ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଥମ ଗ୍ରାମ ସଭା ବୈଠକ

158 0

କାଶୀପୁର:୨/୧୦ (ଅଞ୍ଜନ କୁମାର ନାଏକ )ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିନ୍ଧୁର ଘାଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପ୍ରଥମ ଗ୍ରାମ ସଭା ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ସରପଞ୍ଚ ଶ୍ରୀମତୀ ଚନ୍ଦ୍ରିକା ମାଝୀ ସଭାପତିତ୍ୱ ଗ୍ରହଣ କରିଥିଲେ ଏବଂ ,ୱାର୍ଡ ସଭ୍ୟ ସଭ୍ୟା, ସମିତି ସଭ୍ୟ, ଅଙ୍ଗନ ବାଡ଼ି କର୍ମୀ,ସ୍ୱାସ୍ଥ୍ୟ କର୍ମୀ,OLM MBK ଓ SSG ମହିଳାଙ୍କ ସମେତ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ।ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେଶ କୁମାର ପଟ୍ଟନାୟକ ଗ୍ରାମସଭର ସୁପରିଚାଳନା କରିଥିଲେ।, ସିଂଧୁର ଘାଟି ଗ୍ରାମ ସଭାରେ ମୁଖ୍ୟତଃ ସ୍ୱାସ୍ଥ୍ୟ, ଶିକ୍ଷା, ଗମୋନା ଗୋମନ, ପାନୀୟଜଳ,ଗ୍ରାମ୍ୟ ନିର୍ମାଣ, ଶିଶୁ ମୃତ୍ୟୁ, ମାତୃ ମୃତ୍ୟୁ, ପୃଷ୍ଠି କର ଖାଦ୍ୟ, ବାଲ୍ୟ ବିବାହ, SFC,CFC ,MGNREGS, MONOREGA, OLM କାର୍ଯ୍ୟ ଏବଂ ଜନସାଧାରଣଙ୍କ ମୌଳିକ ଅଧିକାର ବିଷୟର ଏବଂ ଆର୍ଥିକ ବର୍ଷ ୨୦୨୩-୨୪ ନିମନ୍ତେ ପୂର୍ବ ପ୍ରସ୍ତୁତି କାର୍ଯ୍ୟ ସୂଚୀ ହେତୁ ଏକ ବୈଠକ ଯାହା’ କି ଆକ୍ଟବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଥମ ଗ୍ରାମସଭା ବୈଠକ ଅନୁଷ୍ଠିତ କରାଯାଇଥିଲା ।

ବୈଠକର ମୁଖ୍ୟ ବିଷୟ ଥିଲା ,ରାଜ୍ୟ ର ବିଭିନ୍ନ ଅଂଚଳରେ ଶିକ୍ଷା ଓ ସଚେତନତା ଅଭାବ ହେତୁ ଆଜି ପର୍ଯ୍ୟନ୍ତ ବାଲ୍ୟ ବିବାହ ଚାଲିଛି ଯାହା ସମାପ୍ତ ହୋଇ ପାରୁନାହିଁ ।ଏହି ପରିପ୍ରେକ୍ଷୀରେ
ପୁଅକୁ ୨୧ ବର୍ଷ ପୂରଣ ପୂର୍ବରୁ ଓ ଝିଅକୁ ୧୮ ବର୍ଷ ପୂରଣ କରିବା ପୂର୍ବରୁ ବିବାହ କରିଲେ କିମ୍ବା କରାଇଲେ ଏହାକୁ ବାଲ୍ୟ ବିବାହ କୁହାଯାଏ । ଏପରିକି ବାଲ୍ୟ ବିବାହ କରୁଥିବା କିମ୍ବା କରାଉଥିବା ବ୍ୟକ୍ତି ମାନଙ୍କୁ ୨ ବର୍ଷ ଜେଲ ଦଣ୍ଡ ଓ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ। ଯେଉଁ ମାନେ ବାଲ୍ଯ ବିବାହ ରେ ସହଯୋଗ କରିବେ ସେମାନେ ବନ୍ଧୁ ବାନ୍ଧବ ହୁଅନ୍ତୁ ବା ଟେଣ୍ଟ ବାଲା ବା ରୋଷେଇଆ ସମସ୍ତେ ଆଇନ ଅନୁସାରେ ଦଣ୍ଡ ପାଇବେ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇବେ । ଯଦି କୌଣସି ସ୍ଥାନରେ ବାଲ୍ୟ ବିବାହ ହେଉଥିବାର ଖବର ପାଆନ୍ତି କିମ୍ବା ନଜରକୁ ଆସେ ତେବେ ତୁରନ୍ତ ୧୦୯୮ (ଚାଇଲ୍ଡଲାଇନ), ୧୧୨ (ପୋଲିସ), ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ତଥା ସରପଞ୍ଚ, ସ୍ଥାନୀୟ ଅଙ୍ଗନବାଡି କର୍ମୀ, ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ସି ଡି ପି ଓ କିମ୍ବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇବା ଆବଶ୍ୟକ ବୋଲି ସଚେତନ କରାଯାଇଥିଲା ।

ବୟସ ଯାଞ୍ଚ ପାଇଁ ଜନ୍ମ ପ୍ରମାଣ ପତ୍ର କିମ୍ବା ବିଦ୍ୟାଳୟରେ ପାଠ ପଢି ଥିବା ସାର୍ଟିଫିକେଟ ଉପଯୁକ୍ତ ମାଧ୍ୟମ ବୋଲି କୁହାଯାଇଥିଲା । କିଛି ଗାଁରେ ଦେଖାଯାଉଛି ଯେ, ପୁଅ ଝିଅ ଭଲ ପାଇ ପଳାଉଛନ୍ତି ଏବଂ ପରେ ଫେରୁଛନ୍ତି କିନ୍ତୁ ଏହା ଆଇନ ଅନୁସାରେ ଦଣ୍ଡନୀୟ, ଯଦି ଝିଅ ବା ପୁଅ ଜଣକ ୧୮ ବର୍ଷ ପୂରଣ କରି ନ ଥିବେ ତେବେ ଏହା ଶିଶୁଙ୍କ ସହିତ ଯୌନ ଅତ୍ୟାଚାର ଆଇନ ଅନୁସାରେ ଦଣ୍ଡନୀୟ ହେବେ। ଯଦି ବା ଝିଅ ର ସହମତି ଥିବ ତେବେ ମଧ୍ଯ ଆଇନ ଅନୁସାରେ ଦଣ୍ଡ ପାଇବେ। ତେଣୁ ଏହି ବିଷୟରେ ସମସ୍ତ ଗ୍ରାମ ଗୁଡିକରେ ସଚେତନ କରାଯିବା ଆବଶ୍ୟକ ବୋଲି ଗ୍ରାମସଭାରେ ଆଲୋଚନା କରାଯାଇଥିଲା । ପୁଅ ସହିତ ନାବାଳିକା ଝିଅ ଯଦି ଅନ୍ୟ ଅଞ୍ଚଳକୁ ପଳାୟନ କରନ୍ତି ତେବେ ତାହା ନାବାଳକ ଚାଲାଣ ଓ ନାବାଳିକା ଚାଲାଣ ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ ବୋଲି ବିବେଚନା ହେବା ସହ ସଚେତନ କରିବେ ବୋଲି ଉପସ୍ଥିତ ଅଙ୍ଗନ ବାଡ଼ି କର୍ମୀ, ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ OLM କର୍ମୀଙ୍କୁ ଦାଇତ୍ୱ ଦିଆ ଯାଇଥିଲା ।

ପୁଅ ଝିଅ ଭଲ ପାଇ ଅନ୍ୟ ଅଞ୍ଚଳ ବା ରାଜ୍ୟ କୁ ପଳାଇ ଗଲେ ସେଠାରେ ଶିଶୁ ଶ୍ରମିକ କିମ୍ବା ଅନ୍ୟ ସମସ୍ୟା ଗୁଡିକରେ ପଡି ପାରନ୍ତି ଏପରିକି ଜୀବନ ପ୍ରତି ବିପଦ ରହିଛି ତେଣୁ ସମସ୍ତ ଗ୍ରାମବାସୀ ଏହି ସମସ୍ୟା ଗୁଡିକ ବିଷୟରେ ବୁଝିବା ଆବଶ୍ୟକ ଏଥିପାଇଁ ସଚେତନତା କରାଯିବା ଆବଶ୍ୟକ । ୬ ରୁ ୧୪ ବର୍ଷର ସମସ୍ତ ଶିଶୁ ବିଦ୍ୟାଳୟରେ ପାଠ ପଢିବା ଆବଶ୍ୟକ ତେଣୁ ଯେଉଁ ଶିଶୁ ମାନେ ବିଦ୍ୟାଳୟକୁ ନିୟମିତ ଯାଉ ନାହାନ୍ତି ସେମାନଙ୍କୁ ପଠାଇବା ପାଇଁ ଅଭିଭାବକ ମାନଙ୍କୁ ସଚେତନ କରାଯିବା ଓଏହିଭଳି ଗ୍ରାମସଭା ମାଧ୍ୟମରେ ଗ୍ରାମ ମାନଙ୍କରେ ୱାର୍ଡ ସଭ୍ୟ/ ସଭ୍ୟା, ବିଭିନ୍ନ ଗ୍ରାମର ଗ୍ରାମବାସୀ ଓ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଶିଶୁ ମାନଙ୍କର ସୁରକ୍ଷାକୁ ନିଶ୍ଚିତ କରିବା ଆମ ସମସ୍ତଙ୍କର ଦାୟିତ୍ଵ ଏବଂ ଏହିଭଳି ଆଗାମୀ ଦିନରେ ମଧ୍ୟ ସମସ୍ତ ଗ୍ରାମ ପଞ୍ଚାୟତରେ ଶିଶୁ ମାନଙ୍କ ସମସ୍ୟା ଗୁଡିକ ବିଷୟରେ ନିୟମିତ ଆଲୋଚନା ପାଇଁ ନିଷ୍ପତ୍ତି ନେବା ବିଷୟ ରେ ଆଲୋଚନା କରିଥିଲେ ଗ୍ରାମ ସଭା ରେ ଉପସ୍ଥିତ ମଣ୍ଡଳୀଙ୍କ ସହ ସିଂଧୁରଘାଟି ପଞ୍ଚାୟତନିର୍ବାହୀ ଅଧିକାରୀ ଶ୍ରୀ ରାଜେଶ କୁମାର ପଟ୍ଟନାୟକ । ଏବଂ ଶେଷରେ ଶିଶୁ ନିର୍ଯ୍ୟାତନା ଓ ଶିଶୁ ଶ୍ରମିକ ଦିନକୁ ଦିନ ବଢି ଚାଲିଛି ଏହାକୁ ଯେମିତି ନିୟନ୍ତ୍ରଣ କରାଯାଇ ପରବର୍ତ୍ତୀ ସମୟରେ ଶିକ୍ଷା କ୍ଷେତ୍ରରେ ଯେମିତି ବଞ୍ଚିତ ନ ହୋଇ ପାଠ ପଢ଼ିବାକୁ ଅଗ୍ରାହ୍ୟ ହେବେ ବୋଲି କହିଥିଲେ।

Related Post

ବୌଦ୍ଧ ଜିଲ୍ଲା ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

Posted by - March 9, 2022 0
ବୌଦ୍ଧ :(ଚିତ୍ତରଂଜନସିଂ)ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ ଆନୁକୂଲ୍ୟରେ ମହିଳା ମହାବିଦ୍ୟାଳୟ, ବୌଦ୍ଧ ଠାରେ “ଅନ୍ତର୍ଜାତୀୟ ମହିଳା ଦିବସ” ପାଳିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମ ଜିଲ୍ଲା…

ଆଜାଦି କା ଅମୃତ ମହୋତ୍ସବ ପାଳିତ

Posted by - November 2, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତ ଉପଲକ୍ଷେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ(ଆର.ବି) ବିଦ୍ଭାଗ ତରଫରୁ ଅମୃତ ମହୋତ୍ସବ ପାଳିତ ହୋଇଛି। ଏ କାର୍ଯକ୍ରମ…

ବାପଘରେ ବିବାହିତା ମହିଳାଙ୍କ ମୃତ୍ୟୁ, ଥାନାରେ ଅଭିଯୋଗ କଲେ ସ୍ଵାମୀ

Posted by - July 18, 2021 0
ବୌଦ୍ଧ:୧୮/୭( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ପୁରୁଣାକଟକ ଥାନା ଫୁଲଝରି ଗ୍ରାମରେ ବାପଘରକୁ ବୁଲି ଆସିଥିବା ଜଣେ ବିବାହିତା ମହିଳା ଗତ ବୁଧବାର ସନ୍ଧେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି…