ଜିଲ୍ଲାସ୍ତରୀୟ ଆୟୋଡିନ ନିୟନ୍ତ୍ରଣ ଦିବସ ପାଳିତ

109 0

ସୋନପୁର:(ଅଜିତ କୁମାର ପୂଜାହାରୀ)ମଣିଷ ଶରୀର ପାଇଁ ଆୟୋଡିନ ଏକ ଆବଶ୍ୟକୀୟ ଅଣୁ ପୋଷକ ତତ୍ତ୍ଵ, ଯାହା ସ୍ଵାଭାବିକ ଅଭିବୃଦ୍ଧି ଏବଂ ମନସିକ ବିକାଶ ଘଟିବା ପାଇଁ ଅତି ଆବଶ୍ୟକ। ଉପଯୁକ୍ତ ମାତ୍ରାରେ ଆୟୋଡିନ ଯୁକ୍ତ ଲୁଣ ସେବନ ହିଁ ଆୟୋଡିନ୍ ଅଭାବ ଜନିତ ରୋଗ ନିରାକରଣର ଏକମାତ୍ର ଉପାୟ। ତେଣୁ ହସୁଥିବା ସୂର୍ଯ୍ୟ ଚିହ୍ନ ଥିବା ଲୁଣ ପ୍ୟାକେଟରୁ ହିଁ ଆୟୋଡିନ ଯୁକ୍ତ ଲୁଣ ସେବନ କରିବା ଉଚିତ ବୋଲି ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଆୟୋଡିନ ଅଭାବ ଜନିତ ରୋଗ ନିୟନ୍ତ୍ରଣ ଦିବସ ଅବସରରେ ମତ ପ୍ରକାଶ ପାଇଛି।

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ( ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ସମଗ୍ର କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିବା ବେଳେ ଡିପିଏମ୍ ବିଶ୍ଵମ୍ଵର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ ସ୍ଵାସ୍ଥ୍ୟ ଅଧିକାରୀ, ଜନସ୍ଵାସ୍ଥ ସଂପ୍ରସାରଣ ଅଧିକାରୀ, ବିପିଏମ, ସମସ୍ତ କାର୍ଯ୍ୟକ୍ରମ ପରିଚାଳକ, ଆଇସିଡିଏସ୍ ସୁପରଭାଇଜର ପ୍ରମୁଖ ଯୋଗଦେଇଥିଲେ। ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ, ଅଣସଂକ୍ରାମକ ରୋଗ ପରିଚାଳକ ଗୀତାଞ୍ଜଳି ମେହେର, ଆଶା ସଂଯୋଜକ ତରଣୀସେନ୍ ପ୍ରଧାନ ପ୍ରମୁଖ ଆୟଜନରେ ସହଯୋଗ କରିଥିଲେ।

 

Related Post

ରାଜ୍ୟ କିଷାନ କଂଗ୍ରେସ ସଭାପତି ଙ୍କ ମରୁଡ଼ି ଅଞ୍ଚଳ ଗସ୍ତ

Posted by - August 26, 2021 0
ସୋନପୁର:(ଅଜିତ୍ କୁମାର ପୂଜାରୀ)ଆଜି ରାଜ୍ୟ କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ ସୋନପୁର ବ୍ଲକ ର ମରୁଡ଼ି ଅଞ୍ଚଳ ବୁଲି ଦେଖିଛନ୍ତି l ସୋନପୁର ବ୍ଲକ୍ କଳାପଥର,…

ଖରଭୁଇଁ ପଥର କ୍ବାରୀ ଉଛେଦ ପ୍ରସଙ୍ଗ,ଗ୍ରାମବାସୀଙ୍କ ସହ ଆଲୋଚନା କଲା ପ୍ରଶାସନ

Posted by - July 16, 2021 0
ବୌଦ୍ଧ୧୬/୭( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଖରଭୁଇଁ ଠାରେ ଥିବା ସମସ୍ଥ କ୍ରସର କୁ ବନ୍ଦ କରିବା ନେଇ ପୁର୍ବରୁ ମହିଳା ମହାସଂଘ ପକ୍ଷରୁ ଦାବି, ଆନ୍ଦୋଳନ…

ହିତାଧିକାରୀଙ୍କୁ କେବଳ ସରକାରୀ ଅଧିକାରୀ ଅର୍ଥ ବଣ୍ଟନ କରନ୍ତୁ : ଯାଜପୁର ଜିଲ୍ଲାପାଳ

Posted by - April 16, 2020 0
ଭୁବନେଶ୍ୱର: ତା ୧୫/୪ : କରୋନା ମୁକାବିଲା ସହ ବିଭିନ୍ନ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଅଧିନରେ ଚାଉଳ, ଦୁସ୍ଥ ଓ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ ପାଇଁ ସରକାର…

ହରିହର ପ୍ରାଙ୍ଗଣରେ ସାପ୍ତାହିକ ସୋମବାର ହାଟ ଉଦଘାଟିତ

Posted by - July 26, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ପଞ୍ଚାୟତ ହରେକୃଷ୍ଣ ପୁର ହରିହର ମହାଦେବ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ଥର ପାଇଁ ସୋମବାର ସାପ୍ତାହିକ ହାଟ…

ଟିଟିଲାଗଡ ସର୍ଗିଗୁଡା ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟରେ ସାମ୍ୱାଦିକ ସମ୍ମିଳନୀ

Posted by - June 21, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଜୁନ ୨୨ ତାରିଖ ଦିନ ସନ୍ଧ୍ୟା ସମୟରେ ପ୍ରଜାପିତା ବ୍ରହ୍ମାକୁମାରି ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ତରଫରୁ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ସନ୍ଧ୍ୟା…