ସରକାରୀ ଯୋଜନା ରୁ ଯୋଜନ ଦୂରରେ ହାଡ଼ସିଲ୍ ପୁରୁଣା ପଡ଼ା ଗ୍ରାମବାସୀ, ସରକାରୀ ଯୋଜନା ପଲଟିଛି ସାତ ସପନ

43 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ଦେଶ ଓ ଜନତାର ବିକାଶ ଡିଣ୍ଡିମ ପିଟୁଥିବା ବେଳେ ସ୍ଵାଧୀନତା ର ଦୀର୍ଘ ଦଶନ୍ଧି ପରେ ମଧ୍ଯ ଲୋକେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳା ର ଶିକାର ହେଉଛନ୍ତି ନିରିହ ଜନସାଧାରଣ। ଏହିଭଳି ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଅନ୍ତର୍ଗତ ବଣପାହାଡ ଘେରା ହାଡ଼ସିଲ୍ ପୁରୁଣାପଡ଼ାରେ ।

ଆଦିବାସୀ ଲୋକ ମାନଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଯୋଜନା ଵର୍ତମାନ ମଧ୍ଯ ଅପହଞ୍ଚ ଲୋକଙ୍କ ପାଖରେ । ସରକାର ଗ୍ରାମାଞ୍ଚଳ ଲୋକମାନଙ୍କ ପାଇଁ କୋଟି କୋଟି ଟଙ୍କା ର ବ୍ୟୟ ବରାଦ କରି ଅନେକ ଯୋଜନା ମାନ ପ୍ରସ୍ତୁତ କରୁଛନ୍ତି, କିନ୍ତୁ ଶାସକ ଦଳ ନେତା ଓ ପ୍ରଶାସନ ର ଅବହେଳା କାରଣରୁ ପହଞ୍ଚିପାରୁନି ଯୋଜନା। ପ୍ରାୟ ୩୦ ରୁ ୪୦ ଘର ବସବାସ କରୁଥିବା ଏହି ଗ୍ରାମରେ ଭୋଟର ଙ୍କ ସଂଖ୍ୟା ପ୍ରାୟ ୧୫୦ ହେବ, ଆଜିକୁ ପ୍ରାୟ ୬୦/୭୦ ବର୍ଷ ଧରି ଅବସ୍ଥାପିତ ଗାଁ ରାସ୍ତା ଦେଇ ଇନ୍ଦିରାବତୀ ଯୋଜନା କାମ ଚାଳୁଥିବା ସମୟରେ ଅନେକ ବଡ଼ ବଡ଼ ଗାଡି ଜୟପାଟଣା ନବରଙ୍ଗପୁର କୁ ଯିବା ଆସିବା କରୁ ଥିଲା ଏହି ରାସ୍ତା ଅନେକ ଗ୍ରାମ କୁ ସଂଯୋଗ କରୁଛି ।ହେଲେ ଗାଆଁ ଅବସ୍ଥା କହିଲେ ନ ସରେ ।

ଗ୍ରାମ ର ମୁଖ୍ୟ ସମସ୍ୟା ରାସ୍ତା ଘାଟ ର ଅସୁବିଧା, ନା ଅଛି ଭଲ ରାସ୍ତା ଟେ, ପାହାଡିଆ ପଥର ରାସ୍ତା ଉପରେ ରେ ଲୋକ ମାନଙ୍କ ଯାତାୟତ ଗାଁ – ପାନୀୟ ଜଳ ର ସମସ୍ୟା, ନ କହିବା ବି ଭଲ ଗାଁବାସୀ ପାହାଡର ଝରଣା ଜଳ ବ୍ୟବହାର କରି ଜୀବନ ବଞ୍ଚାଉଛନ୍ତି, ବର୍ଷା ଦିନେ ଗୋଳିଆ ପାଣି ବ୍ୟବହାର କରି ଅନେକ ରୋଗ ବ୍ୟାଧି ପିଡିତ ହେଉଛନ୍ତି, ଏ ମାନଙ୍କ ପାଇଁ ସରକାର ଙ୍କ ବସୁଧା ଯୋଜନା ସାତ ସପନ।ଅବ୍ୟବସ୍ଥା ରେ ଶିକ୍ଷା ବ୍ୟବସ୍ଥା ଛୋଟ ଛୋଟ ପିଲା ଛୁଆ ପଢ଼ିବା ପାଇଁ ନା ଅଛି , ଅଙ୍ଗନୱାଡ଼ି, ନା ଅଛି ବିଦ୍ୟାଳୟ। ଦୀର୍ଘ ୨୨ବର୍ଷ ଓଡିଶା କୁ ଶାସନ କରୁଥିବା ଶାସକ ଦଳ ଶାସନ ଗାଦିରେ ଥାଇ ମଧ୍ୟ ଶାସକ ଦଳର କୌଣସି ଜନପ୍ରତିନିଧି ଙ୍କ ପାଦ ପଡି ନାହିଁ ଗ୍ରାମରେ ।

ଏପର୍ଯ୍ୟନ୍ତ ଜିଲ୍ଲା ପରିଷଦ, ବିଧାୟକ , କିମ୍ବା ସାଂସଦ କାହାରି ବି ଗାଁ ପ୍ରତି ପରିଦର୍ଶନ ତ ଦୂରର କଥା ସାମାନ୍ୟ ସମ୍ବେଦନଶୀଳ ମନୋଭାବ ମଧ୍ଯ ଦୃଷ୍ଟି ଗୋଚର କୁ ଆସିନାହିଁ। ହାତ ପାହାନ୍ତାରେ ଭାରତବର୍ଷର ଲୋକେ ଉଡାଜାହାଜ ର ସୁବିଧା ପାଉଥିବା ବେଳେ ସ୍ଵାଧୀନତା ର ଦିର୍ଘ ଦଶନ୍ଧି ପରେ ମଧ୍ଯ ନ୍ୟାର୍ଯ୍ୟ ଅଧିକାର ରୁ ବଞ୍ଚିତ ହାଡ଼ସିଲ ଗ୍ରାମବାସୀ ମାନଙ୍କୁ ସମ୍ବିଧାନ ଓ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ବିକାଶ ଦାୟିତ୍ଵ ନେଇଥିବା ମାନ୍ୟବର ବିଧାୟକ ପ୍ରଦୀପ ଦିଶାରୀ ଙ୍କ ଦୃଷ୍ଟି କେବେ ପଡିବ ଦେଖିବାକୁ ବାକି ରହିଲା।

Related Post

ପଦ୍ମଶ୍ରୀ ନନ୍ଦ ସାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ

Posted by - December 7, 2021 0
ଭୁବନେଶ୍ୱର- ପଦ୍ମଶ୍ରୀ ନନ୍ଦ ସାର୍‌ ଇହଲୀଳା ସମ୍ବରଣ କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଗତ କିଛିଦିନ ଧରି ତାଙ୍କୁ ଯାଜପୁର ଡୁବୁରୀସ୍ଥିତ ଏକ ଘରୋଇ…

କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଜୁନିଅର ମହିଳା ବିଶ୍ୱକପ୍‌ ଲୋଗୋ

Posted by - September 10, 2022 0
ଭୁବନେଶ୍ୱର: (ପାୟଲ ରାଉତ)କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଜୁନିଅର ମହିଳା ବିଶ୍ୱକପ୍‌ ଲୋଗୋ ।ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡୟମରେ ସକାଳ ୧୧.୫୫ ମିନିଟ୍ ସମୟ ରେ Federation…

୭୨ ତମ ସାଧାରଣ ତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

Posted by - January 22, 2021 0
ନୀଳଗିରି: ୨୧/୦୧/୨୦୨୧(ସୌମ୍ୟା ସାଇ ବାରିକ୍)୭୨ ତମ ଉପଖଣ୍ଡ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ, ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସୂଚନା…

୨୨ ତାରିଖରେ ଜନତା କର୍ଫ୍ୟୁ, ସକାଳ ୭ରୁ ରାତି ୯ ଘରେ ହିଁ ରୁହନ୍ତୁ:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Posted by - March 19, 2020 38
ନୂଆଦିଲ୍ଲୀ, ୧୯।୩ : ପ୍ରାଣଘାତୀ କରୋନା ଭାଇରସ୍‌ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଗୁରୁବାର ଏହା ଆଉ ଏକ ମୁଣ୍ଡ ଗଡ଼ାଇ ଥିବାବେଳେ ମୃତ୍ୟୁସଂଖ୍ୟା ୪କୁ…

ଯାଜପୁର ପ୍ରଶାସନ ବଦଳାଇଲା ରଣନୀତି ,୩ଟି ବ୍ଲକର ୭ଟି ପଂଚାୟତର ୧୩ଟି ଗାଁ କୁ କଂଟେନମେଂଟ ଜୋନ ଘୋଷଣା

Posted by - April 21, 2020 239
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲାରେ ଗତକାଲି ଗୋଟିଏ ଦିନରେ ୫ ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ଚନ୍ତା ବଢ଼ିଯାଇଛି…