ବିଦ୍ୟାଳୟ ର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ସାଧୁବାଦ ଜଣାଇଲେ ବିଭିନ୍ନ କମିଟି ର ନେତୃବୃନ୍ଧ 

58 0

ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାଧୁ ଚରଣ ଉଚ୍ଚ ବିଦ୍ୟାଳୟ ବିରନରସିଂହପୁର, ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ କୁ ଉନ୍ନୀତ ହେଲା ପରେ, ଅଞ୍ଚଳରେ ରଖୁସିର ଲହରୀ ଖେଳି ଯାଇଥିଲା l ଏଣୁ ଆଲୁମିନି କମିଟି, ବିଦ୍ୟାଳୟ ପରିଚାଳନା ଓ ବିକାଶ କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପୁରାତନ ଓ ଛାତ୍ର ଛତ୍ରୀଙ୍କ ତରଫରୁମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ ଙ୍କୁ କୃତଜ୍ଞତା ଜଣେଇବା ଉଦେଶ୍ୟରେ ଏକ ଧନ୍ୟବାଦ ସମାରୋହ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା l ସଭାରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସଭାପତିତ୍ବ କରିଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ତଥା ପୁରାତନ ଛାତ୍ର ଶ୍ରୀ ନବକିଶୋର ଦୀପ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l

ମୁଖ୍ୟଅତିଥି ରୂପେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବିଶ୍ୱଜିତ ମିଶ୍ର , ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଚନ୍ଦନା ବେହେରା, ପୁରାତନ ଛାତ୍ର ତଥା ଜଗତୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ଦେହୁରୀ, ଆଲୁମିନି କମିଟି ସଭାପତି ଦେବେନ୍ଦ୍ର ସାହୁ, ପୁରାତନ ଛାତ୍ର ତଥା ମଥୁରା ଜି ପି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଦୁଃଖୁ ଗାଈଗୌରିଆ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ବସନ୍ତ ସାହୁ ଯୋଗ ଦେଇ କଣ କଲେ ବିଦ୍ୟାଳୟର ସର୍ବଙ୍ଗୀନ ଉନ୍ନତିହୋଇ ପାରିବ ମାତବ୍ୟକ୍ତ ଦେବା ସହ ବିଦ୍ୟାଳୟ ପ୍ରତିଷ୍ଠା ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ବା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ କରିବାରେ ହାତ ଥିବା ସମସ୍ତ ବୁଦ୍ଧିଜୀବୀ, ଗ୍ରାମବାସୀ, ରାଜନୈତିକ ବ୍ୟକ୍ତି ଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ରଘୁନାଥ ଷଡ଼ଙ୍ଗୀ, ନରେନ୍ଦ୍ର ସାହୁ, ସତ୍ୟନାରାୟଣ ପାଣି ଯୋଗ ଦେଇଥିଲେ l

ଅନ୍ୟ ପୁରାତନ ଛାତ୍ର ମଧ୍ୟରେ ଜୟ ମିଶ୍ର, ଦେବାଶିଷ ମହାକୁଳ, ବିଜୟ ସାହୁ, ଅଲେଖ ବଗର୍ତି, ବିଭୁତି ମିଶ୍ର, ସୁଜ୍ଞାନ ସାହୁ, ସୁଧାଂଶୁ ରଣା ସଭାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ l ବିଦ୍ୟାଳୟ ର ଶିକ୍ଷକ ରାଜୀବ କହଁର ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ବିଭୁତି ମହାକୁଡ଼, କୃଷ୍ଣ ସାହୁ, ଚନ୍ଦ୍ରହାସ ନାଏକ, ରାଜଲଷ୍ମୀ ପ୍ରଧାନ, ପ୍ରେମଲତା ମଲ୍ଲିକ, ପଦ୍ମିନୀ ସାହୁ ସହଯୋଗ  କରିଥିଲେ l ଖୁସିରେ ସାଧାରଣ ଲୋକ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ପରସ୍ପରକୁ ମିଠା ଖୁଆଇବା ସହିତ ଅଞ୍ଚଳଟି ବାଣଶବ୍ଦ ରେ ପ୍ରକମ୍ପିତ ହୋଇଥିଲା

 

Related Post

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଅଜିତ ଦାସଙ୍କ ପରଲୋକ

Posted by - February 5, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ଅନ୍ୟତମ ସୁଯୋଗ୍ୟ ସନ୍ତାନ ପୂର୍ବତନ ବାୟୁସେନା ର ଅପ୍ରତିଦ୍ବନ୍ଦି ଯୋଦ୍ଧା ତଥା ପୂର୍ବତନ ବିଧାୟକ ଅଜିତ…

ଜହ୍ନlପଙ୍କ ହାଇସ୍କୁଲରେ ସହିଦ ଦିବସ ପାଳିତ

Posted by - October 24, 2021 0
ବୌଦ୍ଧ 🙁 ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ବ ଜହ୍ନlପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାର ଦୁଇ ଜଣ ସହିଦଙ୍କ ସ୍ମୃତି ଉଦ୍ୟେଶରେ ବୌଦ୍ଧ ପୋଲିସ ପକ୍ଷରୁ…

ଗୁରୁକୂଳ ପରମ୍ପରା ରେ ଅବସର କାଳୀନ ସମ୍ବର୍ଦ୍ଧନା

Posted by - April 5, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ପୂର୍ବାହ୍ନ ରେ ନୀଳଗିରି ବାଲିଗହିରି ସ୍ଥିତ, ରତ୍ନାକର ଟାଉନ୍ ହାଇ ସ୍କୁଲ ସମ୍ମିଳନୀ କକ୍ଷ ରେ, ଏକ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।…