Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଡିସେମ୍ବର ୨ ରୁ ସପ୍ତଦଶ ବୌଦ୍ଧ ପୁସ୍ତକମେଳା

43 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ ) ଆସନ୍ତା ଡିସେମ୍ବର ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବୌଦ୍ଧଠାରେ ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ସପ୍ତଦଶ ବୌଦ୍ଧ ପୁସ୍ତକମେଳା ଆୟୋଜନ କରିବାପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ କାର୍ଯ୍ୟାଳୟଠାରେ ସଭାପତି ଦିବ୍ୟଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରାରମ୍ଭରେ ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ ପୁସ୍ତକମେଳାକୁ ଆକର୍ଷଣୀୟ କରିବାପାଇଁ ନିଜନିଜର ପ୍ରସ୍ତାବ ଦେବାକୁ ଉପସ୍ଥିତ ଫୋରମର ସଦସ୍ୟମାନଙ୍କୁ ଓ ସହଯୋଗୀ ଅନୁଷ୍ଠାନ ମାନଙ୍କ ଠାରୁ ମତାମତ ଆହ୍ୱାନ କରିଥିଲେ ।ବୈଠକରେ ବିଭିନ୍ନ ପ୍ରସ୍ତାବକୁ ଆଲୋଚନା କରାଯାଇ ଚୂଡାନ୍ତ କରାଯାଇଥିଲା । ପ୍ରାଥମିକସ୍ତରରୁ ଆରମ୍ଭକରି ମହାବିଦ୍ୟାଳୟ ସ୍ତରୀୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତା ବ୍ଲକ ଓ ଜିଲ୍ଲାସ୍ତରରେ ଆୟୋଜନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସେହିପରି ପ୍ରତିବର୍ଷ ଭଳି ଚଳିତ ପୁସ୍ତକମେଳା ଅବସରରେ ରାଜ୍ୟସ୍ତରରେ ବାର୍ତ୍ତାବହ ସମ୍ମାନ ଓ ପୁସ୍ତକମେଳା ସମ୍ମାନ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯିବ । ବାର୍ଷିକ ସ୍ମରଣିକା ‘ବୌଦ୍ଧ ବାର୍ତ୍ତାବହ’ ମଧ୍ୟ ପ୍ରକାଶ ପାଇବ । ଆଜିର ବୈଠକରେ ଫୋରମର ସଦସ୍ୟ ଓ କର୍ମକର୍ତ୍ତାଙ୍କ ସମେତ ନାଗରିକ କମିଟି ସଂପାଦକ ବିଶେଶ୍ୱର ପୃଷ୍ଟି, ନୀଳଚକ୍ର ସାହିତ୍ୟ ସଂସଦର ସଭାପତି ସଞ୍ଜୟ କୁମାର ପଣ୍ଡା, ମାରୁୱାଡି ସୋସାଇଟି ପକ୍ଷରୁ ସୁନ୍ଦର ପ୍ରକାଶ ଅଗ୍ରୱାଲା, ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ସଂପାଦକ ରଘୁନାଥ ଷଡଙ୍ଗୀ, ଜିଲ୍ଲା ଚେସ୍‌ ଆସୋସିଏସନ ସଂପାଦକ ଶଙ୍କର ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ପୁସ୍ତକମେଳା ମଞ୍ଚରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ଦିନ ଆଲୋଚନାଚକ୍ର ଅନୁଷ୍ଠିତ ହେବାସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଶେଷରେ ଆବାହକ ସତ୍ୟଜିତ୍‌ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ପବିତ୍ର ମକର ସଂକ୍ରାନ୍ତିରେ ବାବା ବରୁଣେଶ୍ୱରଙ୍କ ପୀଠ ହୋଇ ଉଠିଛି ଚଳଚଂଚଳ

Posted by - January 15, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏଥିପାଇଁ ଯାଜପୁର ଜିଲା ବିଂଝାରପୁର ବ୍ଲକ ଅରେଇ ଠାରେ ଥିବା ବାବା ବରୁଣେଶ୍ୱରଙ୍କ ପୀଠ ହୋଇ…

ମହାତ୍ମାଗାନ୍ଧୀଙ୍କ ୧୫୦ ବର୍ଷ ପୂର୍ତି ଉତ୍ସବ ପାଳନ

Posted by - February 8, 2020 340
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସାରାଦେଶରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ ବର୍ଷ ପୂର୍ତି ଉତ୍ସବ ପାଳନ କରାଯାଉଥିବା ବେଳେ ଯାଜପୁରରେ ଅନୁଷ୍ଠିତ ହୋଇଥିଲା ଏକ ନିଆରା କାର୍ଯ୍ୟକ୍ରମ ।…

ଆଜି ପବିତ୍ର ମକର ସଂକ୍ରାନ୍ତି, ଚାରିଆଡ଼େ ଉତ୍ସବ ମୁଖର

Posted by - January 14, 2019 0
ମକରକୁ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଅଟ୍ରି ଉଷ୍ଣପ୍ରସ୍ରବଣ ପରିସରରେ ମାନସିକଧାରୀଙ୍କ ଗହଳି ଦେଖିବାକୁ ମିଳିଥିବା…

ମୋଟୋର ସାଇକେଲ ଦୁର୍ଘଟଣା ରେ ଜଣେ ମୃତ

Posted by - May 31, 2022 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ସକାଳ ପ୍ରାୟ 6,30ରୁ 7,00ଘଣ୍ଟ ସମୟ ମଧ୍ୟରେ କୁରଲୁଘାଟି ନିକଟରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି ସୂଚନା ଅନୁଯାୟୀ, ଉଦୟପୁର ଗ୍ରାମର,, ଯୋହନ…

କୃଷକ ଉତ୍ପାଦକ ସଂଗଠନ ତ୍ରୟମାସିକ ସମୀକ୍ଷା ବୈଠକ

Posted by - May 18, 2022 0
ସୋନପୁର:(ଅଜିତ କୁମାର ପୂଜାହାରି)ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ନାବାର୍ଡ଼ ଅନୁଦାନ ପ୍ରାପ୍ତ କୃଷକ ଉତ୍ପାଦକ ସଂଗଠନମାନଙ୍କର ତ୍ରୟମାସିକ ବୈଠକ ଆଜି ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ…