ବୌଦ୍ଧ ଜିଲ୍ଲାରେ ମାଣ୍ଡିଆ ରଥର ଶୁଭାରମ୍ଭ

24 0

ବୌଦ୍ଧ : ( ଚିତ୍ତ ରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଠାରେ ଓଡିଶା ମିଲ୍ଲେଟ୍ସ ମିଶନ ତରଫରୁ ମାଣ୍ଡିଆ ଦିବସ ଉପଲକ୍ଷେ ଚାରିଦିନିଆ ମାଣ୍ଡିଆ ରଥ ଶୁଭାରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରାଙ୍କ ଦ୍ଵାରା ଆନୁଷ୍ଠାନିକ ଭାବରେ ପତାକା ଦେଖାଇ ସମସ୍ତ ତିନୋଟି ବ୍ଲକ ନିମନ୍ତେ ତିନିଗୋଟି ମାଣ୍ଡିଆ ରଥ ଗୁଡିକୁ ଶୁଭାରମ୍ଭ କରାଯାଇଛି । ଜିଲ୍ଲାର ସମସ୍ତ ଗ୍ରାମଗ୍ରାମ ଯାଇ ରଥ ମାଣ୍ଡିଆର ଚାଷ ଓ ତାର ଉପକାରିତା ବିଷୟରେ ପ୍ରଚାର କରିବ । ଆଗାମୀ ଦିନରେ ମାଣ୍ଡିଆ ଜାତୀୟ କ୍ଷୁଦ୍ର ଶସ୍ୟ କୁ ପ୍ରତ୍ୟେକ ପରିବାରରେ ଖାଦ୍ୟ ଓ ପାନୀୟ ଭାବରେ ସର୍ବାଦୃତ କରିବାପାଇଁ ଓଡିଶା ସରକାରଙ୍କ ଏକ ଅଭିନବ କାର୍ଯ୍ୟକ୍ରମ ଅଟେ, ଏହାଦ୍ୱାରା ରାଜ୍ୟରୁ କୁପୋଷଣ ଦୂର ହୋଇପାରିବ ସହିତ ଲୋକମାନେ ସ୍ୱାସ୍ଥ୍ୟବାନ ହେବେ ବୋଲି ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ, କୃଷି ଅଧିକାରୀ ଶ୍ରୀ ନାରାୟଣ ମହାନନ୍ଦ ବୌଦ୍ଧ, ଜିଲ୍ଲା ଓଡିଶା ମିଲ୍ଲେଟ୍ସ ମିଶନ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଦିବ୍ୟଜ୍ୟୋତି ପ୍ରକାଶ, ମିଶନ ଶକ୍ତି ସଂଯୋଜକ ଶ୍ରୀ ଦେବଦତ୍ତ ମିଶ୍ର, ଅତିରିକ୍ତ ପରିଯୋଜନା ନିର୍ଦେଶକ ଆତ୍ମା ଶ୍ରୀ କମଳାକାନ୍ତ କଟାରୀ, ଓଡ଼ିଶା ମିଲ୍ଲେଟ୍ସ ର ବନବିହାରୀ ଠାକୁର, ଲୋକକଳା ବିକାଶ କେନ୍ଦ୍ରର ଦୁଖୀଶ୍ୟାମ ନାୟକ ଓ ନୀତିଶ କୁମାର, ୱାଇସିଡିଏ ର ଗୌରୀଶଙ୍କର ଥାଟି, ଅରୁଣ ପ୍ରଧାନ, ମାନସରଞ୍ଜନ ପ୍ରଧାନ, ବିଶ୍ୱ ଯୁବ କେନ୍ଦ୍ରର ସୁମନ କୁମାର ତଥା ସମସ୍ତ ଗୋଷ୍ଠୀ ସଂଯୋଜକବୃନ୍ଦ, ମିଶନ ଶକ୍ତି ର ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ସଦସ୍ୟା ଗଣ ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଓ କର୍ମଚାରୀମାନେ ଯୋଗଦାନ କରିଥିଲେ। ଏହା ବ୍ୟତୀତ ଜିଲ୍ଲା ସଂଗ୍ରହାଳୟ ଠାରେ ଏକ ମିଲେଟ ଷ୍ଟଲ ଖୋଳାଯିବ ବୋଲି ମିଲେଟ ମିଶନ ସଂଯୋଜକ କହିଥିଲେ l

Related Post

ଗୁଞ୍ଜର କୋରନା ସଂକ୍ରମିତ ପରିବାରକୁ ସହାୟତା

Posted by - July 15, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) ଜାତୀୟ ସ୍ତରୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଞ୍ଜ ର ସହାୟତାରେ, ସ୍ଥାନୀୟ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବଣ ଧୂଳିର ଫୁଲ ଦ୍ବାରା, ନୀଳଗିରିର ଆଦିବାସୀ ଅଧୁସିତ ଅଞ୍ଚଳ,…

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଚାନକ ସ୍କୁଲ ପରିଦର୍ଶନ

Posted by - January 22, 2020 451
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଅଚାନକ ଯାଜପୁର ଜିଲ୍ଲା ବଡ଼ଚଣା ଅଂଚଳ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ବଡ଼ଚଣା ଶିକ୍ଷା…

ଦୈନିକ ଖବର କାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନବଳଙ୍କ ୮୮ ତମ ଜୟନ୍ତୀ ପାଳିତ

Posted by - November 11, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଦୈନିକ ଖବର କାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନବଳଙ୍କ ୮୮ ତମ ଜୟନ୍ତୀ ପ୍ରଦ୍ୟୁମ୍ନବଳ ସ୍ମୃତି ସଂସଦ ପକ୍ଷରୁ ଯାଜପୁର ଟାଉନରେ ପାଳିତ ହୋଇଯାଇଛି ,ସ୍ମୃତି ସଂସଦର ସଭାପତି ଶିଶିର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ଲୋବାଲ ପିିସ ଫାଉଣ୍ଡେସନର ଅଧ୍ୟକ୍ଷ ଡା ରାଜକିଶୋର ପଣ୍ଡା,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବଳଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ ତାଙ୍କର ନିର୍ଭିକ ସାମ୍ବାଦିକତା କୁ ଆଜିର ପିଢ଼ି ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଥିଲା । ଏହି ଅବସରରେ ବିଭିନ୍ନ ସଂଗଠନ ଓ ବହୁ ବୁଦ୍ଧିଜିବି ଯୋଗ ଦେଇଥିଲେ ।  

ମନ୍ଦାରୀ ପଂଚାୟତର ୩ ପ୍ରକଳ୍ପ ବିଧାୟିକାଙ୍କ ଦ୍ୱାରା ଉଦ୍‌ଘାଟନ

Posted by - August 17, 2020 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଧିନ ମନ୍ଦାରୀ ପଂଚାୟତରେ ସୋମବାର ୩ଟି ପ୍ରକଳ୍ପକୁ ବିଧାୟିକା ସୁନନ୍ଦା ଦାସ ଫିତାକାଟି ଶୁଭ ଉଦ୍‌ଘାଟନ କରିଛନ୍ତି ।…

ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ

Posted by - July 27, 2020 60
ଯାଜପୁର ଅଫିସ: ତା ୨୭ା୭ : ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ ସୋମବାର ପୂର୍ବାହ୍ନରେ ଜିଲ୍ଳ୍‌ା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା ।…