ହରଭଙ୍ଗା ବ୍ଲକ ରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ

123 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣା କଟକ ଠାରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ପୁରୁଣା କଟକ କଲ୍ୟାଣ ମଣ୍ଡପ ଠାରେ ପ୍ରଥମେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ପୁରୁଣା କଟକ ପଂଚାୟତ ର ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ପ୍ରଧାନ ତାଙ୍କର ବହୁ ସମର୍ଥକ ଆଜି ବିଜେଡି ରେ ଯୋଗ ଦେଇଥିଲେ l

ଏହି ମିଶ୍ରଣ ପର୍ବ ରେ ଜଙ୍ଗଲ ଓ ପରିବେଶ ତଥା ଜଳ ବାୟୁ ପରିବର୍ତ୍ତନ,ପଂଚାୟତ ରାଜ ଓସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏବଂ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ ଉପସ୍ଥିତ ଥିଲେ l ଏହି ମିଶ୍ରଣ ପର୍ବ ରେ ବିଜେଡି କର୍ମୀ ଓ ବିଭିନ୍ନ ଅଂଚଳରୁ ବହୁ ଲୋକ ଯୋଗ ଦେଇଥିଲେ l ପରେ ପଦଯାତ୍ରା ରେ ପୁରୁଣାକଟକ ପଂଚାୟତ ର ଅନେକ ଗ୍ରାମ କୁ ପଦଯାତ୍ରା ରେ ମନ୍ତ୍ରୀ ଓ କର୍ମୀ ମାନେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନହିତକାରୀ ଯୋଜନା ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ସଫଳତା ଲୋକ ମାନଙ୍କ ପାଖରେ ପହଞ୍ଚାଇଥିଲେ l

ଏହି ପଦଯାତ୍ରା ରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ, ବରିଷ୍ଠ ବିଜେଡି ନେତା ଅଶୋକ କୁମାର ସାହୁ, ତାରେଣୀ ମହାପାତ୍ର, ବସନ୍ତ କୁମାର ସ୍ୱାଇଁ, ସରପଞ୍ଚ ଅଶୋକ ସେଠୀ, ବାବୁ ମେହେର, ଅକ୍ରୁର ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାଶ, ଧିରେନ ଦେହୁରୀ, ସୁରେନ ପଧାନ, ପ୍ରଦୀପ କୁମାର ସାହୁ, ଚିତ୍ତରଞ୍ଜନ ସିଂହ, ସଂଜୀବ ଦେହୁରୀ ପ୍ରମୁଖ ଏହି ପଦଯାତ୍ରା ରେ ସାମିଲ ହୋଇଥିଲେ l

Related Post

ସମାଜସେବୀ ବିନ୍ଦୁ ମହାନନ୍ଦ ନିର୍ଦ୍ଵନ୍ଦରେ ନିର୍ବାଚିତ

Posted by - January 28, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର୍ ଧରିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ମଧ୍ଯ ନିଜ ନିଜ…

ଯାଜପୁର ଜିଲା ଦଶରଥପୁର ବ୍ଳକ ଅକରପଡ଼ା ପଂଚାୟତରେ ରାଜନୈତିକ ମାହୋଲ ସରଗରମ

Posted by - February 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଳକ ଅକରପଡ଼ା ପଂଚାୟତରେ ରାଜନୈତିକ ମାହୋଲ ସରଗରମ । ପ୍ରଚାର ମୈଦାନ କୁ ଓଲ୍ହାଇଲେ ପୂର୍ବତନ ଦଶରଥପୁର…

ପୂର୍ବତନ ବିଧାୟକ ଶିବାଜୀ ମାଝି ଙ୍କ କଂଗ୍ରେସ ରୁ ଇସ୍ତଫା

Posted by - November 7, 2021 0
ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ପୁର୍ବତନ ବିଧାୟକ ଶିବାଜୀ ମାଝି କଂଗ୍ରେସ ଦଳର ପ୍ରାଥମିକ ସଦସ୍ଯ ପଦବୀରୁ ଇସ୍ତଫା ଦେଇଛନ୍ତି।ଶ୍ରୀ ମାଝୀ ୨୦୦୭ ମସିହା ରେ କଂଗ୍ରେସ…

ନୀଳଗିରି କଂଗ୍ରେସ୍ କର୍ମୀ ଓ ପୂର୍ବତନ ବିଧାୟକ ଙ୍କ ଗଣ ଧାରଣା,ରାଷ୍ଟ୍ରପତି ଙ୍କୁ ପଠାଇଲେ ସ୍ମାରକ ପତ୍ର

Posted by - July 11, 2020 0
ନୀଳଗିରି:୧୦/୦୭(ସୌମ୍ୟାସାଇ ବାରିକ୍) ନୀଳଗିରି କଂଗ୍ରେସ୍ ଦଳ ପକ୍ଷରୁ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, କିଷାନ଼ କଂଗ୍ରେସ ର ଯଶୋଦା ନନ୍ଦନ ସିଂହ ନେତୃତ୍ୱ ରେ ନୀଳଗିରି ର କଂଗ୍ରେସ…

ବୌଦ୍ଧ ଜିଲ୍ଲା କଂଗ୍ରେସର ମୁଖପାତ୍ର ମନୋନୀତ

Posted by - December 5, 2021 0
ବୌଦ୍ଧ :(ସମରେଶ ମିଶ୍ର)ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ ର ମୁଖପାତ୍ର ମାନଙ୍କ ନାମକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ମିଡ଼ିଆ ଓ କମ୍ୟୁନିକେସନ ବିଭାଗ ର ଚେୟାରମ୍ୟାନ…