାରର ବ୍ୟାପକ ସଫଳତା ପଛରେ ଅଜୀତ ମୁଦ୍ଦୁଲି, ଆୟୁଷ ତ୍ୟାଗୀ ଏବଂ ଓରିଓଜର କାର୍ଯ୍ୟକାରୀ କମିଟିର ସମସ୍ତ ସଦସ୍ୟଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।

Related Post

ରାଜ୍ୟର ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା କଥା ସଂସଦରେ ଉଠାଇଲେ ସାଂସଦ ସୁରେଶ ପୁଜାରୀ

Posted by - December 10, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ଲୋକସଭା ରେ ଓଡ଼ିଶା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି କଥା ଉଠାଇଛନ୍ତି ସାଂସଦ ସୁରେଶ ପୁଜାରୀ । ଲୋକସଭା ରେ ଆଜି ସାଂସଦ…

ଅଜଣା ରୋଗରେ ପୀଡ଼ିତ ହେଲେ କଂଗ୍ରେସ ନେତା, ଭାଷଣ ଦେଇ ମନ ଜିଣୁଥିବା ସିଦ୍ଧୁ ଆଉ ହୁଏତ କହି ପାରିବେ ନାହିଁ କଥା!

Posted by - December 7, 2018 174
ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ପଞ୍ଜାବ ନେତା ନବଜୋତ ସିଂହ ସିଦ୍ଧୁ ଏକ ଅଜଣା ରୋଗରେ ପୀଡିତ ହୋଇଛନ୍ତି, ତାଙ୍କ ବରାବର ସ୍ୱାସ୍ଥ୍ୟ ଯାଞ୍ଚ ଚାଲିଛି। ମନଜିଣା…

ସର୍ବ ଭାରତୀୟ ଗବେଷଣାତ୍ମକ ନିବନ୍ଧରେ ବରଗଡ ଛାତ୍ରଙ୍କ କୃତିତ୍ୱ

Posted by - November 18, 2021 0
ବରଗଡ/ଅତାବିରା:ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଦ୍ୱାରା ଆୟୋଜିତ କୋଭିଡ ନିୟନ୍ତ୍ରଣରେ ପ୍ଲାଜ୍ମା ଓ ଲେଜରର ପ୍ରୟୋଗ ଶିର୍ଷକ ଗବେଷଣାତ୍ମକ ନିବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଷ୍ଟ୍ରିୟ…

ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲଙ୍କ ଇସ୍ତଫା

Posted by - July 4, 2019 5
ନୂଆଦିଲ୍ଲୀ ୩।୭:  ଜାତୀୟ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ବୁଧବାର ସ୍ପଷ୍ଟ ହୋଇଯାଇଛି। ତାଙ୍କ ଇସ୍ତଫା ପତ୍ରର ନକଲ ଗଣମାଧ୍ୟମ ସମ୍ମୁଖକୁ ଆସିଛି। ଗତ…