Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ନାହିଁ ନାହିଁର ଗାଁ ସୁନାମୁଦି , କିଏ ଛଡାଇବ ସୁନାମୁଦିର କଳଙ୍କ ?

27 0

ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ମୂଳରୁ ମାଇପ ନାହିଁ ପୁଅ ନାମ ଗୋପାଳିଆ’ ଏଭଳି ଗପର କାହାଣୀ ପରି ସତ କଥାର ନିଆରା ବିକାଶ ପ୍ରତିଫଳିତ ହୋଇଛି ଜମନକିରା ବ୍ଲକରେ। ଅଥଚ ନେତା ଅଧିକାରୀ କେହି ଦେଖିନଥିବା ସୁନାମୁଦିରେ ଏବେ ଲାଗିଲାଣି କଳଙ୍କ। ତେବେ ଏ କଳଙ୍କ ଛଡାଇବ କିଏ ତାକୁ ନେଇ ଉଠିଲାଣି ପ୍ରଶ୍ନ ।ଏଭଳି ପ୍ରଶ୍ନ ଉଠାଇଛନ୍ତି ଜଣେ ସାମାଜିକ କର୍ମୀ ।କର୍ମୀଙ୍କ ସୁଚନା ମତେ ସୁନାମୁଦି ଗୋଟିଏ ଗାଁ । ହାତ ପାହାନ୍ତାରେ ପଞ୍ଚାୟତ ଥାଇବି ୩୦ କିମି ଦୂର କୁଲୁଣ୍ଡି ପଞ୍ଚାୟତ ଉପରେ ନିର୍ଭରଶୀଳ ସେମାମଙ୍କ ତୃଣ ମୂଳ ଜୀବନ । ଗାଁରେ ଅଙ୍ଗନୱାଡି ଘର ଟିଏ ନାହିଁ,ସେମାନେ ନିର୍ଭର କରନ୍ତି ପ୍ରାଥମିକ ଶିକ୍ଷା ପାଇଁ ଅନ୍ୟ ପଞ୍ଚାୟତରେ । ପିଇବା ପାଣି ତାଙ୍କ ସ୍ୱପ୍ନ ସାଜିଥିଲେବି ଭାରତ ସ୍ୱାଧିନତା ପରେ କୌଣସି ସରକାର ଛାତିରେ ହାତ ଛୁଇଁ ପ୍ରମାଣ ସହିତ କହିପାରିବେନି ସୁନାମୁଦିକୁ ଆମେ ପାଣି ଦେଇଛୁ । ଯେଉଁ ଗୋଟିଏ ନଳକୂପ ଥିଲା ତାହା ଅଚଳ ହୋଇ ପଡିଥିଲେବି ଏହାକୁ ସଚଳ କରିବାକୁ କାହା ଭାଗ୍ୟରେ ଉଦୟ ହୋଇନି ।

ଏଭଳି ନିରାଟ ସତ କଥା ଭିତରେ ଲୁଚି ରହିଛି ସୁନାମୁଦିର ଭାଗ୍ୟ । କିନ୍ତୁ ସେହିଗାଁର ନିରିହ ଜନତାଙ୍କୁ ପାରାଙ୍କୁ ମୁଠେ ଫିଙ୍ଗି ନିଜେ ନିଜକୁ ମହାନ ଭାବୁଥିବା ସୌଦାଗର କିନ୍ତୁ ସୁନାମୁଦିକୁ ନେଇ ମାଲେମାଲ ଅଥଚ ଏଇଗାଁକୁ ମୂଳରୁ ରାସ୍ତା ନଥାଇ ବିକାଶ ନାମରେ ରାସ୍ତା ବ୍ରିଜ ନାମରେ ଲକ୍ଷାଧିକ ଟଙ୍କାର ଆତ୍ମସାତ ହେଉଥବା ଭଳି ସତ ଘଟଣାର ଗୁମର ଖୋଲିବ କିଏ ବୋଲି ଯେଉଁ ପ୍ରଶ୍ନ ଉଠିଛି ତାର ସାମ୍ନା କରିବାକୁ କେହି ଆଗଭର ହେଉ ନଥିଲେବି ତୋର ଅଧେକୁ ମୋର ଅଧେରେ ନିତିରେ ବିକାଶ ବାଟବଣା ହୋଇଯାଇଥିବା ସୁନାମୁଦିହିଁ ଜ୍ୱଳନ୍ତ ଉଦାହରଣ ବୋଲି ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ।ନାକଟିଦେଉଳର କିସିଣ୍ଡା ପଞ୍ଚାୟତ ୩ କିମି ଯୁଯୋମୁରା ବ୍ଲକର ଟାମ୍ପରଗଡ ଓ ମେଘପାଳ ୧୨ ରୁ ୧୫ କିମି ପଡୁଥିଲେବି ସେମାନଙ୍କୁ ୩୦ କିମି ଦୂରବର୍ତ୍ତୀ ଜମନକିରା ବ୍ଲକର କୁଲୁଣ୍ଡି ପଞ୍ଚାୟତ ସହିତ ରଖିବା କାରଣ କ’ଣ ବୋଲି ଡା.ଷଡଙ୍ଗୀ ପ୍ରଶ୍ନ କରି ସେମାନଙ୍କ ମୌଳିକ ସମସ୍ୟାକୁ ଏଯାଏ କୌଣସି ସହୃଦୟ ନେତା ଅବା ଅଧିକାରୀ ଦେଖି ନଥିବାରୁ ମୋ ସରକାର ନାମରେ ନେତା ଠିକାଦାର ଅପାରଗ ପ୍ରଶାସନିକ ଅଧିକାରୀଙ୍କୁ ହାତ ଦୁର୍ନୀତିରେ କିଭଳି ଲିପ୍ତ ଅଛନ୍ତି ସୁନାମୁଦି ଦେଖି ଆସିଲେ ଜାଣିବେ ବୋଲି କହିଛନ୍ତି।

ଏପରିକି ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିର ବି ଦୂରୁପୋଯୋଗ ହେଉଥିବା ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି ।ଅବସର ପ୍ରାପ୍ତ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ପରିଷଦର ଅଧ୍ଯକ୍ଷ ଥାଇବି ସୁନାମୁଦିକି କୌଣସି ଠୋସ୍ ରାସ୍ତା ନିର୍ମାଣ କରିବାକୁ ଯୋଜନା ନଥାଇ ସୁନାମୁଦି ଗାଁକୁ ରାସ୍ତା ନିର୍ମାଣ ପାଇଁ ସରେଇପାଲି ଠାରେ ୧୦ ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁରୀରେ ଏ ବ୍ରିଜ ହେଲା ବୋଲି ସେ କେବଳ ପ୍ରଶ୍ନ କରି ନାହାଁନ୍ତି ବରଂ ଉଭୟ କଡରେ ଧାନ ଚାଷ ହୋଇଥିବା ସେ ଦେଖିବାକୁ ପାଇଛନ୍ତି ଓ ଯାହାର ଫଟୋଚିତ୍ରକୁ ସେ ଲୋକ ଲୋଚନକୁ ଆଣୁଛନ୍ତି ବୋଲି କହିଛନ୍ତି । ଜମନକିରା ପଞ୍ଚାୟତ ସମିତି ଏହାର କାର୍ଯ୍ୟନିର୍ବାହି ସଂସ୍ଥା ଓ ଏହା ଗତ ତା ୦୮।୦୬।୨୦୨୨ରୁ ଆରମ୍ଭ ହୋଇଥିବା ଦର୍ଶାଯାଇଥିଲେବି କାର୍ଯ୍ୟ ଶେଷ ତାରିଖର କୌଣସି ସୂଚନା ଦିଆଯାଇନି । ଏଭଳି କ୍ଷେତ୍ରରେ କାର୍ଯ୍ୟ ନିର୍ବାହୀ ସଂସ୍ଥାର ସ୍ୱଚ୍ଛତା ପ୍ରତି କେବଳ ଦାଗ ଲାଗୁନି ବରଂ ମୋ ସରକାର ପ୍ରତି ଏହା ଏକ ବଡ କଳଙ୍କ ବୋଲି ଯାହା ଜନସାଧାରଣ କହୁଛନ୍ତି ତାହାକୁ ସେ କେମିତିବା ବିଶ୍ୱାସ କରିବେନି ବୋଲି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

କେବଳ ଏତିକିରେ କଥା ରହିନି ସୁନାମୁଦିକୁ ଗୋଟିଏ ପାଖରୁ ସଂରକ୍ଷିତ ଜଙ୍ଗଳ ଓ ପାହାଡ ପ୍ରତିବନ୍ଧକ ସାଜିଥିବା ବେଳେ ଅନ୍ୟପଟେ ରେକର୍ଡ ଜମି ଓ ମାଳତି ଯୋର ପ୍ରତିବନ୍ଧକ ହୋଇ ଠିଆ ହୋଇଛି । ଏଭଳି କ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ ଯୋଜନା ନଥାଇ ଓ କୌଣସି ସୂଚନା ଫଳକ ଦିଆନଯାଇ କିଭଳି ରାସ୍ତା ନିର୍ମାଣ ପାଇଁ ମାଟି ପଡୁଛି ଏହା ଅଞ୍ଚଳବାସୀଙ୍କୁ ଲୁଚାଇବା ଉଦ୍ଦେଶ କଣ ହୋଇପାରେ ? ନିରିହ ଆଦିବାସୀ ଓ ସଂଖ୍ୟାଲଘୁ ଜାତିର ସରଳତାକୁ ନେଇ ସୁନାମୁଦିର ବିକାଶ ପରି ବିଭିନ୍ନ ଗ୍ରାମାଞ୍ଚଳରେ ଏଭଳି ବିକାଶ ଚାଲିଥିବା ନେଇ ଗ୍ରାମବାସୀ ଆପତ୍ତି ଅଭିଯୋଗକୁ ଆଧାରକରି ନିଜେ ପ୍ରତ୍ୟକ୍ଷ ଦେଖିବା ପରେ ପ୍ରଶାସନ ଓ ସରକାରଙ୍କ ନଜରକୁ ନେଇ ସୁନାମୁଦିକୁ ପ୍ରକୃତ ନ୍ୟାୟ ଦେବାକୁ ସେ ନିବେଦନ କରୁଥିବା କହିଛନ୍ତି ।

Related Post

ବୌଦ୍ଧ ଜ଼ିଲ୍ଲା ବିଜୁ ମହିଳା ଦଳ ସାଙ୍ଗଠନିକ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Posted by - October 30, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ରିଖ ବୌଦ୍ଧ ସଦର ବ୍ଲକ ମୁଣ୍ଡାପଡା ପଂଚାୟତ ପରିସରରେ ବୌଦ୍ଧ ଜିଲ୍ଲା ବିଜୁ ମହିଳା ଜନତା ଦଳ ସାଙ୍ଗଠନିକ ବୈଠକ ଜିଲ୍ଲା ସଭାନେତ୍ରୀ ଜସ୍ମିନ ପ୍ରଧାନ ଅଧ୍ୟକ୍ଷତା…

ଟିଟିଲାଗଡ ଲାୟନ୍ସ କ୍ଲବକୁ ଲାୟନ୍ସ ୩୨୨ସି୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କ ଆଗମନ

Posted by - April 20, 2022 0
ଟିଟିଲାଗଡ଼: (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରି କିଛି ପ୍ରୋଜେକ୍ଟକୁ ଉଦଘାଟନ କଲେ ଡିଜି ଶ୍ରୀ ରାକେଶ ସିଂ। ଡିଷ୍ଟ୍ରିକ୍ଟ…

ଦର ଦାମ ବୃଦ୍ଧି ପ୍ରତିବାଦ ରେ ମହିଳା ବିଜୁ ଜନତା ଦଳର ବିଶାଳ ରାଲି

Posted by - November 3, 2021 0
ମୁନିଗୁଡା(ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ବିଷମକଟକ ଠାରେ ମହିଳା ବିଜୁ ଜନତା ଦଳ ତରଫରୁ ନିର୍ବାଚନ ମଣ୍ଡଳୀର ହଜାର ହଜାର ମହିଳା କେନ୍ଦ୍ର ସରକାରଙ୍କ ତୈଳଦର ଓ ରନ୍ଧନ…