ମହା ଆଡ଼ମ୍ବରରେ ପାଳନ ହେଲା ମା ଗଜଲକ୍ଷ୍ମୀ ଙ୍କ କଳସ ଯାତ୍ରା

264 0

ମୁନିଗୁଡା :(ରମାକାନ୍ତ ପୋଢଳ)ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଆମ୍ବାଦଳା ଠାରେ ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି ସାରା ସହର। ୯ ଦିନ ଧରି ହେବାକୁ ଥିବା ଏହି ଗଜଲକ୍ଷ୍ମୀ ପୂଜା ପାଇଁ ମାଙ୍କ ଆବାହନ ନିମନ୍ତେ ଆଜି ମହା ଆଡମ୍ବରରେ ପାଳନ କରାଯାଉଛି କଳସ ଯାତ୍ରା।

ଅମ୍ବାଦଳା ରେ ଅନୁଷ୍ଠିତ ହେଉଥିବା ଗଜଲକ୍ଷ୍ମୀ ପୂଜା ରାୟଗଡ଼ା ଜିଲ୍ଲା ର ପ୍ରସିଦ୍ଧପୂଜା ହୋଇଥିବା ବେଳେ ଆଜି ଅମ୍ବାଦଳା ବାଘଡଙ୍ଗରୀ ନିକଟରେ ଥିବା ନଦିକୁଳ ରେ ପାରମ୍ପରିକ ରୀତି ନୀତି ଅନୁସାରେ ପୁରୋହିତ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ଗଙ୍ଗା ଆବାହନ କରାଯାଇ ଥିଲା।

ପରେ ନଦୀର ପବିତ୍ର ଜଳ କୁ କଳସୀରେ ଭରି ୫୦୦୦ ରୁ ଉର୍ଦ୍ଧ ମହିଳା ଓ କୁଆଁରୀ ଝିଅ ମାନେ ଜଳ ପୂର୍ଣ୍ଣ କଳସ ମୁଣ୍ତରେ ଧରି ମହା ପଟୁଆରରେ ଶଙ୍ଖ ମହୁରୀ ରେ ସହର ପରିକ୍ରମା କରିବା ପରେ ମାଙ୍କ ମନ୍ଦିର ରେ ପହଞ୍ଚି ଥିଲେ।

ସେଠାରେ ପୁରୋହିତ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ମାଙ୍କୁ ଜୀବନ୍ୟାସ ଦିଆ ଯାଇଛି। ଶ୍ରଦ୍ଧାଳୁ ମାନଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ମିନାବାଜାର ବୁଗିଵୁଗି ନାଚ ର ଆୟୋଜନ କରାଯାଇଥିବା କମିଟି ପକ୍ଷରୁ ସୁଚନା ମିଳିଛି।

Related Post

ଅଗ୍ନିକାଣ୍ଡ ରେ ଜଳିଗଲା ଦୁଇ ବଖରା, ବ୍ୟାପକ କ୍ଷୟକ୍ଷତି

Posted by - April 8, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ସଂକୁଳେଇ ପଞ୍ଚାୟତ ଅନ୍ତର୍ଗତ ବୁଲରା ଗ୍ରାମର ନବୀନ ବେହେରା ଙ୍କ ଘରେ ନିଆଁ ଲାଗିଥିବା ସୂଚନା ମିଳିଛି ।ସୂଚନା ମତେ ବୁଲରା…

ପରିବାର କଲ୍ୟାଣ ଦିବସ ପାଳିତ

Posted by - October 11, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ସ୍ଥାନୀୟ ନବରଙ୍ଗପୁର ବ୍ଳକ୍ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ଆଶ୍ରମ ପ୍ରତିଷ୍ଠାତା ଜଗତ ଗୁରୁ ଶ୍ରୀ ଶ୍ରୀ ସ୍ବାମୀ ରଶ୍ମି…

ଦିବଂଗତ ପୂର୍ବତନ କଳାହାଣ୍ଡି ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କୁ ବିଜୁ ଜନତା ଦଳ କଳାହାଣ୍ଡି ତରଫରୁ ଶ୍ରଦ୍ଧାଞ୍ଜଳି

Posted by - July 25, 2022 0
ଭବାନିପାଟନା :(ସୂରଜ ପ୍ରକାଶ ଜୈନ) ଦିବଂଗତ ପୂର୍ବତନ କଳାହାଣ୍ଡି ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କୁ ବିଜୁ ଜନତା ଦଳ କଳାହାଣ୍ଡି ତରଫରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ…

ରାଜ୍ୟ ସମାଜସେବୀ ମହାସଂଘ ଓଡିଶା ର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

Posted by - July 18, 2022 0
ଭୁବନେଶ୍ବର:(ସନ୍ତୋଷ ରାଉତ )ରଜ୍ୟ ସମାଜସେବୀ ମହାସଂଘ ଓଡ଼ିଶା ର ସମସ୍ତ ଜିଲ୍ଲା ଓ ବ୍ଲକରୁ ମନୋନୀତ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ନେଇ ଭୁବନେଶ୍ବର ସ୍ଥିତ…

ଓଡିଶା ଡ୍ରାଇଭର ମହାସଂଘ “ବୌଦ୍ଧ “ଦ୍ୱାରା ବିଶ୍ୱକର୍ମା ପୂଜା ପାଳିତ

Posted by - September 18, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଜି ବିଶ୍ୱ ନିର୍ମାଣ କର୍ତ୍ତା ଶ୍ରୀ ଶ୍ରୀ ବିଶ୍ୱକର୍ମା ଙ୍କ ପୂଜା କୁ ବୌଦ୍ଧ ଜିଲ୍ଲା ଡ୍ରାଇଭର ମହାସଂଘ ମହା ଆନନ୍ଦ ରେ ପାଳନ…