Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ନାଟ୍ୟକାର ଡକ୍ଟର ପୁରୁଷୋତ୍ତମ ମିଶ୍ର ପାଇବେ ସୁରେଶ ସୃଜନ ସମ୍ମାନ

51 0

ସୋନପୁର : (ଅଜିତ କୁମାର ପୂଜାହାରୀ) ସୁସାହିତ୍ୟିକ, ସଂସ୍କୃତି ଗବେଷକ ଦିବଂଗତ ସୁରେଶ ବଳବନ୍ତରାୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଠିତ ହୋଇଥିବା ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ବାରା ଚଳିତ ବର୍ଷ ” ସୁରେଶ ସୃଜନ ସମ୍ମାନ -୨୦୨୨ “ସମ୍ମାନରେ ଭୂଷିତ ହେବେ ଓଡ଼ିଶାର ପ୍ରତିଷ୍ଠିତ ନାଟ୍ୟକାର, ନିର୍ଦେଶକ, ଚଳଚିତ୍ର ଅଭିନେତା,କବି ତଥା ଲୋକସଂସ୍କୃତି ଗବେଷକ ଡକ୍ଟର ପୁରୁଷୋତ୍ତମ ମିଶ୍ର । ଆସନ୍ତା ତା.୨୬.୧୦.୨୨ ରିଖ ସଂଧ୍ୟା ୬.୦୦ ଘଟିକାରେ ଗୀତଗୋବିନ୍ଦ ସଦନ ଭୁବନେଶ୍ବରରେ ଟ୍ରଷ୍ଟ ଦ୍ବାରା ଆୟୋଜିତ ହେଉଥିବା ” ସୁରେଶ ସମାବେଶ -୨୦୨୨ “ର ବର୍ଣ୍ଣାଢ଼୍ୟ ସାରସ୍ବତ ଉତ୍ସବରେ ଡକ୍ଟର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

 

ସୁବିଦିତ ସାହିତ୍ୟିକ, ସଂଗଠକ, ସଂସ୍କୃତି ଗବେଷକ ଶ୍ରୀ ସୁରେଶ ବଳବନ୍ତରାୟଙ୍କ ଜନ୍ମତିଥି ଅବସରରେ ଆୟୋଜିତ ଏହି ଉତ୍ସବରେ ଦେଶର ସୁନାମଧନ୍ୟ ଲୋକସଂସ୍କୃତି ଗବେଷକ ତଥା ଜବାହର ଲାଲ୍ ୟୁନିଭର୍ସିଟିର ପ୍ରଫେସର୍ ବ୍ରହ୍ମପ୍ରକାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନପତ୍ର ପ୍ରଦାନ କରିବେ ଓ ବକ୍ତବ୍ୟ ରଖିବେ ବୋଲି ଟ୍ରଷ୍ଟର ସଂପାଦିକା ଡକ୍ଟର ଅନ୍ୟା ଅନୁରୂପା ସୂଚନା ପ୍ରଦାନ କରିଛନ୍ତି। ପ୍ରକାଶ ଥାଉ କି ବିଗତ ବର୍ଷମାନଙ୍କରେ ନାଟ୍ୟକାର ଶ୍ରୀ ମନ୍ମଥ ଶତପଥି, ନାଟ୍ୟକାର ନର୍ଦେଶକ ଶ୍ରୀ ସୁବୋଧ ପଟ୍ଟନାୟକ ଓ ସୁବର୍ଣ୍ଣପୁରର ଅନ୍ୟତମ ସନ୍ତାନ ସିନେ ଗବେଷକ ଶ୍ରୀ ସୂର୍ଯ୍ୟ ଦେଓ ଏହି ସମ୍ମାନରେ ଭୂଷିତ ହୋଇ ସାରିଛନ୍ତି ।

 

Related Post

ଆସନ୍ତା ୨୯ ତାରିଖରୁ ସର୍ବଭାରତୀୟ ସୁନ୍ନି ଇଜତେମା ।

Posted by - February 15, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବାଳାଶ୍ରମ ପଡିଆରେ ଆସନ୍ତା ୨୯ ତାରିଖରୁ ସର୍ବଭାରତୀୟ ସୁନ୍ନି ଇଜତେମା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ…

ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - July 12, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)  ଯାଜପୁର ବ୍ଲକ ଶ୍ୟାମଦାସପୁର ରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଯାଜପୁର…

କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘର ୫ମ ବାର୍ଷିକୋତ୍ସବ : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ମନ୍ତ୍ରମୁଗ୍ଧ

Posted by - December 28, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ(କବ୍ଜା) ପକ୍ଷରୁ ରବିବାର ସାମ୍ବାଦିକ ଭବନ ଠାରେ ସଂଘର ପଞ୍ଚମ ପ୍ରତିଷ୍ଠା ତଥା ବାର୍ଷିକ ଉତ୍ସବ ପାଳିତ…

ଚଳିତ ସ୍ୱାଧୀନତା ଦିବସକୁ ସରକାରୀ ମାର୍ଗଦର୍ଶିକା ଆଧାରରେ ପାଳନ କରାଯିବ: ଯାଜପୁର ଜିଲ୍ଲାପାଳ

Posted by - August 7, 2020 0
ଯାଜପୁର ଅଫିସ: ତା ୬ା୮ : ସ୍ୱାଧୀନତା ଦିବସ ଦେଶ ଓ ଜାତି ପାଇଁ ଏକ ଗୈାରବର ପ୍ରତୀକ । ଏହାକୁ ପ୍ରତ୍ୟେକ ବର୍ଷ ଅତ୍ୟନ୍ତ ଆନନ୍ଦ…