ଶିକ୍ଷା ନଗରୀ ବୁର୍ଲାରେ ଯୁବକଙ୍କୁ ନିର୍ମମ ହତ୍ୟା

37 0

ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ବୁର୍ଲା ସହରରେ ଯୁବକଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପ୍ରଥମେ ଅପହରଣ ପରେ ଯୁବକ ମାଡ ମାରି ବୁର୍ଲା ପେଟ୍ରୋଲ ପମ୍ପ ନିକଟରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ବୁର୍ଲା ସହର ରେ। ତେବେ ପ୍ରବଳ ମାଡ ଯୋଗୁଁ ଯୁବକଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି । ତେବେ ପେଟ୍ରୋଲ ପମ୍ପ ନିକଟରୁ ଯୁବକର ମୄତଦେହ ଉଦ୍ଧାର କରି ବୁର୍ଲା ପୋଲିସ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ଯୁବକ କୁ ମୃତ ଘୋଷଣା କରିଥିବା ଜଣାପଡିଛି ।

ମୃତ ଯୁବକ ଜଣକ ହେଲେ ସମ୍ବଲପୁର ବିଶ୍ବବିଦ୍ଯାଳୟ ନିକଟର ରାମ ମେହେର । ସୂଚନା ଅନୁସାରେ ତାଙ୍କୁ ଅପହରଣ କରି ଦୁଇ ଜଣକ ଯୁବକ ବାଇକରେ ବସାଇ ନେବା ସହ ମାଡ ମାରି ପେଟ୍ରୋଲ ପମ୍ପ ନିକଟରେ ଫିଙ୍ଗି ଦେଇଥିଲେ । ତେବେ ଆଜି ସକାଳୁ ପୋଲିସ ଯୁବକଙ୍କୁ ଉଦ୍ଧାର କରିଥିଲା । ତେବେ ଅପହରଣର କାରଣ ସ୍ପଷ୍ଟ ହୋଇନାହିଁ । ଘଟଣା ସ୍ଥଳରେ ବୁର୍ଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Post

ଡକାୟତି ଉଦ୍ୟମ ମାମଲାରେ ତିନି ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ‌‌ ‌‌ ‌ ‌

Posted by - June 16, 2022 0
‌‌ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଜୟପୁର ସହରରେ ଦକାୟତି ଉଦ୍ୟମ ମାମଲାରେ ପୋଲିସ୍ ଦ୍ଵାରା ଗିରଫ୍ ହୋଇଥିବା ତିନି ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ୍ ହୋଇଥିବା…

ଶିକ୍ଷକଙ୍କ ହତ୍ୟାକାରୀ ପାଗଳ ନଥିଲା :ମୃତକ ଙ୍କ ସ୍ତ୍ରୀ

Posted by - December 28, 2021 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ତୁରେଇ ଘାଟି ଗ୍ରାମରେ ଗତ ୨୪ ତାରିଖ ରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଏସସିଡ଼ି ସେଣ୍ଟରରେ ରକ୍ତଦାନ ଶିବିର ଏବଂ ଦିବ୍ୟାଙ୍ଗଙ୍କ ସହ କେକ କାଟି ଜନ୍ମ ଦିନ ପାଳିଲେ ମନ୍ତ୍ରୀ

Posted by - October 17, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଓଡ଼ିଶାର ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ଓ ପାଞ୍ଚ ପାଞ୍ଚ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା…

ଅଷ୍ଟସମ୍ଭୁ ସରଣ୍ଡା ର ଶ୍ରୀ ଶ୍ରୀ ବାବା ବିଶ୍ୱେଶ୍ୱର ଶୈବ ପିଠରେ ଚୋରୀ ଅଭିଯୋଗ

Posted by - November 21, 2021 0
ବରଗଡ/ଅତାବିରା:ବରଗଡ ଜିଲ୍ଲାର ବର୍ତ୍ତମାନ ପରିସ୍ଥିତି ଅତି ସାଂଘାତିକ ।ଚୋରୀ ,ଡକାୟତି,ହତ୍ୟା,ଆଦି ଅସାମାଜିକ ଘଟଣା ବାରମ୍ବାର ସାମ୍ନା କୁ ଆସୁଥିବାବେଲେ ନିକଟରେ ତୋରା ଗ୍ରାମର ଯୁବକ ଗୋବିନ୍ଦ କୁମ୍ଭାର…