ଭାଷା କେହି କାହାର ଶତ୍ରୁ ନୁହନ୍ତି, ସମସ୍ତେ ପରିପୂରକ

189 0

ଧର୍ମଗଡ଼:ତା୯/୧୦:( ହେମନ୍ତ କୁମାର ମାଝୀ)ମାଁ ର ଯେମିତି ବିକଳ୍ପ ନାହିଁ। ଭାଷାର ବି ବିକଳ୍ପ ନାହିଁ। ନିଜ ମାଁ ମାଟିକୁ ଯିଏ ହତାଦର କରେ ସେ କେବେ ଅନ୍ୟକୁ ଆପଣାର କରି ପାରେନି। ତେଣୁ ମାତୃଭାଷା ହେଉଛି ଜୀବନ। ଅନ୍ୟ ଭାଷା ହେଉଛି ଜୀବିକା। ନିଜ ଜୀବିକା ନିର୍ବାହ କରିବା ପାଇଁ ମଣିଷକୁ ଇଂରାଜୀ ଶିଖିବାକୁ ପଡେ । ଇଂରାଜୀ ବି ଏକ‌ ଭାଷା । କୋର୍ଟ କଚେରୀ ବିଭିନ୍ନ ଦପ୍ତରରେ‌ ଇଂରାଜୀ ଭାଷାର ବହୁଳ ବ୍ୟବହାର ପାଇଁ ଇଂରାଜୀ ଶିଖିବାର ଆବଶ୍ୟକତା ରହିଛି। କିନ୍ତୁ ନିଜ ଭାଷାକୁ ହତାଦର କରି ନୁହେଁ। କାରଣ କୌଣସି ଭାଷା କାହାର ଶତ୍ରୁ ନୁହନ୍ତି। ଜାଣତରେ ହେଉ କି ଅଜାଣତରେ ହେଉ ଓଡିଆ ଇଂରାଜୀ ସହ ହିନ୍ଦି ତେଲୁଗୁ ଭାଷା ବି ଗୋଟିଏ ବାକ୍ୟରେ ବ୍ୟବହାର ହେଉଛି ।

ସମସ୍ତେ ସମସ୍ତଙ୍କ ପରିପୂରକ ବୋଲି ଇଂଲିଶ ସପୋର୍ଟ ମିଶନ ଦ୍ଵାରା ଆୟୋଜିତ ଦଶବର୍ଷ ପୂର୍ତ୍ତି ଅବସରରେ ଯୋଗଦେଇଥିବା ବିଶିଷ୍ଟ ଭାଷାବିତମାନେ ପ୍ରକାଶ କରିଥିଲେ। ଦେଶ କା ମେଣ୍ଟର ତଥା ଇଂଲିଶ ସପୋର୍ଟ ମିଶନର ପ୍ରତିଷ୍ଠାତା ପଞ୍ଚାନନ ଦୂରିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ English of foreign languageର ପୂର୍ବତନ କୁଳପତି ପ୍ରଫେସର ଗଣେଷନ ଭାଷାର ସରଳୀକରଣ ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବେ national multilingualର ଉପଦେଷ୍ଟା ଡା.ମହେନ୍ଦ୍ର ମିଶ୍ର ଯୋଗଦେଇ ବିଭିନ୍ନ ଭାଷା ମଧ୍ୟରେ ଥିବା ସମ୍ପର୍କକୁ ନେଇ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଡା ବାସୁଦେବ ସୁନାନୀ, ଅଧ୍ୟାପକ ଲିଙ୍ଗରାଜ ପାତ୍ର,ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ,ରତିନ୍ଦ୍ର ରାଏ, ଭକ୍ତ ଚରଣ ଭୋଇ, ଡା ପ୍ରିୟା ଶଶିଧରନ, ଅବସରପ୍ରାପ୍ତ ଜେଲ ଅଧିକ୍ଷକ ପ୍ରେମାନନ୍ଦ ବାଗ, ଡା ପିତାମ୍ବର ବେହେରା,ଲେଫ୍ଟନାଣ୍ଟ ଉଦୟ ନାଏକ, ଡା ସଂଯୁକ୍ତା ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ପଞ୍ଚାନନ ଦୂରିଆ, ଅଙ୍କିତ ରଥ,ତରଣୀସେନ ଦୁର୍ଗା, ଶୁଭ୍ରାଂଶୁ ଦାସ ପରିଚାଳନା କରିଥିବାବେଳେ ଶୁଭେନ୍ଦୁ ପଣ୍ଡା, ଲିଙ୍ଗରାଜ ପ୍ରଧାନ, ବଙ୍କିମ ସାଗର, ପ୍ରମୁଖମୁଖ ସହଯୋଗ କରିଥିଲେ ।

Related Post

ଟିଟିଲାଗଡ ଲାୟନ୍ସ ଏବଂ ଲିଓ କ୍ଳବ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - January 16, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଦିନକୁ ଦିନ କରୋନା ସଂକ୍ରମଣ ଯାହାକି ଓମିକ୍ରନ ରୂପରେ ତୃତୀୟ ଲହରରେ ବ୍ୟାପୁଛି, ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କୁ ଟୀକାକରଣ ତଥା ବୁଷ୍ଟର…

ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ତ୍ରିରଙ୍ଗା ଶୋଭା ଯାତ୍ରା

Posted by - August 17, 2022 0
ସମ୍ବଲପୁର/ରେଙ୍ଗାଲି ୧୪/୦୮(ରମାକାନ୍ତ ବିଶ୍ବାଳ)ସ୍ୱାଧୀନତା ର ୭୫ତମ ପୂର୍ତ୍ତି ତଥା ଅଜାଦି କା ଅମୃତ ମହୋତ୍ସବ ଅବସର ରେ ବରିଷ୍ଠ ନାଗରିକ ପରିଷଦ ସଭାପତି ଶ୍ରୀ ବସନ୍ତ କୁମାର…

ବୌଦ୍ଧ ଅତିରିକ୍ତ ଜ଼ିଲ୍ଲାପାଳ ଙ୍କ ରାମକୃଷ୍ଣ ବାଳାଶ୍ରମ ପରିଦର୍ଶନ

Posted by - December 30, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା ବୀରନରସିଂହପୁର ସ୍ଥିତ ରାମ କୃଷ୍ଣ ବାଳା ଶ୍ରମ କୁ ତ୍ରୟ ମାସିକ ପରିଦର୍ଶନ ରେ ଯାଇଥିଲେ l ରାମକୃଷ୍ଣ…

କଂଗ୍ରେସ ଦଳ ପକ୍ଷରୁ କାଶୀପୁର ଠାରେ ଗୌରବ ଯାତ୍ରା ଅନୁଷ୍ଠିତ

Posted by - August 13, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)କାଶୀପୁର କଂଗ୍ରେସ ଦଳ ପକ୍ଷରୁ ଆଜି କାଶୀପୁର ବ୍ଲକ ସଦର ମହକୁମା ସ୍ଥିତ ଗାନ୍ଧି ମଣ୍ଡପ ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଗୌରବ ଯାତ୍ରା…