ଖପ୍ରାଖୋଲ ରେ ପୋଲିସ ତରଫରୁ ମେଗା ରକ୍ତ ଦାନ ଶିବିର, ଏକ ଶହ ବାର ୟୁନିଟ ସଂଗ୍ରହ

135 0

ଖପ୍ରାଖୋଲ ୨/୧୦(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପରିସରରେ ପୋଲିସ ତରଫରୁ ମେଗା ରକ୍ତ ଦାନ ଶିବିର ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଷ୍ଟିତ ହୋଇଯାଇଛି। ରକ୍ତ ଦାନ ଶିବିରରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ ବିଧାୟକ ତଥା ରାଜ୍ୟ ବିଧାନ ସଭା ଉପ ସଚେତକ ସରୋଜ କୁମାର ମେହେର ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁସଲକର , ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ରକ୍ତ ଦାନ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ୧୧୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ପାଟଣାଗଡ ବ୍ଲଡ଼ ବ୍ୟାଙ୍କ ର ବୁଲା ସାମଲ ଙ୍କ ସମେତ ଖପ୍ରାଖୋଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ। ରକ୍ତ ଦାନ ଶିବିର ର ନେତୃତ୍ଵ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ନେଇଥିବା ବେଳେ ଲାଠୋର ଥାନା ଆଇ ଆଇ ସି ଝସକେତନ୍ ଭୋଇ, ତୁରେକେଲା ଥାନା ଆଇ ଆଇ ସି ଧର୍ମେନ୍ଦ୍ର କୁମାର ଶାନ୍ତି, ବଲାଙ୍ଗିର ବିଙ୍ଗ ହ୍ୟୁମାନ ସଂଗଠନ ସଭାପତି ସୋମନାଥ ମିଶ୍ର, ସରପଞ୍ଚ ଦେବରାଜ ପ୍ରଧାନ, ରୀନା ଜାଲ, ଥାନା ଏସ ଆଇ ଗୋପୀନାଥ ମହାକୁଡ, ଏ ଏସ ଆଇ ସେଵନ୍ କେରକେଟା, ନାରାୟଣ ସାହୁ, ରାମଗୋପଲ୍ କୁମୁରା, ସଞ୍ଜୀବ ସାହୁ ସମେତ ପୋଲିସ କର୍ମ ଚାରୀ, ସ୍ବେଛାସେବୀ ଉପସ୍ଥିତ ଥିଲେ। ଏହି ଅବସରରେ ବଲାଙ୍ଗିର ଜିଲ୍ଲା ପୋଲିସ ତରଫରୁ ରକ୍ତ ଦାତା ଙ୍କୁ ପ୍ରଶଂସା ପତ୍ର ଅତିଥି ମାନେ ପ୍ରଦାନ କରିଥିଲେ।

Related Post

ମୋଦିଙ୍କ ନିବେଦନ ସହର ଛାଡି ଗାଁକୁ ଯାଆନ୍ତୁ ନାହିଁ

Posted by - March 22, 2020 519
ନୂଆଦିଲ୍ଲୀ,୨୨।୩: କରୋନା ଭାଇରସର ଭୟାବହତାକୁ ଦେଖି ଦେଶର ଅଧିକାଂଶ ସହରକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।  କରୋନା ଭାଇରସ ସଂସ୍ପର୍ଶରେ ଆସିବା ଯୋଗୁ ୮୦%ରୁ ଅଧିକ ଲୋକେ ସାଧାରଣ…

ନିଜକୁ ଓ ନିଜ ପରିବାରକୁ ସୁସ୍ଥ ରଖିବା ପାଇଁ ଖରାଦିନେ ୫ଟି ପାନୀୟକୁ ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ ଓ ଲାଭବାନ ହୁଅନ୍ତୁ ….

Posted by - April 19, 2022 0
ଆସିଗଲା ଖରାଦିନ ।  ଆରମ୍ଭ ହେ।ଇଗଲ। ଭୀଷଣ ଗରମ । ଏହି କାରଣରୁ ଲୋକଙ୍କ ଅନେକ ସମସ୍ୟା ମୁଣ୍ଡବିନ୍ଧା, ତ୍ୱଚା ସମସ୍ୟା, ଶରୀରରେ ଜଳୀୟ ଅଂଶର ଅଭାବ…

ଗୀତବାଣୀ ପ୍ରଚାର ସମିତି ଓ ସ୍ପର୍ଶ ହସ୍ପିଟାଲ ମିଳିତ ଆନୁକୂଲ୍ୟରେ ସାନିଟାରୀ ପ୍ୟାଡ଼ ବିତରଣ

Posted by - August 17, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବାଲିଆପାଳ ସ୍ଥିତ ବିଧାନ ଚନ୍ଦ୍ର ଏକାଡେମୀର, ଗୀତବାଣୀ ପ୍ରଚାର ସମିତି, ବଇଁଶିରିଆ ଓ ଡାକ୍ତର ଘନଶ୍ୟାମ ବିଶ୍ୱାସ,…

କଟକରେ କାୟା ମେଲାଇଲାଣି କରୋନା

Posted by - March 20, 2021 0
କଟକ : କଟକରେ କାୟା ମେଲାଇଲାଣି କରୋନା। ଗତ ୨ ଦିନରେ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୨୫ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ…