ମୟୁରଭଞ୍ଜ-13/10/2019 କେନ୍ଦୁଝର ଜିଲ୍ଲା ପରିଦର୍ଶନ ପରେ ଦିନ ୩.୩୦ମିରେ ୫ -ଟି ସଚିବ, ଶ୍ରୀ ପାଣ୍ଡିଆନ, ରାଜ୍ୟ ଉନ୍ନୟନ ସଚିବ ସୁରେଶ ମହାପାତ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଦିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ବାରିପଦା ପିଆରଏମ ମେଡିକାଲ କଲେଜ ରେ ପହଞ୍ଚି ଥିଲେ। ହସ୍ପିଟାଲର ବିଭିନ୍ନ ଓ୍ୱାର୍ଡ ଓ ବିଭାଗ ବୁଲି ଦେଖିବା ସହିତ ସମସ୍ତ ପ୍ରକାର ବ୍ୟବସ୍ଥାକୁ ପରଖିଛନ୍ତି ସଚିବ। ବାରିପଦା ଡାକ୍ତରଖାନାର ବ୍ୟବସ୍ଥାରେ ସନ୍ତୁଷ୍ଟି ପ୍ରକାଶ କରିଥିବା ବେଳେ ମାତ୍ର ୪ମାସ ମଧ୍ୟରେ ଏହାକୁ ଆହୁରି ଆଧୁନିକ ଓ ଉନ୍ନତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପିଆରଏମ ରେ ଡାକ୍ତର ଙ୍କ ଅଭାବ ଓ ଭିତ୍ତିଭୂମି ର ବିକାଶ ଲାଗି ପର୍ଯ୍ୟାପ୍ତ ସ୍ଥାନର ଅଭାବ ରହିଛି। ଏହି ଜିଲ୍ଲାରେ ସଚିବ ନିଜେ ଜିଲ୍ଲାପାଳ ରହିଥିବାରୁ ମୟୁରଭଞ୍ଜକୁ ବିଶେଷ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟସେବା ର ଉନ୍ନତି ଲାଗି ସରକାରୀ ସ୍ତରରୁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ତୁରନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିବା କଥା ସୂଚନା ଦେଇଛନ୍ତି
ଅନ୍ୟପଟେ ଡାକ୍ତରଖାନାରେ ବିଭିନ୍ନ ସମୟରେ ଦେଖାଦେଉଥିବା ଅବ୍ୟବସ୍ଥା ଏବଂ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ମୟୁରଭଞ୍ଜର ଅଗ୍ରଣୀ ଯୁବଛାତ୍ର ସଙ୍ଗଠନ ଭଞ୍ଜସେନା, ଆଦିବାସୀ ଛାତ୍ର ସଙ୍ଗଠନ ମାସାର କର୍ମକର୍ତ୍ତା ମାନେ ୫-ଟି ସଚିବଙ୍କୁ ଅପେକ୍ଷା କରିଥିଲେ ମଧ୍ୟ ସାକ୍ଷାତ ଦେଇନଥିଲେ ସଚିବ। ସେହିପରି ଡାକ୍ତରଖାନା ପରିଚାଳନା କତ୍ତୃପକ୍ଷ ଙ୍କ ଏକ ବ୍ୟତିକ୍ରମ ସାମ୍ନାଜୁ ଆସିଥିବା ଦେଖିବାଜୁ ମିଳିଛି। ଆଜି ରବିବାର ରୋଗୀଶଯ୍ୟାରେ ଖଇରିଆ ରଙ୍ଗର ବେଡ଼ସିଟ ବ୍ୟବହାର କରିବା ପାଇଁ ଦେବାର ବ୍ୟବସ୍ଥା ଥିବାବେଳେ ଧଳା ରଙ୍ଗର ବେଡ଼ସିଟ ଦିଆଯାଇଥିବା ଦେଖିବାଜୁ ମିଲିଛି। ଯାହା ଡାକ୍ତରଖାନାରେ ହୋଇଆସୁଥିବା ଅବ୍ୟବସ୍ଥାର ସୂଚନା ଦେଉଥିଲା ବେଳେ ୫-ଟି ସଚିବ ମଧ୍ୟ ଏହା ବୁଲି ଦେଖିଥିଲେ।