ବେଆଇନ ବନ୍ଧୁକ କାରଖାନା ଠାବ : ୪ ବନ୍ଧୁକ,୨ ପିସ୍ତଲ ସହ ଅନେକ ସାମଗ୍ରୀ ଜବତ, ଜଣେ ଗିରଫ

122 0

ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ପୋଲିସକୁ ମିଳିଛି ବଡ ସଫଳତା । ବେଆଇନ ବନ୍ଧୁକ କାରଖାନା ଠାବ ସହ ୪ ବନ୍ଧୁକ,୨ ପିସ୍ତଲସହ ବ୍ୟାପକ ସାମଗ୍ରୀ ଜବତ ଜଣେ ଗିରଫ ହୋଇଛି । ବୌଦ୍ଧ ଜିଲ୍ଲାର ଉପାନ୍ତ ପଂଚାୟତ ଗୁନ୍ଦୁଲିଆ ଗ୍ରାମପଂଚୟାତର ସାଲେଇପଡାରେ ଏହି ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି । ଦିର୍ଘ ଦିନରୁ ଏହି ଅଂଚଳରେ ବେଆଇନ ବନ୍ଧୁକ କାରଖାନା ଚାଲିଆସୁଥିଲେ ହେଁ ସ୍ଥାନୀୟ ପୋଲିସ ପାଖରେ ଏନେଇ କୌଣସି ସୁରାଖ ନଥିଲା । ତେବେ ଏନେଇ ବୌଦ୍ଧ ଜିଲ୍ଲାର ସ୍ୱତନ୍ତ୍ର ସ୍କାର୍ଡ ଖବର ପାଇ ଗତକାଲି ବିଳମ୍ବିତ ରାତ୍ରୀରେ ମନମୁଣ୍ଡା ପୋଲିସ ସହ ମିଶି ଚଢାଉ କରିଥିଲା । ଫଳରେ ସାଲେଇପଡାର ଶେଷଦେବ ବିନ୍ଧାଣୀଙ୍କ ଘର ଭିତରେ ଚାଲିଥିବା ବେଆଇନ ବନ୍ଧୁକ କାରଖାନାକୁ ଠାବ କରିଥିଲା ।

ସେଠାରେ ୪ଗୋଟି ଦେଶୀ ବନ୍ଧୁକ,୨ଗୋଟି ଦେଶୀ ପିସ୍ତଲ ସହ ବ୍ୟାପକ ମାତ୍ରାରେ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି । କାଠ ଓ ଲୁହାକୁ ବ୍ୟବହାର କରାଯାଇ ଏସବୁ ବନ୍ଧୁକ ତିଆରି ହେଉଥିବା ଜଣାପଡିଛି । ଏହି ଘଟଣାରେ ଶେଷଦେବ ବିନ୍ଧାଣୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ମନମୁଣ୍ଡା ପୋଲିସ । ତେବେ କେବେଠାରୁ ସାଲେଇପଡାରେ ଏହି ବେଆଇନ ବନ୍ଧୁକ କାରଖନା ଚାଲିଆସୁଥିଲା । ଏହାର ଲିଙ୍କ କେଉଁ ଅଂଚଳ ସହ ରହିଛି ଏବଂ ଆଉ କେଉଁମାନେ ଏହା ସହ ଜଡିତ ଅଛନ୍ତି ସେନେଇ ପୋଲିସର ତଦନ୍ତ ପ୍ରକ୍ରୀୟା ଆରମ୍ଭ ହୋଇଥିବା ବୌଦ୍ଧ ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Related Post

ଫେବ୍ରୁଆରି ୫ରେ ଶେଷ ହେବ ବେଆଇନ ନିର୍ମାଣ ପାଇଁ ଥିବା ସର୍ବକ୍ଷମା ଯୋଜନାର ସମୟସୀମା

Posted by - January 22, 2020 0
ଭୁବନେଶ୍ୱର : ବେଆଇନ ନିର୍ମାଣ ପାଇଁ ସରକାର ଆରମ୍ଭ କରିଥିବା ସର୍ବକ୍ଷମା ଯୋଜନାର ମିଆଦ ଆସନ୍ତା ଫେବ୍ରୁଆରି ୫ରେ ଶେଷ ହେଉଛି । ଏହା ପରେ ଏହି…

ମହିଳା ମହାବିଦ୍ୟାଳୟ ଛାତ୍ରୀ ପିଉଛନ୍ତି ମଦ – ଭିଡିଓ ହେଲା ଭାଇରାଲ.

Posted by - February 2, 2020 0
ତାଳଚେର -(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ତାଳଚେର ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ମଦ ପିଇବା ଭିଡିଓ ସୋସିଆଲ ମେଡିଆରେ ହେଲା ଭାଇରାଲ । ଯାହାକୁ ନେଇ ଏବେ ତାଳଚେର…

ରେମୁଣା ରେ ‘ଭାରତ ବନ୍ଦ’ ପ୍ରଭାବ ରେ ଜୀବନ ଯାତ୍ରା ବ୍ୟାହତ

Posted by - March 26, 2021 0
ରେମୁଣା:(ସମରେନ୍ଦ୍ର ବାରିକ)ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ନୟ ସମିତି ତରଫରୁ ତିନୋଟି କୃଷି କଳା ଆଇନ, ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି, ସରକାରୀ ଶିଳ୍ପ…