ଭୂବନେଶ୍ୱର,ତା.୧୧.୧୦.୧୯, ଭୂବନେଶ୍ୱର ୟୁନିଟ୍ – ୩ ସ୍ଥିତ ଉତ୍କଳ ସାମ୍ବାଦିକ ଭବନ ଠାରେ ବିଜୟ ଭାରତ ଓଡିଶା ର ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି । ସଂସ୍ଥାର ଆବାହକ ଶ୍ରୀଯୁକ୍ତ ପର୍ଶୁରାମ ବିଶ୍ୱାଳ ସାମ୍ବାଦିକ ମାନଙ୍କୁ ସମ୍ଭୋଧନ କରି ବର୍ତ୍ତମାନ ଦେଶ ରେ ଏବଂ ସର୍ବପରୀ ରାଜ୍ୟରେ ସରକାରୀ କଳ ର ଅପାରଗତା ବିଷୟରେ ଆଲୋକପାତ କରି କହିଥିଲେ ଯେ ବର୍ତ୍ତମାନ ଦେଶରଆର୍ଥିକ ସ୍ଥିତି କମଜୋର ହେବାରେ ଲାଗିଛି । ଏଥି ପାଇଁ ସରକାରଙ୍କର ଶାସନ ଚଳାଇବାର ପ୍ରଣାଳୀ ଭୁଲ୍ ।ସେ ଆହୁରି କହିଥିଲେ ଯେ ବିଶ୍ୱରେ ଭାରତ ଏକ ବୃହତ ଗଣତନ୍ତ୍ର ରାଷ୍ଟ୍ର ଭାବେ ପରିଚିତ ଲୋକସଂଖ୍ୟାରେ ଏହା ବିଶ୍ୱରେ ଦ୍ୱିତୀୟ । ଯେହେତୁ ଆମର ଲୋକସଂଖ୍ୟା ଅଧିକ,ସମସ୍ୟା ମଧ୍ୟ ଅଧିକ । ଆଉ ଏହି ସମସ୍ୟା ଗୁଡିକ ଦିନକୁ ଦିନ ବଢିବାରେ ଲାଗିଛି ।ତେଣୁ ଏକ ମଜଭୂତ୍ ରାଷ୍ଟ୍ର ଗଠନ ପାଇଁ କିପରି ସମସ୍ୟା ଗୁଡିକର ସ୍ଥାୟୀ ସମାଧାନର ରାସ୍ତା ବାହାରି ପାରିବ । ଯେପରିକି ଆମର ଆସୁଥିବା ପିଢି ପାଇଁ ସବୁ ସୁଖ ସୁବିଧା ଦେଇପାରିବୁ ଆମର ପ୍ରଥମ ଲକ୍ଷ ।ତେଣୁ ଏହି ମହତ୍ୱ ପୂର୍ଣ୍ଣ କାର୍ଯ୍ୟକୁ ସାକାର କରିବାକୁ ହେଲେ ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ନିତ୍ୟାନ୍ତ ଆବଶ୍ୟକ ।ତେଣୁ ସରକାରଙ୍କର ଥିବା ରାଜସ୍ୱ ସଂସ୍ଥା ଗୁଡିକୁ ମଜଭୂତ୍ କରିବା କୁ ପଡିବ ।ଏହା ପାଇଁ ଆବଶ୍ୟକ ଅନୁଯାଇ ନିଯୁକ୍ତି ଦେବାକୁ ପଡିବ ଏବଂ ରାଜସ୍ୱ ସଂସ୍ଥା କୁ ଉନ୍ନତି କରିବାଆମର ଦ୍ୱିତୀୟ ଲକ୍ଷ । ଏହି ଅର୍ଥକୁ କିପରି ଜନସାଧାରଣଙ୍କ ସେବାରେ ସଠିକ୍ ବିନିଯୋଗ ହେବ ଏବଂ ସାଧାରଣଲୋକଙ୍କର ଆର୍ଥିକ ସ୍ତିତି ସୁଦୃଢ ହେବ,ଯେପରି ଜଣେ ନିଜସ୍ୱ ଖର୍ଚ୍ଚରେ ନିଜର ଆବଶ୍ୟକତା ପୂରା କରିପାରିବ ଏବଂ ଜନସାଧାରଣଙ୍କର ସମାସ୍ୟ କିପରି ଶିଘ୍ର ଓ ସହଜରେ ସମାଧାନ ହୋଇପାରିବ,ଏହା ପାଇଁମଧ୍ୟ ନିଯୁକ୍ତି ଦେବାକୁ ପଡିବ ।ଏହା ଆମର ତୃତୀୟ ଲକ୍ଷ ।
ମୁଖ୍ୟତଃ କହିବାକୁ ଗଲେ ଯଦି ସରକାରୀ ସଂସ୍ଥା ସଦୃଢ ନହେବ,ସରକାରଙ୍କ ରାଜସ୍ୱ ବୃଦ୍ଧି,କୃଷି,କଳାଧନ କାରବାର,ଭ୍ରଷ୍ଟାଚାର,ଶିକ୍ଷା ଏବଂ ଆଇନି କାନୁନ୍ ଇତ୍ୟାଦି ରେ ଥିବା ସମାସ୍ୟ ଗୁଡିକ ସମାଧାନ ହୋଇପାରିବ ନାହିଁ ? ଏହି ସବୁ କାର୍ଯ୍ୟଗୁଡିକୁ କିପରି ସୂଚାରୁ ରୂପେ ସମ୍ପାଦନ ବା ପ୍ରୟୋଗ କରିହେବ ଏବଂ ସମସ୍ତଙ୍କୁ କିପରି ପ୍ରସ୍ତୁତ କରିବା ଆମର ଚତୁର୍ଥ ଲକ୍ଷ ।ବିଜୟ ଭାରତ କହୁନାହିଁ ଆଇନକାନୁନ୍ ପରିବର୍ତ୍ତନ ହେବ କ୍ଷମତା ହାସଲ କରିବ,ବା ଅର୍ଥଉପାର୍ଜନ କରିବ ।କାହା ବିରୁଦ୍ଧରେ କହିବାକୁ ଚାହୁଁନାହିଁ ଆମେ ଆଜି ଯେଉଁ କଥାଟି କହୁଛୁ ଯଦି କୈାଣସି ସରକାର ଏହାକୁ ଗ୍ରହଣ କରନ୍ତି ତେବେ ଆମେ ପୂର୍ଣ୍ଣ ସମର୍ଥନ କରିବୁ । ନହେଲେ ଆମ୍ଭମାନଙ୍କୁ ଦେଶର ଭବିଷ୍ୟତ କୁ ସୁଦୃଢ କରିବାକୁ ପଡିବ,ଏବଂ ତାହା ପାଇଁ ଆମ ମାନଙ୍କୁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡିବ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଚାର ପତି ଉମା ଚରଣ ମିଶ୍ର,ସମାଜ ସେବୀ ତପନ କୁମାର ପ୍ରଧାନ,କାହ୍ନୁଚରଣ ଖଟେଇ ,ଏମ.ଡି.ସାନୱାର ଖାନ୍, ବିଜୟ କୁମାର ପ୍ରଧାନ ଏବଂ ଶ୍ରୀକାନ୍ତ ଖିଲାର ପ୍ରଭୃତି ଯୋଗ ଦେଇଥିଲେ ।
Select a web-based poker area only after study and knowing how much can you
placed at risk.