ଟଟୋପରା ଗ୍ରାମରେ ଜାତୀୟ ଡାକ ଦିବସ ପାଳିତ

138 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ଟଟୋପରା ଗ୍ରାମରେ ଜାତୀୟ ଡାକ ଦିବସ ଉପଲକ୍ଷେ ଡାକ ବିଭାଗ ତରଫରୁ ଉପଖଣ୍ଡ ସ୍ତରୀୟ ଡ଼ାକମେଳା ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ ଶ୍ରୀ ମାନଭଞ୍ଜନ ନାଏକ(ଡାକ ନିରୀକ୍ଷକ,ଟିଟିଲଗଡ ଉପଖଣ୍ଡ), ଶ୍ରୀ ଭଗବାନ ମହାନ୍ତି (ସମ୍ବାଦଦାତା),ଶ୍ରୀ ଯଶୋବନ୍ତ ସାହୁ (କୋଶଳୀ କବି) ଏବଂ ସ୍ଵତନ୍ତ୍ର ଅତିଥି ଭାବରେ ଶ୍ରୀ ରାହୁଲ କୁମାର (ବୀମା ଉନ୍ନୟନ ଅଧିକାରୀ),ଶ୍ରୀଯୁକ୍ତ ବାଳକୃଷ୍ଣ ପୂଜାରୀ (ବରିଷ୍ଠ ଡାକବୀମା ଉପଦେଷ୍ଟା),ଶ୍ରୀ ରମେଶ ଚନ୍ଦ୍ର ସାହୁ (ଡାକ ସହାୟକ ତଥା ବ୍ୟାଙ୍କିଙ୍ଗ ଓ ବୀମା ଉପଦେଷ୍ଟା), ଶ୍ରୀ ରାଜେନ୍ଦ୍ର ଖମାରୀ(ଡାକ ପରିଦର୍ଶକ) ଏବଂ ଶ୍ରୀ ରାମହରି ବାଗ (ଡାକ ପରିଦର୍ଶକ), ଶ୍ରୀ ଭୋଲାନଥ ବିଶ୍ଵାଳ(ପୋଷ୍ଟ ବ୍ୟାଙ୍କ୍ ପ୍ରବନ୍ଧକ),ଭାର୍ଗବ ଚନ୍ଦ୍ର ପୁଟେଲ୍(ଯୁବକ ସଂଘ ସଭାପତି),ନୀଳମଣି ସାହୁ(ଯୁବ ନେତା),ଆନନ୍ଦ ଚନ୍ଦ୍ର ପୁଟେଲ୍(ଜ୍ୟୋତିଷ ପଣ୍ଡିତ), ମୈଧର୍ଯ୍ୟ ଯାନୀ (ଗ୍ରାମ୍ୟ ଗୋନ୍ତିଆ),ଶ୍ରୀ ଦୁଶାସନ ପୁଟେଲ୍ (ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟର) ତଥା ଶ୍ରୀ ଜୟନ୍ତ କୁମାର ସାହୁ(ସମାଜସେବୀ) ପ୍ରମୁଖ ମଞ୍ଚାସିନ ଥିଲେ ।

ଏହି ଅବସରରେ ଡାକ ବିଭାଗର ବିଭିନ୍ନ ସେବା ଓ ପ୍ରକଳ୍ପକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଶ୍ରୀ ନାଏକ ମନ୍ତବ୍ୟ ପ୍ରଦାନ କରିଥିଲେ । କୋଶଲି କବି ଶ୍ରୀ ସାହୁ ଏହି କାର୍ଯ୍ୟକ୍ରମକୁ ସ୍ବାଗତ କରି ଗାଁମାଟି ମହକ ଓ ତହକ ରେ ଭରିଯାଇଛି ବୋଲି ଦର୍ଶାଇଥିବା ବେଳେ ଶ୍ରୀ ମହାନ୍ତି ଡାକସେବାରେ ଆର୍ଥିକ ସୁରକ୍ଷାର ସୁନିଶ୍ଚିତତା ବିଷୟରେ କହିଥିଲେ ।
ଡାକବୀମାର ବିଭିନ୍ନ ଦିଗ ବିଷୟରେ ଶ୍ରୀ ପୂଜାରୀ ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କରିଥିବାବେଳେ ବିଭାଗର ବିଭିନ୍ନ ପରିଯୋଜନା ଏବଂ ସେବା ବିଷୟରେ ଶ୍ରୀ ରାହୁଲ କୁମାର ଏବଂ ଶ୍ରୀ ବିଶ୍ବାଳ ଆଲୋକପାତ କରିଥିଲେ।

ବିଭାଗର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିବିଶେଷ ଯଥା ମୁକେଶ କୁମାର ମେହେରକୁ ସର୍ବାଧିକ ଡାକ ବୀମା ପାଇଁ, ଶ୍ରୀମତି ଜୁଇ ବେହେରାଙ୍କୁ ସର୍ବାଧିକ ପୋଷ୍ଟ ବ୍ୟାଙ୍କ୍ ଆକାଉଣ୍ଟ ପାଇଁ,ଶ୍ରୀ ଭଗବାନ ସାହୁଙ୍କୁ ସର୍ବାଧିକ ଡ଼ାକ ସଞ୍ଚୟ ଖାତା ପାଇଁ ତଥା ବୀମା ଉପଦେଷ୍ଟା ଶ୍ରୀ ବାଳକୃଷ୍ଣ ପୂଜାରୀଙ୍କୁ ସର୍ବାଧିକ ଡାକ ବୀମା ପାଇଁ ପ୍ରଶଂସା ପତ୍ର ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ଲାଭ କରିଥିବା ବ୍ୟକ୍ତିବିଶେଷ ଯଥା ଶ୍ରୀ କୃଷି ସାହୁ,ହରିଶ୍ଚନ୍ଦ୍ର ସାହୁ,ଛନ୍ଦା ଚରଣ ସାହୁଙ୍କୁ ବାଣିଜ୍ୟ ପାଇଁ, ଶ୍ରୀ ନୀଳମଣି ସାହୁ ଙ୍କୁ ଯୁବ ନେତୃତ୍ବ ପାଇଁ, ଶ୍ରୀ ବିଜୟ କୁମାର ପଟେଲଙ୍କୁ ଡ଼ାକ୍ତରୀ ସେବା ପାଇଁ,ଶ୍ରୀ ଲୋଚନ ଶବର ଓ ଶ୍ରୀ କ୍ଷମାସାଗର ସାହୁଙ୍କୁ ଶିକ୍ଷା ପାଇଁ, ତଥା ଶ୍ରୀମତୀ ସିମନ୍ତିନି ସାହୁ ଓ ଶ୍ରୀମତୀ ଅଞ୍ଜୁ ସାହୁ ଙ୍କୁ ନାରୀ ସଶକ୍ତିକରଣ ଓ ନୂତନ ବୀମା ଅଭିକର୍ତ୍ତା ପାଇଁ ମାନପତ୍ର ଦ୍ଵାରା ସମ୍ମାନିତ କରାଯାଇଥିଲା । ଶ୍ରୀ ଖମାରୀ ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିବାବେଳେ ଶ୍ରୀ ରମେଶ ଚନ୍ଦ୍ର ସାହୁ ଓ ଦୟାମୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ବିଭାଗୀୟ କର୍ମଚାରୀଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ କରାଗଲା। ଉପଖଣ୍ଡର ପ୍ରାୟ ସମସ୍ତ ଡାକ କର୍ମଚାରୀ, ବାପୁଜୀ ଯୁବକ ସଂଘ ତଥା ଗଜଲକ୍ଷ୍ମୀ ପୂଜା କମିଟି ର ସଦସ୍ୟ ବୃନ୍ଦ ତଥା ଶତାଧିକ ଅଞ୍ଚଲବାସୀ ଅଂଶଗ୍ରହଣ କରି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।

Related Post

ଶହୀଦ ବୀର ଲକ୍ଷ୍ମଣ ଙ୍କ ପ୍ରତିମୂର୍ତି ସ୍ଥାପନ କରିବା ପାଇଁ ଚିତ୍ରକୋଣ୍ଡା ବିଧାୟକଙ୍କୁ ଅନୁରାଧ

Posted by - July 11, 2021 0
ମାଥିଲି:(ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୀଆଙ୍ଗ ଗ୍ରାମ ପଂଚାୟତ ଜନସାଧାରଣ କୀଆଙ୍ଗ ଛକ ଶିବମନ୍ଦିର ନିକଟ ରାସ୍ତା କୁ  ଶହୀଦ ଲକ୍ଷ୍ମଣ ନାୟକ…

ଦୁର୍ଗା ପୂଜା ପାଇଁ ମାଟି ଅନୁକୁଳ

Posted by - September 24, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ହରଭଙ୍ଗା ବଜାର ‘ୟୁଥ କ୍ଳବ’ ଆନୁକୁଲ୍ୟ ରେ ଦୁର୍ଗାପୁଜା କରୋନା କଟକଣା କୁ ଦୃଷ୍ଟି ରେ ରଖି…

ନାବାଳିକା ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ପ୍ରଶାସନର ତଦନ୍ତ ଆରମ୍ଭ

Posted by - May 22, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲାରେ ପୁଣି ଗୁରୁ ଶିଷ୍ୟାର ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କର ଛିଟା । ଛାତ୍ରୀ ମାନଙ୍କୁ…

ବାଲିଘାଟରେ ବୋମା ଫିଙ୍ଗି ହତ୍ୟା ଘଟଣାରେ ବିଂଝାରପୁର ଥାନା ଏସଆଇ ନିଲମ୍ବିତ

Posted by - March 25, 2022 0
ଯାଜପୁର: ବଗମରା ବାଲିଘାଟରେ ବୋମା ଫିଙ୍ଗି ହତ୍ୟା ଘଟଣାରେ ବିଂଝାରପୁର ଥାନା ଏସଆଇ କଣ୍ଡୁରି ଚରଣ ଦାସଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି। କର୍ତ୍ତବ୍ୟରେ ଅବହେଳା ଯୋଗୁ ତାଙ୍କୁ…

କଂଗ୍ରେସ ର ବିଜୟୀ ନେତା

Posted by - May 24, 2019 0
କଂଗ୍ରେସ ବିଧାନସଭା ବିଜୟୀ ପ୍ରାର୍ଥୀ ତାଲିକା ନରସିଂହ ମିଶ୍ର –ବଲାଙ୍ଗିର ସୁର ରାଉତରାୟ- ଜ଼ଟଣୀ ମହମ୍ମଦ ମୋକିମ୍- କଟକ ବାରବାଟୀ ତାରାପ୍ରସାଦ ବାହିନୀପତି- ଜୟପୁର ଅଧିରାଜ ପାଣିଗ୍ରାହୀ…