Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଅଲ ଇନ ୱାନ, ଓସିଏ ସଭାପତି ହେବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

104 0

ଭୁବନେଶ୍ୱର:(ସଞ୍ଜୟ ମହାନ୍ତି ) ଓଡିଶା  ରାଜନୀତିରେ ଚର୍ଚ୍ଚିତ  ଚେହେରା  ପ୍ରଣବ  ପ୍ରକାଶ  ଦାସ  (ବବି ଦାସ)।  ସ୍ବର୍ଗତ ଆଶୋକ ଦାସଙ୍କ ପୁଅ ବବି,  ଦିନ  ଥିଲା  ପ୍ରବାଦ ପୁରୁଷ  ବିଜୁ ବାବୁଙ୍କ  ଅତି ବିଶ୍ବସ୍ତ ରାଜନେତା   ଥିଲେ  ସ୍ବର୍ଗତ  ଅଶୋକ ଦାସ।  ଆଜି  ତାଙ୍କ  ପୁତ୍ର  ଓଡିଶାର  ମାନ୍ୟବର  ମୁଖ୍ୟମନ୍ତ୍ରୀଙ୍କ  ଅତି  ବିଶ୍ବସ୍ତ  ଏବଂ  ରାତନୀତିରେ  ଏକ  ବଡ ଷ୍ଟ୍ରାଟେଜି  ମେକର  ଭାବେ  ରାଜ୍ୟରେ  ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି। କିନ୍ତୁ ପିଲା ଦିନୁ କ୍ରିକେଟ ଖେଳ ପ୍ରତି ରୁଚି ରଖୁଥିବା ପ୍ରଣବ ଏବେ  ଓସିଏ ର ସଭାପତି ହେବାକୁ ଯାଉଛନ୍ତି ।

ଓଡ଼ିଶା କ୍ରିକେଟ୍ ଆସୋସିଏସନ ନିର୍ବାଚନ ନେଇ ପୁରୀରେ ଶେଷ ହୋଇଛି ଏକ ବୈଠକ । ସର୍ବସମ୍ମତ କ୍ରମେ ସଭାପତି ପଦ ପାଇଁ ପ୍ରାର୍ଥୀ  ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ  ।  ଓସିଏ ସଦସ୍ୟମାନଙ୍କୁ ନେଇ ବୈଠକ ପ‌ରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି।ତେବେ ବିଜେଡି ସଂଗଠନର ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ  ଓସିଏରେ ଯାଜପୁର କ୍ରିକେଟ୍ ଆସୋସିଏସନର ପ୍ରତିନିଧିତ୍ୱ କରିବେ। ବବି ଦାସଙ୍କ ନାମ ୭୩ ସଦସ୍ୟଙ୍କ ଭୋଟର ତାଲିକାରେ ସ୍ଥାନ ପାଇଛି |

ଶୁକ୍ରବାର ଅପରାହ୍ଣରେ ପୁରୀର ଏକ ହୋଟେଲ୍‌ରେ ବୈଠକରେ ଓସିଏର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ମିଶାଇ ୫୦ରୁ ଅଧକ ଯୋଗ ଦେଇଥିଲେ। ଓସିଏ ନିର୍ବାଚନ ପାଇଁ ଯାଜପୁର ଜିଲାରୁ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ନାମ ଆସିବା ପରେ ସେ ସଭାପତି ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା।ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ହକି ପରେ ଫୁଟବଲ ଫିଫା ବିଶ୍ୱକପର ମ୍ୟାଚ ଓଡ଼ିଶାରେ କରାଇ ନୂଆ କୀର୍ତ୍ତିମାନ ତିଆରି କରୁଛନ୍ତି। ଏହାରି ଭିତରେ ପ୍ରଣବ ପ୍ରକାଶ ଦାସ ଓସିଏରେ ପ୍ରବେଶ କରିବା ନୂଆ ସଫଳତା ଦେଇପାରେ।୨୦୧୯ ରେ ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତି ଏବଂ ସଞ୍ଜୟ ବେହେରା ଯଥାକ୍ରମେ ଓସିଏର ସଭାପତି ତଥା ସଚିବ ଭାବରେ ନିର୍ବାଚିତ ହୋଇଥିଲେ।

ଫାଇଲ  ଫୋଟୋ

ଅକ୍ଟୋବର ୨୮ରେ ଓସିଏ ନିର୍ବାଚନ ହେବ।ଓସିଏର ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୨୧ ସକାଳ ୧୦.୩୦ ରୁ ୫ଟା ମଧ୍ୟରେ OCA ସମ୍ମିଳନୀ ହଲରେ ନାମାଙ୍କନପତ୍ର ଦାଖଲ କରାଯିବ।। ୨୨ରେ ନାମାଙ୍କନ ଉପରେ ଆପତ୍ତି ଓ ଏହା ଉପରେ ଶୁଣାଣି କରାଯିବ। ୨୩ରେ ନାମାଙ୍କନ ପ୍ରତ୍ୟାହାର କରିହେବ। ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।ପ୍ରଣବ ପ୍ରକାଶ ଦାସ ଓସିଏ ନିର୍ବାଚନରେ ସଭାପତି ପ୍ରାର୍ଥୀ ହେବା ପରେ ସେ ସଭାପତି ହେବା ନିଶ୍ଚିତ ହୋଇଯାଇଛି । ବିପକ୍ଷ ଗୋଷ୍ଠୀରୁ କେହି ପ୍ରାର୍ଥୀ ହୋଇ ନ ପାରନ୍ତି ବୋଲି ସୂଚନା  ମିଳିଛି।

 

 

Related Post

ବିଜେଡ଼ି ମନ୍ତ୍ରୀ ଟୁକୁନି ସାହୁଙ୍କ ଗଡ଼ରେ ଫୁଟିଲା ପଦ୍ମ – ବିଜେପି ପ୍ରାର୍ଥୀନି ମମତା ଜୈନ ହେଲେ ଟିଟିଲାଗଡ଼ର ନୂତନ ପୌରାଦ୍ଧକ୍ଷା

Posted by - March 26, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)୧୫ ଗୋଟି ୱାର୍ଡକୁ ନେଇ ଟିଟିଲାଗଡ଼ ପୌରପରିଷଦ ଗଠିତ। ଏହି ବର୍ଷ ସିଧାସଳଖ ପୌରାଧ୍ଧକ୍ଷ ପାଇଁ ଭୋଟ ଦେବାର ବ୍ୟବସ୍ଥା ହୋଇଥିଲା। ୨୪ ତାରିଖ…

କୋଭିଡ-୧୯ ଡାକ୍ତରଖାନା ଉଦଘାଟିତ – ଭିଡିଓ କନଫରେନସିଂ ଜରିଆରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Posted by - April 20, 2020 0
ତାଳଚେର:(ମହେଶ ଭୋମରାଜ) – ସମ୍ଭାବ୍ୟ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ଦେଖି ଓଡ଼ିଶା ସରକାର ବିଭିନ୍ନ ଜିଲ୍ଲାରେ ୩୫ଟି କୋଭିଡ-୧୯ ଡାକ୍ତରଖାନା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।…

ସପ୍ତମ ବାଷିକ ସାମ୍ବତ୍ସରିକ ଉତ୍ସବ 

Posted by - October 30, 2022 0
ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସିଂହପୁର ରେ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସ୍କୃତି ପରିଷଦର ସପ୍ତମ ବାଷିକ ସାମ୍ବତ୍ସରିକ ଉତ୍ସବ ସିଂହପୁର କାଳି ମଣ୍ଡପ ପରିସରେର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସଭାପତି ବିଶିଷ୍ଟ ସାହିତ୍ୟିକ ଦୂର୍ଯ୍ୟୋଧନ ସାମଲ ସଭାପତିତ୍ୱ କରିଥିଲେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୂର ଯୋଗ ଦେଇ ଓଡିଆ ମାନଙ୍କର ଅସ୍ମିତା ଓ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚିତି ସମ୍ପକର୍ରେ ବଣ୍ଣର୍ନା କରିଥିିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରବଚକ ପଣ୍ଡିତ ବିରେନ୍ଦ୍ର ପଣ୍ଡା ଯୋଗଦେଇ ମହାଭାରତୀୟ ଦର୍ଶନରେ ବ୍ୟକ୍ତିର ଚରିତ୍ର ଗଠନ ସାମାଜିକ , ନୈତିକ ତଥା ଅଧ୍ୟାତ୍ମିକ ଜୀବନକୁ ପ୍ରଭାବିତ କରିବ ବୋଲି କହିଥିଲେ ।  ସମ୍ମାନୀତ ଅତିଥି ଭାବେ କିଟ୍ ଓ କିସ ସାମାଜିକ ଉନ୍ନୟନ ବିଭାଗ ନିର୍ଦ୍ଦେଶିକା କାବ୍ୟାପ୍ରିୟଦର୍ଶିନୀ ଧଳ ଯୋଗ ଦେଇଥିଲେIଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ଶ୍ରୀମୁଖ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ବେଆଇନ ମଦ ବିକ୍ରି ଖବର ପାଇ ଚଢ଼ଉ ବେଳେ ବ୍ୟାପକ ପରିମାଣରେ ପିଡ଼ିଏସ ଚାଉଳ ଜବତ

Posted by - February 23, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରର ମହାରାଜ ସାଗର କଡ଼ରେ ନୂତନ ଭାବେ ଆଇ ଲଭ ଟିଟିଲାଗଡ଼ ସେଲଫି ପଏଣ୍ଟ ଠାରେ ମଦୁଆ ଡେରା ପକାଉଥିବା ତଥା…

ଭିଜିଲାନ୍ସ ଜାଲରେ ପେକ୍ସ ସଂପାଦକ ଓ ଡାଟା ଏଣ୍ଟ୍ରି ଅପରେଟର

Posted by - March 11, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଭିଜିଲାନ୍ସ ଜାଲରେ ପେକ୍ସ ସଂପାଦକ ଓ ଡାଟା ଏଣ୍ଟ୍ରି ଅପରେଟର Iସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଶିବତୁଲା ସେବା ସମବାୟ ସମିତିର ସଂପାଦକ କୁନା…