ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

56 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କ୍ରୀଡ଼ା ମଣିଷ ଜୀବନର ଏକ ସର୍ବୋତ୍ତମ ମହୌଷଧି। ଏହା ଶାରୀରିକ ସୁସ୍ଥତା ସହ ମାନସିକ ସ୍ଥିରତା ଆଣିଥାଏ। ସେହିଭଳି ଫୁଟବଲ ଖେଳ ଚିତ୍ତବିନୋଦନ ସହ ସ୍ବାସ୍ଥ୍ୟଗତ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ା ବୋଲି କଳାହାଣ୍ଡି ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ସତରବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲକୁ ଲୋକପ୍ରିୟ କରିବା ପାଇଁ ବିଦ୍ୟାଳୟ ସ୍ତରର ଛାତଛାତ୍ରୀଙ୍କ ମଧ୍ୟରେ ଏହା ଆୟୋଜିତ କରାଯାଉଛି।

ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବିଶିଷ୍ଟ ଅତିଥି ଓଡ଼ିଶା ଅଲମ୍ପିକ ଏସୋସିଏସନ ସଭାପତି ଜଗମୋହନ ପଟ୍ଟନାୟକ, ସମ୍ମାନିତ ଅତିଥି ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏଡିଇଓ ଟେମଲାଲ ଦୁବେ ସ୍ୱାଗତଭାଷଣ ଦେଇଥିବା ବେଳେ ଆଇପିଇ ମହେନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇଥିଲେ। ଘୁମୁରା ପରିବେଷଣ କରିଥିଲେ ବାଳଗୋପାଳ ସେବା ନିକେତନର ଛାତଛାତ୍ରୀ ମାନେ। ମଂଚ ପରିଚାଳନା କରିଥିଲେ ଶିକ୍ଷକ ହେମନ୍ତ ମୁଣ୍ଡ। ଏହି ଅବସରରେ ଜିଲ୍ଲାର ନର୍ଲା ଓ କୋକସରା ବ୍ଲକର ୫ଟି ହାଇସ୍କୁଲ ମାନଙ୍କୁ ଫୁଟବଲ ବଣ୍ଟନ କରାଯାଇଥିଲା। ଆଜିଠାରୁ ୭ ଦିନ ବ୍ୟାପୀ ହେବାକୁ ଥିବା ଏହି ଖେଳରେ ପ୍ରତିଦିନ ଉଭୟ ବାଳକ ଓ ବାଳିକା ବିଭାଗର ମ୍ୟାଚ ଅନୁଷ୍ଠିତ ହେବ। ଉଦଘାଟନୀ ଦିବସରେ ୩ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।

ବାଳକ ବିଭାଗର ପ୍ରଥମ ମ୍ୟାଚ ନର୍ଲା-କୋକସରା, ଦ୍ଵିତୀୟ କେସିଙ୍ଗା-ଜୁନାଗଡ଼ ମଧ୍ୟରେ ହୋଇଥିବା ବେଳେ ବାଳିକା ବିଭାଗରେ ଭବାନୀପାଟଣା-ମ.ରାମପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ପରିଚାଳନା କରିଥିଲେ ରେଫରୀ ନବୀନ ନାଏକ, ଜିତେନ୍ଦ୍ର ରଥ, ନାରାୟଣ ପ୍ରଧାନ, ଜୁବିନ ଲହଜଲ, ସନ୍ତୋଷ ପାଣିଗ୍ରାହୀ, ସନ୍ତୋଷ ନାଏକ, ଅମିତ ମହାନ୍ତି ଓ ରଘୁନାଥ ହେମ୍ବ୍ରମ। ଏହିପରି ପ୍ରତିଦିନ ୩ଟି ମ୍ୟାଚ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାର ସମସ୍ତ ବିଇଓ, କ୍ରୀଡା ଶିକ୍ଷକ, ମୋ ସ୍କୁଲ ସଂଯୋଜକ ସୁକାନ୍ତ ସାହୁ, ଡିଇଓ ଅଫିସରୁ ଟଙ୍କଧର ସାହୁ, ଜିତେନ୍ଦ୍ର ମୁଣ୍ଡ, ଜନଜାତି ସାଧନ କେନ୍ଦ୍ର ସଂଯୋଜକ ଡିଲେଶ୍ୱର ରଣା, ସରିଆଁ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ, ଷ୍ଟାଡିୟମ କର୍ମକର୍ତ୍ତା, ବାଳଗୋପାଳ ସେବା ନିକେତନର ସ୍କାଉଟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭବାନୀପାଟଣାର ଗାଇଡ୍ ପ୍ରମୁଖ ସହଯୋଗ କରିଥିଲେ।

Related Post

ବାଇକ ରେ ନାଗ ରାଜ

Posted by - June 16, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାର ବିରଜାପୁର, ରାମବାଗ ର ଦେବେନ୍ଦ୍ର କୁମାର ନାୟକ କାମରେ ଯିବା ପାଇଁ ଘରୁ ବାଇକ ବାହାର କରି ସିଟ…

ଡୁଡୁକିପଦର ରେ ଦୁଇ ଦିନିଆ ସୂଚନା ଅଧିକାର ଆଇନ କର୍ମଶାଳା

Posted by - April 2, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଳକ ତେଲେନପାଲି ପଞ୍ଚାୟତ ଡୁଡୁକିପଦର ଗାଁ କମ୍ୟୁନିଟି ସେଣ୍ଟର ଠାରେ ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ସୂଚନା ଅଧିକାର ଆଇନ…

ଟିଟିଲାଗଡର ନୂତନ ବ୍ଲକ ଅଧ୍ୟକ୍ଷା ହେଲେ ସଂଯୁକ୍ତା ନାୟକ

Posted by - March 12, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆଜି ଟିଟିଲାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷା ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ଦ୍ଵନ୍ଦରେ ସଂଯୁକ୍ତା ନାୟକ ବିଜୟୀ ହୋଇଛନ୍ତି।…

ଦଲାଲ ଆଖ୍ୟା ଦେଇ ରାତି ଅଧରେ 4 ଜଣକୁ ଗିରଫ ପ୍ରତିବାଦରେ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ବିକ୍ଷୋଭ

Posted by - October 1, 2019 0
ଅନଗୁଳ ମେଡିକାଲ ରୁ 4 ଜଣଙ୍କୁ ଦଲାଲ ଆଖ୍ୟା ଦେଇ ରାତି ଅଧରେ 4 ଜଣକୁ ଗିରଫ କରି ଜେଲ କୁ ପଠାଇବା ପ୍ରତିବାଦରେ ଶତାଧିକ ସାମାଜିକ…

ଟ୍ରେନ ଧକ୍କାରେ ମା ହାତୀ ଓ ୨ ହାତୀ ଛୁଆ ମୃତ

Posted by - May 20, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ଯୋଡା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଘଟିଯାଇଛି ଏକ ଅଘଟଣ। ମାଲବାହୀ ଟ୍ରେନ ଧକ୍କାରେ ଏକ…