ଖପ୍ରାଖୋଲ ଅଂଚଳ ରେ ଟମାଟୋ ଚାଷ ରେ ଝାଉଁଳା ରୋଗ ଚିନ୍ତା ରେ ଚାଷୀ

45 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଂଚଳ ର କେତେକ ଚାଷ ଜମିରେ ଟମାଟୋ ଚାଷ ରେ ଝାଉଁଳା ରୋଗ ଦେଖିବାକୁ ମିଳିଛି I ଯାହା ଫଳରେ ଟମାଟୋ ଫସଲ ନଷ୍ଟ ହେଵା ସହିତ ଚାଷୀ ଙ୍କ ଦୁଇ ପଇସା ପାଇବା ଆଶା ଆଶା ରେ ରହିଯାଉଛି I ଖପ୍ରାଖୋଲ ବ୍ଲକ ସଦର ଗାଁ ର ଚାଷୀ ସନ୍ତୋଷ ଗଡ଼ତ୍ୟା ନିଜ ଚାଷ ଜମିରେ ପ୍ରାୟ ଅଧ ଏକର ଜମିରେ ଟମାଟୋ ଚାଷ କରିଥିବା ବେଳେ ଦୁଇ ପଇସା ପାଇବାର ଆଶା କରିଥିଲେ I ହେଲେ ଝାଉଁଳା ରୋଗ ଯୋଗୁଁ ତାଙ୍କ ଆଶା ବି ଝାଉଁଳି ଯାଉଛି I ଟମାଟୋ ଗଛ ଗୁଡିକ ରେ ପ୍ରାୟ ଶତାଧିକ ଟମାଟୋ ଫଳି ଥିବା ବେଳେ ଝାଉଁଳା ରୋଗ ଯୋଗୁଁ ତାହା ନଷ୍ଟ ହେଉଛି I

ଧାର କରଜ କରି ଚାଷ କରିଥିବାରୁ ସରକାର ଦୃଷ୍ଟି ଦେବାକୁ ଚାଷୀ ଅଭିଯୋଗ କରିଛନ୍ତି I ସେହିପରି ବ୍ଲକ ର ଅନ୍ୟ ଗାଁ ମାନଙ୍କ ରେ ମଧ୍ୟ ଝାଉଁଳା ରୋଗ ଦେଖିବାକୁ ମିଳିଛି I ଏ ନେଇ ଖପ୍ରାଖୋଲ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଜିନିତା ବରୁଆ ଙ୍କୁ ପଚାରିବାରୁ ଝାଉଁଳା ରୋଗ ଏକ ବ୍ୟାକଟେରିଆ ରୋଗ ଏହାର ନିରାକରଣ ଔଷଧ ସିଞ୍ଚନ ରେ ହୋଇ ପାରିବ, ସେହିପରି କ୍ଷୟ କ୍ଷତି ପାଇଁ କ୍ଷେତ୍ର ପରିଦର୍ଶନ ପରେ ଉଚ୍ଚ କତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଥିଲେ I

Related Post

କୋଇଲିସୂତା ମହିମା ଆଶ୍ରମରେ କାର୍ତ୍ତିକ ଚତୁର୍ଦ୍ଧଶୀ ଅବସରରେ ଅଖଣ୍ଡ ମହାମନ୍ତ୍ର ଯଜ୍ଞ ଅନୁଷ୍ଠିତ

Posted by - November 19, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)କାର୍ତ୍ତିକ ମାସ କୁ ପୁଣ୍ୟ ମାସ ବୋଲି ଓଡିଶା ର ପୁର ପଲ୍ଲୀ, ସହର ବଜାର,ମନ୍ଦିର, ମଠ ସବୁଠି ପାଳିତ ହେବା ସହିତ ସବୁଠି…

ନାନ୍ଦୁପଲା ରୁ ବିରଳ ବହୁରୂପୀ ଏଣ୍ଡୁଅ ଉଦ୍ଧାର

Posted by - August 17, 2022 0
ଖପ୍ରାଖୋଲ ୧୩/୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ନାନ୍ଦୁପଲା ଗାଁ ର ଜଣକ ବାଡ଼ିରୁଏକ ବିରଳ ବହୁରୂପୀ ଏଣ୍ଡୁଅ ବନବିଭାଗ ଉଦ୍ଧାର କରିଛି। ସୁଚନା ଅନୁସାରେ ଏହି…

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଙ୍କୁ ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଙ୍ଘ ଏବଂ ବିଭିନ୍ନ ମହଲରୁ ସ୍ୱାଗତ ସମ୍ବର୍ଦ୍ଧନା  

Posted by - June 14, 2022 0
ବୌଦ୍ଧ :୧୩/୬(ଚିତରଞ୍ଜନ ସିଂ) ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଙ୍କୁ ମନ୍ତ୍ରୀ ପଦ ମିଳିବା ପରେ ନିଜର ନିର୍ବାଚନ ମଣ୍ଡଳୀ  ବା ବୌଦ୍ଧଜିଲ୍ଲା କୁ ସୋମବାର…

୮୦ ବର୍ଷର ଐତିହାସିକ ମାକ୍ରୀପଡ଼ା ଶୈବପିଠର ଭୂମିପୂଜନ ଉତ୍ସବ

Posted by - September 20, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)୮୦ ବର୍ଷର ଐତିହାସିକ ମାକ୍ରୀପଡ଼ା ଶୈବପିଠ (ଭବାନୀପାଟଣା ବ୍ଲକ)ର ଭୂମିପୂଜନ ଉତ୍ସବ ଚହଗାଁ ଗ୍ରା.ପ ର ସରପଞ୍ଚ ଶ୍ରୀମତୀ ତପସ୍ୱିନୀ…