Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

କଳାହାଣ୍ଡି ରେ ରାଷ୍ଟୀୟ ଏକତା ବିକାଶ ର କଥା : ରାଷ୍ଟ୍ରୀୟ ଏକତା ଦିବସ ପାଳିତ।

115 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  ଭାରତ ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ଶାଖା ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ଙ୍କ ଜନ୍ମ ଦିବସ କୁ ଜାତୀୟ ଏକତା ଦିବସ ଭାବରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ କୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଅନ୍ୟତମ ଅତିଥି ଭାବରେ ମେଜର ଡକ୍ଟର ଜୟଦେବ ସାହୁ, ଏନଏସଏସ ଆଞ୍ଚଳିକ କୋର୍ଡିନେଟର ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ, ଏନଏସଏସ ଜିଲ୍ଲା ପ୍ରୋଗ୍ରାମ ଅଫିସର ଶ୍ରୀ ପ୍ରତାପ ଚନ୍ଦ୍ର ଦାସ, ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର, ଲେଖାପାଳ ଦୂତିଆ ବନଛୋର, ଅବସର ପ୍ରାପ୍ତ ଆର୍ମି ଅଫିସର ତଥା ଯବାନ ଫିଜିକାଲ ଏକାଡେମୀ ମୁଖ୍ୟ ଭୂପିନ୍ଦ୍ର ନାଏକ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ବିଶ୍ୱବିଦ୍ୟାଳୟ ରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା l ପରେ କୁଳପତି ପତାକା ଦେଖେଇ ମାରାଥନ କୁ ଶୁଭାରମ୍ଭ କରିଥିଲେ l ଏଥିରେ ଦୁଇ ଶହ ରୁ ଅଧିକ ଯୁବକ ମାନେ ଯୋଗଦେଇ ମାରାଥନ ଦୌଡ଼ ରେ ଭାଗ ନେଇଥିଲେ l

ବିଶ୍ୱବିଦ୍ୟାଳୟ ରୁ କଲେଜ ଛକ, ପ୍ରମାନନ୍ଦପୁର ଛକ ଦେଇ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ମାରାଥନ ଅନୁଷ୍ଠିତ ହୋଇଥିଲା l ଏହି ମାରାଥନ ରେ ଯବାନ ଫିଜିକାଲ ଏକାଡେମୀ ର ବଂଶୀଧର ସାହୁ ପ୍ରଥମ, ଚୈତନ୍ୟ ମାଝୀ ଦ୍ୱିତୀୟ, ରଜା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ l ରେଲୱେ ଷ୍ଟେସନ ରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମ ରେ ସମସ୍ତ କୃତି ପ୍ରତିଯୋଗିତ ମାନଙ୍କୁ ଅତିଥି ମାନେ ଟ୍ରଫି ଦେଇ ପୁରସ୍କୃତ କରିଥିଲେ l ଆଜିର ଏହି ଏକତା ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ମାନବ ସମାଜ ରେ ଭାଇଚାରା ଓ ଏକତା ବଜାୟ ରଖିବାପାଇଁ ଏହି ଦିବସ ପାଳନ କରାହେଉଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ l ଆଜି ଏହି କାର୍ଯ୍ୟକ୍ରମ ରେ ଭବାନୀପାଟଣା ଟାଉନ ଥାନା, ଯବାନ ଫିଜିକାଲ ଏକାଡେମୀ କର୍ମକର୍ତା, ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ର ସ୍ବେଛାସେବୀ ଯଶୋବନ୍ତ ରଣା, ଅଭିଷେକ ବେହେରା, ଶମ୍ଭୁ ବିଶି, କୋପ୍ନେଶ୍ଵର ବେମାଲ, ମିଳନ ଭୋଇ, ସାଗର ସାହୁ, ଚୁଳମଣୀ ମାଝୀ, ଭୋଳାସଙ୍କର ପାତ୍ର, ଜନସନ ମାଝୀ, ସୁଶୀଲ ସାହୁ ପ୍ରମୁଖ ସ୍ବେଛାସେବୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

Related Post

ମଣିପୁର ଆଦର୍ଶ ବିଦ୍ୟାଳୟ ୨୫ ଛାତ୍ରୀ ଝାଡ଼ାବାନ୍ତିରେ ଅସୁସ୍ଥ 

Posted by - June 2, 2022 0
ବୌଦ୍ଧ:(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟ ରେ ୧୦ ଜଣ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା…

ବୌଦ୍ଧ ବ୍ଲକ ସ୍ତରୀୟ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

Posted by - February 12, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ବ୍ଲକ ମୂର୍ଶୁଣ୍ଢି ପଂଚାୟତ ଖେଳ ପଡିଆ ପରିସରରେ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆୟୋଜନ ରେ ଜାତୀୟ ପ୍ରାଣିଧନ ମିଶନ ଆନୁକୁଲ୍ୟରେ ବୌଦ୍ଧ…

ନବରଙ୍ଗପୁର ପୁରୁଣା ଜେଲ ରେ କ୍ରାନ୍ତି ଦିବସ ପାଳନ

Posted by - August 9, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଆଜି ନବରଙ୍ଗପୁର ତୋହସିଲ କାର୍ଯ୍ୟାଳୟ ପରିସର ରେ ଥିବା ପୁରୁଣା ଜେଲ ରେ ସହିଦ ସୃତି କମିଟି ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।…

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ଓ ଚଣ୍ଡୀ ସମଲାଇଙ୍କ ମନ୍ଦିର ପ୍ରତିଷ୍ଠା

Posted by - December 5, 2022 0
ନର୍ଲା:(ଅମିୟ କୁମାର ଦାସ)କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ପାଳନ ସହିତ ରୁପ୍ରା ଗ୍ରାମରେ ନବ ନିର୍ମିତ ହୋଇଥିବା ସମାଜର ଇଷ୍ଟଦେବୀ…

ଚାରି ଦଫା ଦାବି ନେଇ ଗ୍ରାମବାସୀ ଜିଲ୍ଲା ପାଳ ଙ୍କ ଦ୍ୱାରସ୍ଥ ହେବା ପରେ ଚେତା ପଶିଲା ରେଲୱେ ଠିକା ସଂସ୍ଥା ର

Posted by - December 24, 2021 0
ବୌଦ୍ଧ: (ଚିତ୍ତ ରଂଜନ ସିଂ )ଖୋର୍ଦ୍ଧା -ବଲାଙ୍ଗୀର ରେଲୱେ କାମ ହେଉଥିବା ମନମୁଣ୍ଡା ଥାନା ଅନ୍ତର୍ଗତ ପୁରୁଣା ପାଣି ନିକଟରେ ଏହି ରେଲୱେ କାମ ହେବା ଫଳରେ…