ଅନୁଗୁଳ:(ମହେଶ ଭୋମରାଜ) ଜିଲ୍ଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ଜଙ୍ଗଲରେ ଧଣ୍ଡାତୋପା ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୨୧ କେଜି ସମ୍ବର ମାଂସ ଜବତ କରାଯାଇଛି। ଏଥିସହିତ ବନ ବିଭାଗ ଏକ ସ୍କୁଟି, ବାଇଡିଙ୍ଗ ତାର, ୨ଟି ଟାଙ୍ଗିଆ, କଟୁରୀ, କାଚ, ବୋତଲକୁ ଜବତ କରିଥିବାବେଳେ ୨ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଠାକରଗଡ଼ ଭୋଗରା ଗ୍ରାମର ଅରୁଣ ସାହୁ, ଧଣ୍ଡାତୋପା ଗ୍ରାମର ଦିନବନ୍ଧୁ ପ୍ରଧାନ। ଏଥିରେ ସମ୍ପୃକ୍ତି ଥିବା ଧଣ୍ଡାତୋପା ଗ୍ରାମର ଶିକାରୀ ନାଗା ପ୍ରଧାନ, କୁମର ପ୍ରଧାନ, ଅମର ପ୍ରଧାନ, କାଳିଆ ପ୍ରଧାନ, ସୁବ୍ରତ ପ୍ରଧାନ ୫ ଜଣ ବନବିଭାଗ କର୍ମଚାରୀଙ୍କୁ ଦେଖି ଫେରାର ହୋଇଯାଇଛନ୍ତି। ସୂଚନାନୁସାରେ ସମ୍ବର ମାଂସ କାଟି ବାହାରକୁ ଚାଲାଣ କରୁଥିବାବେଳେ ଖବରପାଇ ଆଠମଲ୍ଲିକ ବନବିଭାଗର ଏସ୍ସିଏଫ ରାଜେନ୍ଦ୍ର ଗୋଚ୍ଛାୟତ, ଧଣ୍ଡାତୋପା ରେଞ୍ଜର ରାହାସ ସାହୁ, ଫରେଷ୍ଟର ସୁବ୍ରତ କୁମାର ଶତପଥୀ, ଫରେଷ୍ଟର ଗାର୍ଡ କବିତା ବାଘ, ଚିନ୍ମୟ ଦେହୁରୀ ପ୍ରମୁଖ ଚଢାଉ କରିଥିଲେ।
Facebook Notice for EU!
You need to login to view and post FB Comments!