ମଉଲା ଭଣଜା ଏକ ଦିବସିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

46 0

ସମ୍ବଲପୁର: ୧୫/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କୁର୍ଲା ଖେଲ ପଡିଆ ଠାରେ ଜେଏସଡ୍ଲୁ ଫାଉଣ୍ଡେସନ ଅନୁଦାନରେ ଏକ ଦିବସିୟ ୧୦ମ ମଉଲା ଭଣଜା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ଜେଏସଡ୍ଲୁ କମ୍ପାନୀର ସିଏସଆର ମୁଖ୍ଯ ବିଶାଳ ରାଜ,ମେନିଜର ପିୟୁଷ ମାହାନ୍ତି,ସୁବ୍ରତ ତ୍ରିପାଠୀ,ଶ୍ଯାମ ମେଟାଲିକ୍ସ ଆଣ୍ଡ ଏନାର୍ଜି ଲିମିଟେଡ ବରିଷ୍ଠ ଅଧିକାରୀ ଗୋପାଳ ଶର୍ମା,ରେଙ୍ଗାଲି ବିଜେଡି ବ୍ଲକ ସଭାପତି ଅଶୋକ ଗୁରୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ।ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଅଞ୍ଚଳରୁ ୮ଟି ଫୁଟବଲ ଟିମ ଯୋଗ ଦେଇ ଚିତାକର୍ଷକ ଖେଲ ପ୍ରଦର୍ଶନ କରିଥିଲେ। ଫାଇନାଲ ମ୍ୟାଚ ମାଝି ବ୍ରଦର୍ସ ବେଲପାହାଡ ଏବଂ ଗୋଲ୍ଡେନ କ୍ଲବ ଉବୁଡା ମଧ୍ଯରେ ଅନୁଷ୍ଠିତ ହୋଇଥିଲା।

ଖେଳ ଶେଷ ପର୍ଯ୍ୟନ୍ତ କେହି କାହାକୁ ଗୋଲ ଦେଇ ନପାରିବାରୁ ଶେଷରେ ଟ୍ରାଇବେକର ଜରିଆରେ ୧/୦ ଗୋଲରେ ମାଝି ବ୍ରଦର୍ସ ଦଲ ଚମ୍ପିୟାନ ହୋଇ ଥିଲେ। ଉଦଯାପନୀ ଉତ୍ସବରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ହିମାଂଶୁ ଶେଖର ମିଶ୍ର, ଡା.ସନ୍ତୋଷ କୁମାର ସିଂ,ବିଶ୍ବକେସନ ବିଶ୍ୱାଳ,ସାଳଡ ସରପଞ୍ଚ ସତ୍ଯନାରାୟଣ ମହାନନ୍ଦିଆ, ଫିରୋଜ ବାଗ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଚମ୍ପିୟାନ ଦଳକୁ ୧୫ ହଜାର ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରିଥିବା ବେଲେ ଉପବିଜେତା ଦଳ ଗୋଲ୍ଡେନ କ୍ଲବକୁ ୧୦ ହଜାର ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ।ଗିରିସ ଚନ୍ଦ୍ର, ରାମଜି ମାଝୀ,ରାମ ସିନ୍ଦ୍ରିଆ,କାର୍ତ୍ତିକ ଦାସ,କ୍ରିଷ୍ଣା ଦାସ,ସଂଜୟ କୁମାର ମିର୍ଦ୍ଧା, ଡୋଲାମଣି କିସାନ ପ୍ରମୁଖ ରେଫରି ମାନେ ଖେଲ ପରିଚାଲନା କରିଥିଲେ। ସନ୍ତୋଷ ଖଡିଆ,ପଦ୍ମନ ଖଡିଆ,ରାମ ନାଥ ଖେଲ ପରିଚାଲନାରେ ସହଯୋଗ କରିଥିଲେ।

Related Post

ଦଧିବାବନ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଜ୍ଞାନ,ଗଣିତ ଏବଂ ପରିବେଶ ମେଳା

Posted by - December 13, 2019 0
ଭୂବନେଶ୍ୱର: ତା,(୧୧.୧୨.୧୯) ଭୂବନେଶ୍ୱରର ରଘୁନାଥପୁର ଠାରେ ଥିବା ଦଧିବାବନ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଏକ ବିଜ୍ଞାନ,ଗଣିତ ଏବଂ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି ।…

ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ମିନି ମାରାଥନ ଦୌଡ ପ୍ରତିଯୋଗୀତା

Posted by - August 30, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ରାଜ୍ୟ ସ୍ତରୀୟ ମିନି ମାରାଥନ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ।…

ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପ୍ ରେ ଭାଗ ନେବେ ଲାଲୁ, ଓଡିଶା କ୍ରୀଡ଼ାରେ ସ୍ରୁଷ୍ଟି କଲେ ଏକ ମାଇଲ ଖୁଣ୍ଟ

Posted by - May 30, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକର ଲାଲା ପ୍ରସାଦ ଭୋଇ ଓଡିଶା କ୍ରୀଡା ଜଗତରେ ସୃଷ୍ଟି…

ପ୍ରମୋଦ ଭଗତଙ୍କୁ ୧ କୋଟି ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

Posted by - November 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଗୋଲଡେନ ବୟ ପ୍ରମୋଦ ଭଗତ ଙ୍କୁ ୧କୋଟି ୧୦ଲକ୍ଷ ଟଙ୍କାର ଚେକ ଦେଲା ସମ୍ବଲପୁର ଜୀବନ ବୀମା ନିଗମ।ଟୋକିଓ ପାରା ଅଲିମ୍ପିକ  ୨୦୨୦ ବେଡ଼ମିଣ୍ଟନ…