କେନ୍ଦୁଝର,୨୩/୧୦ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ହାତିକୁଚ଼ା ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନମେଳା ରେ ପୋଷାକ ଜୋତା ମୈାଜା ପ୍ରଦାନ କରାଯାଇଛି।ପ୍ରାଧାନ ଶିକ୍ଷକ ଶରତ ଚ଼ନ୍ଦ୍ର ସେଠୀ ଙ୍କ ଅଧ୍ୟକ୍ଷତା ଏହି ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା।ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୦୨ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଦୁଇହଳ ଲେଖାଏଁ ପୋଷାକ ଏକହଳ ଜୋତା ସହ ଦୁଇ ହଳ ମୈାଜା ଦିଆଯାଇଛି।ମୁଖ୍ୟ ଅତିଥିଭାବେ ବିଦ୍ୟାଳୟ ପରିଚ଼ାଳନା କମିଟିର ସଭାପତି ପ୍ରମିଳା ମହାନ୍ତ ଉପସ୍ଥିତ ରହି ପୋଷାକ ବିତରଣ କରିଥିଲେ।ସଜୀବ କୁମାର ସାହୁ,ଅଭିମନ୍ୟୁ ଦାସ,ବିନୋଦିନୀ ମହାନ୍ତ,ବୈଜୟନ୍ତୀ ମହାନ୍ତ,ମନାଲିସା ଜେନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ।
Facebook Notice for EU!
You need to login to view and post FB Comments!