Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ପବିତ୍ର ନବମୀ ତିଥିର ମଧ୍ୟରାତ୍ରରେ ସୁବର୍ଣ୍ଣପୁରର ଐତିହାସିକ ବଳୀଯାତ୍ରାର ମହାବଳୀ ଯାତ୍ରା ସମ୍ପନ୍ନ

54 0

ସୋନପୁର:(ଅଜିତ କୁମାର ପୂଜାହାରୀ)ଲକ୍ଷାଧୀକ ଶ୍ରଦ୍ଧାଳୁଙ୍କ ସମାଗମରେ ପବିତ୍ର ନବମୀ ତିଥିର ମଧ୍ୟରାତ୍ରରେ ସୁବର୍ଣ୍ଣପୁରର ଐତିହାସିକ ବଳୀଯାତ୍ରାର ମହାବଳୀ ଯାତ୍ରା ସମ୍ପନ୍ନ ହୋଇଛି ।ରାଜା ରାଜୁଜା ଅମଳରୁ ଅଷ୍ଟଚଣ୍ଟୀଙ୍କ ଏହି ପୀଠରେ ଆଶ୍ବୀନ ଅମାବାସ୍ୟାରୁ ପୂର୍ଣ୍ଣମୀ ଯାଏଁ ତନ୍ତ୍ର ପଦ୍ଧିତିରେ ଯନ୍ତ୍ର ଓ ମନ୍ତ୍ର କୁ ଆଧାର କରି ବଳୀପର୍ବ ପାଳନ ହୋଇଥାଏ । ଏହି ବଳିଯାତ୍ରାର ମୁଖ୍ୟ ଆକର୍ଷଣ ମହାବଳୀ ଯାତ୍ରା ଏକ ସ୍ୱତନ୍ତ୍ର ସ୍ଥାନ ରଖିଛି ଆଜିଯାଏଁ ।କରୋନା କଟକଣା ଯୋଗୁଁ ବିଗତ ଦୁଇ ବର୍ଷ ହେଲା ଏହି ଯାତ୍ରା ବନ୍ଦ ଥିବା ବେଳେ ଚଳିତ ବର୍ଷ ବଡ ଧୁମ ଧାମରେ ପାଳିତ ହୋଇଛି ମହାବଳୀ ଯାତ୍ରା ।


ତନ୍ତ୍ର ପୀଠ ସୁବର୍ଣ୍ଣପୁର ।ରାଜା ରାଜୁଡା ଅମଳରୁ ଶାକ୍ତ ପରମ୍ପରା ରେ ପାଳିତ ହୋଇଆସୁଛି ବଳୀଯାତ୍ରା । ଉଆଁସ ବଳୀ , ନିଶାବଳୀ , ଖଉଳ ବଳୀ , ଡାଙ୍ଗୁଆ ବଳୀ , ଗାୟନ ବଳୀ , ନବମୀ ବଳୀ , ମହାବଳୀ, ଦଶହରାବଳୀ ଓ ପୁର୍ଣ୍ଣମୀ ବଳୀ ଆଦି ନଅ ପ୍ରକାର ବଳୀ ପାଳନ କରାଯାଇ ପୂର୍ଣ୍ଣମୀ ତିଥିରେ ଶେଷ ହୋଇଥାଏ ଏହି ବଳୀଯାତ୍ରା ।ଆଉ ବଳୀ ଭିତରେ ମହାବଳୀ ପର୍ବର ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଛି ।

ଏହି ବଳୀଯାତ୍ରା ରେ ଉଚ୍ଚ, ନିଚ୍ଚ ଜାତି ଅଜାତି ନିର୍ବିଶେଷ ରେ ୩୬ ପାଟକ ବା ସମ୍ପ୍ରଦାୟ ର ଲୋକେ ନିୟୋଜିତ ହୋଇଥାନ୍ତି ମହାବଳୀଙ୍କ ସେବାରେ । ଅନ୍ୟତ୍ର ବଳୀ କହିଲେ ଛାଗ ବା ମହିଷୀକୁ କୁହାଯାଊଥିବାବେଳେ ଏଠାରେ ବଳୀ କହିଲେ ସମର୍ପଣ ବା ଉତ୍ସର୍ଗ କୁ ବୁଝାଇଥାଏ ।ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଏହି ଯାତ୍ରା ବିନା ଶ୍ରଦ୍ଧାଳୁ , ବିନା ବରୁଆରେ ପାଳିତ ହୋଇଥିବା ବେଳେ ଚଳିତ ବର୍ଷ ବଡ ଧୁମ ଧାମରେ ପାଳିତ ହୋଇଛି ଏହି ବଳୀ ଯାତ୍ରା । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ଏହି ବଳୀଯାତ୍ରା ପାଳିତ ହୋଇଛି ସ୍ଥାନୀୟ ଖମ୍ବେଶ୍ବରୀ ମନ୍ଦିରରେ ।

 

Related Post

ପୁଣି ପ୍ରଚାର କୁ ଫେରିଲେ ବିଂଝାରୁର ବିଧାୟିକା ପ୍ରମିଳା ମଲ୍ଲିକ

Posted by - February 18, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପୁଣି ପ୍ରଚାର କୁ ଫେରିଲେ ବିଂଝାରୁର ବିଧାୟିକା ପ୍ରମିଳା ମଲ୍ଲିକ । ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିୋଗ ରେ ପ୍ରମିଳା…

ମଣିଷ ବଦଳରେ ମେସିନ କରୁଛି କାମ

Posted by - July 29, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ମଣିଷ ବଦଳରେ କାମ କରୁଛି ମେସିନ Iଲକ ଡାଉନ ସମୟରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାପାଇଁ ସରକାର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ…

ସର୍ବ ଭାରତୀୟ ଜେ.ଇ.ଇ. ପରୀକ୍ଷାର ପରୀକ୍ଷାର୍ଥୀ ମାନଙ୍କ ପାଇଁ ସହଯୋଗ

Posted by - August 29, 2020 0
ଯାଜପୁର ଅଫିସ: ମସିହାର ସର୍ବଭାରତୀୟ ସ୍ତରର ଜେ.ଇ.ଇ. ପରୀକ୍ଷାର୍ଥୀ ମାନଙ୍କ ପାଇଁ ଜିଲ୍ଳ୍‌ା ପ୍ରଶାସନ ପକ୍ଷରୁ ବିବିଧ ବ୍ୟବସ୍ଥା କରାଯାଇଚ୍ଥି ବୋଲି ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ…

ବନ୍ୟା ପରିସ୍ଥିତି ଗମ୍ଭୀର :୨୦ଟି ଗାଁ ପାଣି ଘେରରେ, ହରଭଙ୍ଗା -ବୌଦ୍ଧ ଯୋଗାଯୋଗ ବିଛିନ୍ନ, ଚାଷଜମି ଜଳମଗ୍ନ

Posted by - August 17, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ସଫ୍ରତି ୩ଦିନ ଧରୀ ଲଘୁଚାପ ଜନିତ ବର୍ଷା ଜାରିରହିଥିବା ବେଳେ, ହୀରାକୁଦ ଜଳଭଣ୍ଡାରରୁ ୪୦ ଟି ଗେଟ ଖୋଲାଯାଇ ଡେମରୁ ବନ୍ୟାଜଳ ନିଷ୍କାସନ କରାଯିବାରୁ…

ଟିଟିଲାଗଡ଼ର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ତିନି ମନ୍ତ୍ରୀ

Posted by - September 13, 2022 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ସୋମବାର ଦିନ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀଙ୍କ ଦ୍ଵାରା ଟିଟିଲାଗଡ ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର…