Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଆନ୍ଦୋଳନର ଦାନା ବାନ୍ଧୁଛି ଆଉଟସର୍ସିଙ୍ଗ କର୍ମଚାରୀଙ୍କ ପ୍ରତି ସରକାରଙ୍କର ପାତର ଅନ୍ତର ନୀତି ,

231 0

ରାୟଗଡା । : (ଅଞ୍ଜନ କୁମାର ନାୟକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଆଉଟ-ସୋର୍ସିଙ୍ଗ ଠିକା କର୍ମଚାରୀ ମାନଙ୍କୁ ସରକାର ଙ୍କର ପାତର ଅନ୍ତର କରୁଥିବା ଅଭିଯୋଗ ରେ ଆଜି କାଶୀପୁର ହନୁମାନ ମନ୍ଦିର ପ୍ରାଙ୍ଗଣ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ସରକାରୀ ସଂସ୍ଥା ମାନଙ୍କରେ କାର୍ଯ୍ୟରତ ଠିକା କର୍ମଚାରୀ ଙ୍କୁ ନିୟମିତ କରିବାକୁ ବର୍ତ୍ତମାନ ନିଷ୍ପତ୍ତି ନେଇଥିବା ବେଳେ ସରକାରଙ୍କର ଅଧିନ ଥିବା ଅନ୍ୟ କର୍ମଚାରୀ ସଂଘ ଏବେ ଆନ୍ଦୋଳନ ପାଇଁ ମୁଣ୍ଡ ଟେକୁଥିବା ଦେଖିବାକୁ ମିଳୁଛି । ସେହି କ୍ରମରେ ଆଉଟ ସୋର୍ସିଙ୍ଗ କର୍ମଚାରୀ ସଂଘ ମଧ୍ୟରେ ସରକାରୀ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ ର ଦାନ ବନ୍ଧୁଛି । ପ୍ରକାଶ ଥାଉକି ରାଜ୍ୟ ସରକାର ନିୟମିତ ଚାକିରୀ ବଦଳ ରେ ୨୦୦୮/୯ ମସିହାରେ ସରକାରୀ କାର୍ଯ୍ୟଳୟ ରେ ସହଯୋଗ ନିମନ୍ତେ କିଛି ବେ-ସରକାରୀ ଠିକା ସଂସ୍ଥା ଦ୍ୱାରା ରାଜ୍ୟର ଶିକ୍ଷିତ ବେକାର ଯୁବପିଡ଼ିଙ୍କୁ ଅସ୍ଥାୟୀ ଭାବେ ବିଭିନ୍ନ କାର୍ଯ୍ୟଳୟ ରେ ନିଯୁକ୍ତି ପ୍ରଦାନ କରିଥିଲେ ।

ହେଲେ ଚଳିତ ମାସ ରେ ସରକାର ସରକାରୀ କାର୍ଯ୍ୟାଳୟ କାର୍ଯ୍ୟରତ ଠିକା କର୍ମଚାରୀ ଙ୍କୁ ନିୟମିତ ଚାକିରୀ ପାଇଁ ଘଷଣା କରିଛନ୍ତି । କିନ୍ତୁ ରାଜ୍ୟର ଲକ୍ଷାଧିକ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନେ ଅନେକ ଦିନରୁ ସରକାରୀ ସେବାରେ ରହିଆସୁଥିଲେ ସୁଧା ନିୟମିତ ଚାକିରିରୁ ଉପେକ୍ଷା କରାଯାଇଛି । ଏଭଳି ପାତର ଅନ୍ତର ନୀତି କୁ ନେଇ ରାଜ୍ୟର ଆଉଟ ସୋର୍ସିଙ୍ଗ ସଂଘ ପକ୍ଷରୁ ଆନ୍ଦୋଳନର ନିଷ୍ପତ୍ତି ନିମନ୍ତେ ଅଣ୍ଟା ଭିଡୁଥିବାବେଳେ ଆଜି ଉକ୍ତ ବିଷୟ ପ୍ରତି କାଶୀପୁର ବ୍ଲକ ର ପ୍ରାୟ ୫୦ ଜଣ ସଦସ୍ୟ ଯୁକ୍ତ ଆଉଟ ସୋର୍ସିଙ୍ଗ କାଶୀପୁର ବ୍ଲକ ସଂଘ ପକ୍ଷରୁ କାଶୀପୁର ସଦର ମହକୁମା ହନୁମାନ ମନ୍ଦିର ପ୍ରାଙ୍ଗଣ ଏକ ଜରୁରୀ ବୈଠକ ର ଅନୁଷ୍ଠିତ କରିଥିଲେ। ସଂଘ ପକ୍ଷରୁ ପ୍ରସ୍ତୁତ ରଣନୀତି କୁ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଆଗକୁ ସରକାର ଯଦି’ ଆଉଟ ସୋର୍ସିଙ୍ଗ ଠିକା କର୍ମଚାରୀଙ୍କ ଦାବିକୁ ଅବମାନନା କରନ୍ତି ତାହାହେଲେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ରାଜରାସ୍ତାରେ ଆଲ୍ହାଇବେ ବୋଲି କାଶୀପୁର ବ୍ଲକ ଆଉଟ ସୋର୍ସିଙ୍ଗ ଠିକା କର୍ମଚାରୀ ମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

 

Related Post

ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ତମ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ

Posted by - January 6, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ତମ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ସଭାପତି ଡା…

ଅତାବିରା ଥାନାରେ ନୁତନ ଥାନା ଅଧିକାରି ଭାବେ ଯୋଗ ଦେଲେ ଅନିଲ ପ୍ରଧାନ

Posted by - December 16, 2021 0
ବରଗଡ:ବରଗଡ ଜିଲ୍ଲାରେ ପୋଲିସ ଅଧିକାରିଙ୍କ ଅଦଲ ବଦଲ ହୋଇଥିବା ଦେଖାଦେଇଛି ।ବରଗଡ ମୁଖ୍ୟାଲୟରେ ଥିବା ଇନ୍ସପେକ୍ଟର ଦୁର୍ଗାମାଧବ ପଧାନଙ୍କୁ ମେଲଛା ମୁଣ୍ଡା,ମେଲଛା ମୁଣ୍ଡା ଥାନା ଅଧିକାରି ସ୍ୱପ୍ନାରାଣି…

ଜିଲ୍ଲା ପ୍ରାଣୀ ସମ୍ପଦ ଆନୁକୂଲ୍ୟରେ ୭୦ ତମ ଗୋ ସମ୍ବର୍ଦ୍ଧନା ଉତ୍ସବ

Posted by - November 9, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ଠାରେ ଆଜି 70ତମ ଗୋ ସମ୍ବର୍ଦ୍ଧନା ଉତ୍ସବ ବୌଦ୍ଧ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ପାଳିତ…

ଗୁଜୁରାଟ ଅହମ୍ମଦାବାଦ ସୂତାକଳରେ ମୃତ କାର୍ଯ୍ୟରତ ୩ ଓଡିଆ ଶ୍ରମିକଙ୍କ ଗାଁ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ

Posted by - February 25, 2020 620
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଗୁଜୁରାଟ ଅହମ୍ମଦାବାଦ ସୂତାକଳରେ କାର୍ଯ୍ୟରତ ୩ ଓଡିଆ ଶ୍ରମିକଙ୍କ ମର ଶରୀର ଆଜି ଅପରାହ୍ନରେ ନିଜ ଜନ୍ମମାଟି ଯାଜପୁର ଜିଲା ଜମଧର ଗାଁରେ…

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ସାମ୍ବାଦିକ ନୃସିଂହ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି

Posted by - January 3, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ)ପଶ୍ଚିମାଞ୍ଚଳ ର ଗାନ୍ଧୀ ଭାବରେ ପରିଚିତ ନୃସିଂହ ଗୁରୁଂକର ୩୮ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସମ୍ବଲପୁର ର ବିଭିନ୍ନ ସ୍ଥାନ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।…