ପ୍ରଥମଥର ମାଓ ପ୍ରବଣ ଅଞ୍ଚଳ ଫୁଲଡୁମେରକୁ ଗସ୍ତ କଲେ ଜିଲ୍ଲାପାଳ,ବିଭିନ୍ନ ସମସ୍ୟାକୁ ନେଇ ଆଦିବାସୀଙ୍କ ସହ କଲେ ଅଲୋଚନା

51 0

ନର୍ଲା :(ଅମିୟ କୁମାର ଦାସ) ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ଓ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି ସରକାର । ହେଲେ ଏହି ଯୋଜନା ଦୁର୍ଗମ ଅଞ୍ଚଳବାସୀଙ୍କ ନିକଟରେ ପହଞ୍ଚି ପାରୁଛି କି ନାହିଁ ତାହାର ସ୍ଥିତି ପରଖିବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷାରେଡ୍ଡି ଲାଞ୍ଜିଗଡ ବ୍ଲକର ନିୟମଗିରି ପାଦଦେଶରେ ଥିବା ମାଓ ପ୍ରବଣ ଅଞ୍ଚଳ ତ୍ରିଲୋଚନପୁର ପଞ୍ଚାୟତର ଫୁଲଡୁମେର ଗାଁକୁ ଗସ୍ତ କରିଥିଲେ । ସେଠାରେ ବସବାସ କରୁଥିବା ଡଙ୍ଗରୀଆ ଓ ଝରଣୀଆ ଆଦିବାସୀ ମାନେ କିଭଳି ଚଳୁଛନ୍ତି ତାଙ୍କର ବଞ୍ଚିବା ଶୈାଳି କେମିତି ସରକାରଙ୍କ ବିଭିନ୍ନ ମୈାଳିକ ସୁବିଧା ପାଇ ପାରୁଛନ୍ତି କି ନାହିଁ ସେ ନେଇ ଡଙ୍ଗରୀଆ ଓ ଝରଣୀଆ ଆଦିବାସୀଙ୍କ ସହ ଆଲୋଚନା କରିଥିଲେ ।

ପ୍ରଥମ କରି ଜଣେ ଜିଲ୍ଲାପାଳ ଏହି ଅଞ୍ଚଳକୁ ଗସ୍ତ କରିଥିବା ବେଳେ ଦୁର୍ଗମ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲୋହରୀ ଖେଳି ଯାଇଥିଲା । ନିୟମଗିରୀ ଉପରେ ବସବାସ କରୁଥିବା ହରିଡାଗୁଡା,କୁନାକାଡୁ,ପାଲବେରୀରେ ରହୁଥିବା ଆଦିବାସୀ ମାନେ ଫୁଲଡୁମେର ଠାରେ ଏକତ୍ରୀତ ହୋଇ ଜିଲ୍ଲାପଳଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ । ସ୍ୱାଧିନତାର ଦୀର୍ଘବର୍ଷ ପରେ ମଧ୍ୟ କୈାଣସି ଜିଲ୍ଲାପାଳ ଏହି ମାଓପ୍ରବଣ ଅଞ୍ଚଳକୁ ପାଦ ପକାଇନଥିବା ବେଳେ ପ୍ରଥମ ଥର ପାଇଁ ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡି ଏହି ଅଞ୍ଚଳକୁ ଗସ୍ତକରି ଲୋକଙ୍କ ସମସ୍ୟା ବୁଝିବା ପାଇଁ ଚେଷ୍ଟା କରିଛନ୍ତି । ଫୁଲଡୁମେରରେ ନିର୍ମାଣ ହେଉଥିବା ଗୋଟାରୀ ହଷ୍ଟେଲକୁ ମଧ୍ୟ ସେ ପରିଦର୍ଶନ କରିଥିବା ବେଳେ ଏହି ଅଞ୍ଚଳରେ କଣ ସବୁ ସମସ୍ୟା ଅଛି ଲୋକେ ସରକାରଙ୍କ ମୈାଳିକ ସୁବିଧାରୁ କିଭଳି ବଞ୍ଚିତ ନହେବେ ସେ ନେଇ କାମ କରିବା ପାଇଁ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ନିର୍ଦ୍ଧେଶ ଦେଇଥିଲେ ।

ନିୟମଗିରୀର ଅପରୁପ ସୈାନ୍ଦର୍ଯ୍ୟକୁ ଦେଖି ସେ ପ୍ରଶଂସା କରିଥିବା ବେଳେ ପରେ ସେ ତ୍ରିଲୋଚନପୁରକୁ ଗସ୍ତ କରି ଅଙ୍ଗନବାଡି କେନ୍ଦ୍ରରେ ଚାଲିଥିବା ପ୍ରାକ ବିଦ୍ୟାଳୟ କାର୍ଯ୍ୟକ୍ରମ, ବିକେନ୍ଦ୍ରିକରଣ ଓ ଗର୍ଭବତୀ ମହିଳା ମାନଙ୍କୁ ଛତୁଆ ଓ ଅଣ୍ଡା କେମିତି ବଣ୍ଟନ ହେଉଛି ତାହାର ତଦାରଖ କରିଥିଲେ । କିଛି ସମୟ ଅଙ୍ଗନବାଡି ଶିଶୁ ମାନଙ୍କ ସହ ବିତାଇବା ପରେ ତ୍ରିଲୋଚନପୁର ପଞ୍ଚାୟତ କାର୍ଯ୍ୟାଳକୁ ଗସ୍ତ କରି ପଞ୍ଚାୟତ କୋଠା ଓ ସ୍କୁଲ ରୁପାନ୍ତିକରଣ କାର୍ଯ୍ୟ ତଦାରଖ କରିଥିଲେ । ସେଭଳି ଲାଖବାହାଲି,ବେନଗାଁ ଓ ଭଟ୍ଟାଙ୍ଗପଦର ସ୍କୁଲକୁ ଗସ୍ତକରି ବିଭିନ୍ନ ସମସ୍ୟା ଉପରେ ଅଲୋଚନା କରିଥିଲେ । ଏହି ଗସ୍ତରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର,ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର,କୁଟିଆକନ୍ଧ ଉନ୍ନୟନ ସଂସ୍ଥା ପ୍ରକଳ୍ପ ମ୍ୟାନେଜର ଲୋମ୍ବଧର ପ୍ରଧାନ,ତ୍ରୀଲୋଚନପୁର ସରପଞ୍ଚ ଲକ୍ଷ୍ମୀ ମାଝୀ,ଯନ୍ତ୍ରୀ ଗଲୋକ ବିହାରୀ ଭୋଇ,ତ୍ରୀଲୋଚନପୁର ନିର୍ବାହି ଅଧିକାରୀ ତାପସ ସାହୁ ପ୍ରମୁଖ ଏହି ଗସ୍ତରେ ସାମିଲ ଥିଲେ ।

Related Post

ବିସ୍ଫୋରକ ସୂଚନା ସହ ଓଡିଶା ସରକାରଙ୍କୁ ଚେତାବନୀ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ

Posted by - October 22, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ରାଜ୍ୟର ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ପ୍ରତିବାଦରେ ସ୍ଵର କୁ ଶାଣୀତ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାର, ମଣିପୁର, ମିଜୋରାମ୍ ପ୍ରଦେଶ…

ଆଜି ଆକ୍ରାନ୍ତ ୧୬୫,ସୁସ୍ଥ ହେଲେ ୧୫୩ ଜଣ,ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୯୭

Posted by - June 19, 2020 0
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୧୫୩ ଆକ୍ରାନ୍ତ ସୁସ୍ଥ ହେବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ…

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ତିନି ଦଫା ଦାବି ପତ୍ର ପ୍ରଦାନ

Posted by - November 20, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ମିଳିତ ପ୍ରାଥମିକ ମହାସଂଘ (ନୂତନ ପେନସନ ଯୋଜନାଭୁକ୍ତ )ଆହ୍ନାନ କ୍ରମେ ଟିଟିଲାଗଡ଼ ପ୍ରାଥମିକ ଶିକ୍ଷକ ସଂଘ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ…

ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସମ୍ପାଦିକା ସିମନ୍ତିନୀ ଜେନା ବଡଚଣା ରେ ନିର୍ବାଚନ ଲଢିବେ

Posted by - March 25, 2019 207
ଭୁବନେଶ୍ବର :୨୫ /୦୩ /୧୯ ଯାଜପୁର ଜିଲା ବଡଚଣା ନିର୍ବାଚନ ମଣ୍ଡଳୀରେ ବିଜେପି ଅମର ନାୟକଙ୍କୁ ପ୍ରାର୍ଥୀ କରିଛି । ଫଳରେ ପୁରୁଣା ବିଜେପି କର୍ମୀ ଏହାକୁ…

ଜନଶୁଣାଣୀ ଶିବିରରେ ଜନ ଅସନ୍ତୋଷ

Posted by - November 16, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ଉପାନ୍ତ ଅଞ୍ଚଳ ଓ ଦୁର୍ନତୀ ର ଗନ୍ତାଘର ବୋଲାଉଥିବା ଥୁଆମୁଳରାମପୁର ବ୍ଲକ ର ଜନଶୁଣାଣି…