ଅନୁଗୁଳ:(ମହେଶ ଭୋମରାଜ) ଅନୁଗୋଳ ପୋଲିସ ଶୁକ୍ରବାର ରାତିରେ ୨୪ ଗ୍ରାମ୍ ବ୍ରାଉନ ସୁଗାର ସମେତ ଏକ କାରକୁ ଜବତ କରିଥିବା ବେଳେ ଏହି ବେଆଇନ କାର୍ଯ୍ୟରେ ସଂଶ୍ଳିଷ୍ଠ ଥିବା ୩ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ସନ୍ଧ୍ୟାରେ ଓଡି୦୨ଏକ୍ସ-୫୪୭୩ ନମ୍ବର ବିଶିଷ୍ଟ ଏକ ସ୍ଵିଫ୍ଟ ଡିଜାୟାର କାରରେ ୩ ଜଣ ଯୁବକ ବ୍ରାଉନ ସୁଗାର ନେଇ ଅନୁଗୋଳ ମହିଧରପୁର ରାସ୍ତାରେ ଯାଉଥିବା ଅନୁଗୋଳ ଥାନା ଆଇ.ଆଇ.ସି. ରମେଶ ବିଶୋଇ କୌଣସି ଏକ ସୂତ୍ରରୁ ଖବର ପାଇଥିଲେ । ଶ୍ରୀ ବିଶୋଇ ସେମାନଙ୍କୁ ଧରିବା ପାଇଁ ସଦଳବଳେ ଉକ୍ତ ରାସ୍ତାରେ ସେମାନଙ୍କର ପିଛା କରିଥିଲେ ।
ପୋଲିସ ସେମାନଙ୍କୁ ଛେଳିଆପଡା ଖଲାରୀ ମଧ୍ୟରେ ଉକ୍ତ କାରଟିକୁ ଅଟକାଇ ଜବତ କରିବା ସହ କାରଟିକୁ ଜାଞ୍ଚ କରିଥିଲେ । ଜାଞ୍ଚ ବେଳେ ଉକ୍ତ କାରରୁ ୨୪ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରା ଯାଇଥିଲା । ଗାଡିରେ ଥିବା ତିନି ଜଣ ଏହି ବ୍ରାଉନ ସୁଗାର ରାକେଟରେ ସକ୍ରିୟ ଥିବା ମଧ୍ୟ ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ତଦନ୍ତ ପରେ ଏହି ବେଆଇନ କାର୍ଯ୍ୟରେ ଜଡିତ ଥିବା ତିନି ଅଭିଯୁକ୍ତ ମାନଙ୍କ ବିରୋଧରେ କେସ ନମ୍ବର ୮୨୮ ଦଫା ୨୧ (ବି) ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରିଥିବା ଆଇ.ଆଇ.ସି. ବିଷୋଇ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ କୁକୁଡାଙ୍ଗ ଗ୍ରାମର ସୁଜ୍ଞାନୀ ଦେହୁରୀ , ତାପସ ନାଏକ ଏବଂ ସୁବ୍ରତ ବାରିକ । ସେମାଙ୍କୁ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି ।