Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଆସନ୍ତା ୨୮ ରେ ଟିଟିଲାଗଡ଼ ବ୍ଲକରେ ହେଉଥିବା ଦୁର୍ନୀତି ପ୍ରତିବାଦରେ କରାଯିବ ବ୍ଲକ ଘେରାଉ- ଗରିବ ସେନା ତରଫରୁ ସାମ୍ୱାଦିକ ସମ୍ମିଳନୀରେ ସୂଚନା

267 0

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ଗରିବ ସେନା ସଭାପତି ବୀରେନ୍ଦ୍ର ବାଗଙ୍କ ସଭାପତିତ୍ବରେ ସ୍ଥାନୀୟ ଆଦିବାସୀ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ଏହି ସମ୍ମୀଳନୀରେ ଟିଟିଲାଗଡ଼ ବ୍ଲକରେ ହେଉଥିବା ଦୁର୍ନୀତି ପ୍ରତିବାଦରେ ଆସନ୍ତା ୨୮ ତାରିଖରେ ୨୦ ଟି ସମସ୍ୟାକୁ ନେଇ ବ୍ଲକ ଘେରାଉ କରାଯିବା ନେଇ ସୁଚନା ଦିଆଯାଇଛି। ଏଠାରେ ଗୋଟିଏ ପ୍ରଶ୍ନ ଉଠେ ଯେ ରାଜ୍ୟ ସରକାରଙ୍କ ଫାଇଭ ଟି ଯାହାକି ଦୁର୍ନୀତି ବିରୋଧରେ ଜିରୋ ଟୋଲରେନ୍ସ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜାଣି ମଧ୍ଯ ଟିଟିଲାଗଡ଼ ବ୍ଲକରେ ଏହା କରୁଛି କିଏ ? ତା ସହିତ ଇୟେ ହେଉଛି ଖୁଦ୍ କେବିନେଟ୍ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ନିଜ ସହର, ନିଜ ନିର୍ବାଚନ ମଣ୍ଡଳୀ ଏବଂ ନିଜ ବ୍ଲକରେ ଏତେ ଦୁର୍ନୀତି ହେଉଛି ଯେ ଏଠାକାର ସ୍ଥାନୀୟ ସଂଗଠନ ଗରିବ ସେନା ବ୍ଲକରେ ହେଉଥିବା ଦୁର୍ନୀତି ପ୍ରତିବାଦରେ ବ୍ଲକ ଘେରାଉ କରିବାକୁ ଅଣ୍ଟା ଭିଡ଼ି ଜନସାଧାରଣଙ୍କୁ ତାଙ୍କର ହକ ଦେବା ପାଇଁ ସଜବାଜ ହେଉଛନ୍ତି।

ଗରିବ ସେନାର ଅଭିଯୋଗ ଅନୁସାରେ ଯଦି ରାଜ୍ଯ ସରକାରଙ୍କ ଦ୍ଵାରା ଫାଇବ ଟି ର ନଗ୍ନ ରୂପ ଏହି ବ୍ଲକର ଦୁର୍ନୀତିର ପର୍ଦ୍ଦାଫାଶ କଲେ ହିଁ ଜଣାପଡ଼ିବ। ଏହି ସାମ୍ୱାଦିକ ସମ୍ମିଳନୀରେ ବ୍ଲକରେ ଦୁର୍ନୀତି ବିରୋଧରେ ଉଲ୍ଲେଖ କରାଯାଇଛି – ଏଥିରେ ଦୁଇଟି ଦିଗ ରହିଛି ଯାହାକି ଦୁଇ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି, ଗୋଟିଏ ହେଲା ବ୍ଲକ କର୍ମଚାରୀ ଓ ଅନ୍ୟଟି ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା। ପ୍ରତି କାମରେ ୧୮ ପ୍ରତିଶତ କାରବାରର ସହରରେ ଚର୍ଚ୍ଚା ହେଉଥିବା ବେଳେ ଯଦି ଏହା ସତ ତାହେଲେ ବ୍ଲକରେ ପିସି ନେଉଛି କିଏ ? କେତେ ପ୍ରତିଶତ କିଏ କିଏ ନେଉଛନ୍ତି ? ଏହି ପିଶି କାରବାରରେ କିଏ କିଏ ସଂପୃକ୍ତ ? ବ୍ଲକ ଅଧିକାରି ଓ କର୍ମଚାରୀଙ୍କ ସହ ନିର୍ବାଚିତ ପ୍ରତିନିଧିଙ୍କ ଉପରେ ଇୟେ ସିଧା ସଳଖ ଆକ୍ଷେପ ଗରିବ ସେନାର। ଯଦି ସରକାରୀ ଯୋଜନାରେ ସରକାରୀ କର୍ମଚାରୀ ମୋଟା ଅଙ୍କର ଦରମା ପାଇ ମଧ୍ଯ ଲାଞ୍ଚ ନେଉଛନ୍ତି ତାହେଲେ ସରକାରଙ୍କ ଫାଇବ ଟି କାହା ପାଇଁ ?

ଜିରୋ ଟୋଲରେନ୍ସ୍ ନାମରେ ହରିଲୁଟ ତଥା ଅସହାୟ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ଉଠାଇଛନ୍ତି ଗରିବ ସେନା ସଦସ୍ୟ ମାନେ, ଉଦାହରଣ ସ୍ୱରୂପ ଆଠ ବର୍ଷ ହେଲାଣି ଜଣେ ମହିଳା ଆଜି ଯାଏଁ ବିଧବା ଭତ୍ତା ପାଇବାରୁ ବଞ୍ଚିତ, ତାହେଲେ ସରକାର କାହା ପାଇଁ ଯୋଜନା ଆଣୁଛନ୍ତି, ସେହିପରି ଜଣେ ସମିତି ସଭ୍ୟ ମଧ୍ୟ ଆକ୍ଷେପ କରି କହିଥିଲେ ଯେ ଯେତେବଳେ ବି କିଛି କାମ ପାଇଁ ଗଲେ ସରକାରୀ ସାଇଟ ବନ୍ଦ ଥିବା ନ ଖୋଲିବା ଉତ୍ତର ପାଉଛନ୍ତି କି ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଉ ନାହିଁ କହିବା ସହ ବ୍ଲକ ଉପାଧ୍ଧକ୍ଷା ଜଗତ ରାମ ରଣ।ଙ୍କୁ ନିଜ ପଞ୍ଚାୟତରେ କି ବ୍ଲକରେ ବି ଚଉକି ଖଣ୍ଡେ ମିଳେ ନାହିଁ ବୋଲି କହିଥିଲେ। ତେବେ ପଞ୍ଚାୟତ ପ୍ରତିନିଧି, ସମିତି ସଭ୍ୟ ମାନଙ୍କୁ ମନ୍ତ୍ରୀ ନିଜେ ଚୟନ କରିବା ସହ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ଧକ୍ଷାଙ୍କୁ ଗାଦିରେ ବସାଇଲେ, ଏବେ ଯାହା ବି ବ୍ଲକରେ ଦୁର୍ନିତି କୁହାଯାଉଛି ତାହା କଣ ତାଙ୍କ ଦ୍ଵାରା ଚୟନ ହୋଇଥିବା ପ୍ରତିନିଧିଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହେଉନି କି ?

ସରକାରୀ ସ୍ତରରେ ବ୍ଲକ ଅଧିକାରୀ ଓ କର୍ମଚାରୀ ମାନେ ଏଥିରେ ସଂଶ୍ଳିଷ୍ଟ ବୋଲି ଅଭିଯୋଗ କରିଛନ୍ତି, ଏହାର ତଦନ୍ତ ଜରୁରି ଅଟେ, ରାଜ୍ୟ ସରକାରଙ୍କ ସ୍ୱଚ୍ଛଳ ଭାବମୂର୍ତ୍ତିରେ କଳଙ୍କିତ କରୁଥିବା ଅଧିକାରୀ/ ନବ ନିର୍ବାଚିତ ପ୍ରତିନିଧି ମାନଙ୍କ ଉପରେ କିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦେଖିବାକୁ ରହିଲା, ଆସନ୍ତା ୨୮ ତାରିଖରେ ବ୍ଲକ ଘେରାଉ କରିବା ସହ ଯିଏ ଯିଏ ଦୁର୍ନୀତିରେ ସଂପୃକ୍ତ ସେହିଦିନ ଏହାର ଖୁଲାସା କରିବେ ବୋଲି ଗରିବ ସେନା ସଭାପତି ବୀରେନ୍ଦ୍ର ବାଗ ସୁଚନା ଦେଇଛନ୍ତି। ପ୍ରତି ଦୁଇ ମାସରେ ଥରେ ବୈଠକ ଡାକି ସମିତି ମାନଙ୍କ ସହ ଆଲୋଚନା କରି କାର୍ଯ୍ୟ କରିବା କଥା କିନ୍ତୁ ତାହା ହେଉନି, ଯଦ୍ୱାରା ଏହି ଦୁର୍ନିତୀ ହେଉଥିବା ନେଇ ଏବେ ସହରରେ ଚର୍ଚ୍ଚା ଜୋର ଧରିଛି। ତେବେ ସେ ଯାହା ବି ହେଉ ଗରିବ ସେନା ବ୍ଲକ ଘେରାଉ କରିବାକୁ ଆହ୍ବାନ ଦେଇଥିବା ବେଳେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର ଦେଖିବାକୁ ରହିଲା।

Related Post

ଆଜି ଭାରତ ବନ୍ଦକୁ ସମର୍ଥନ ଜଣାଇଲେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା, ପାଞ୍ଚ ଘଣ୍ଟିଆ ରାଜପଥ ଅବରୋଧ

Posted by - May 25, 2022 0
କେସିଙ୍ଗା : (ପୀତେଶ ପଟେଲ) ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ନିଦ୍ଦେର୍ଶ କ୍ରମେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଶାଖା ପକ୍ଷରୁ ଭାରତ ବନ୍ଦକୁ ସମର୍ଥନ ଜଣାଇ…

“ଦାଦା ବଟି କୁ ନା” କାର୍ଯ୍ୟକ୍ରମରେ ସାମିଲ ହୋଇଛି ବାରଙ୍ଗଥାନା ପୋଲିସ

Posted by - October 21, 2020 0
କଟକ::କମିଶନରେଟ ପୋଲିସ  ପକ୍ଷରୁ ଆରମ୍ଭ କରାଯାଇଥିବା ଦାଦା ବଟି କୁ ନା କାର୍ଯ୍ୟକ୍ରମରେ ସାମିଲ ହୋଇଛି ବାରଙ୍ଗଥାନା ପୋଲିସ । ଟ୍ରକକୁ ରୋକି ଚାନ୍ଦା ଆଦାୟ କରୁଥିବା…

କାନାରା ବିଦ୍ୟାଜ୍ୟୋତି ଯୋଜନାରେ ୬ ଜଣଙ୍କୁ ସ୍କୋଲାରସିପ

Posted by - January 25, 2022 0
ମାଲକାନଗିରି :(ଅବଦୁଲ ଗନି) ମାଲକାନଗିରି କାନାରା ବ୍ୟାଙ୍କ ପକ୍ଷରୁ 6ଜଣ ଅନୁସୂଚିତ ଜନଜାତିର ଛାତ୍ରୀଙ୍କୁ ବିଦ୍ୟାଜ୍ୟୋତି ଯୋଜନାରେ ସ୍କୋଲାରସିପ ପ୍ରଦାନ କରାଯାଇଛି। ଏମଭି 16 ବିଦ୍ୟାଳୟ ପରିସରରେ…

ବିଜୁଳି କର୍ମଚାରୀଙ୍କୁ ବହିଷ୍କାର ପ୍ରତିବାଦରେ ଗଣଧାରଣା

Posted by - August 12, 2021 0
ହରଭଙ୍ଗା :(ଚିତ୍ତ ରଞ୍ଜନ ସିଁ )ବୌଦ୍ଧ. ତା ୧୦ ଅଗଷ୍ଟ ବୌଦ୍ଧ ଟିପିଏସଓଡିଏଲ ଡିଭିଜନର ଦୀର୍ଘବର୍ଷ ଧରି କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରୁ୦୫ଜଣଙ୍କୁ ବିନା ନୋଟିସରେ ଅଗଷ୍ଟ ପହିଲାରୁ…

୪୦୭ଦିନରେ କଳାହାଣ୍ଡିରୁ ଗଡ଼ିଲା କରୋନା ସଚେତନତା ରଥ।

Posted by - May 3, 2021 0
କଳାହାଣ୍ଡି:ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମାର୍ଚ୍ଚ ୨୨ ତାରିଖ ୨୦୨୦ମସିହାଠାରୁ ଦେଶର…