ଡକାୟତି ଘଟଣାରେ ତିନି ଗିରଫ, ଜଣେ ଫେରାର,ଦୁଇ ବାଇକ୍ ମାରଣାସ୍ତ୍ର ,ମୋବାଇଲ ଓ ଟଙ୍କା ଜବତ

90 0

ବୌଦ୍ଧ:(ଚିତ୍ତରଂଜନସିଂ) ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ କୁ ବଡ଼ ସଫଳତା ମିଳିଛି ।ଗତ ୨୮ତାରିଖ ଦିନ ୧୧ଟା ସମୟରେ କଣ୍ଟାମାଳ ଥାନା ନିକଟସ୍ଥ ଉଦେପୁର ଠାରେ ଏକ ଘରୋଇ ଫାଇନସ କମ୍ପାନୀ ନାରାୟଣପ୍ରସାଦ ଗ୍ରାମରୁ ଋଣ ଆଦାୟ କରି ଫେରୁଥିବା ସମୟରେ ୪ଜଣ ଡକାୟତି ତାଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ ।ଏହି ଘଟଣାରେ ଫାଇନାସ କମ୍ପାନୀର ବ୍ରାଞ୍ଚ ମ୍ୟାନେଜର ପୀତବାସ ଜେନା ଓ ତାଙ୍କ ସହଯୋଗି ଙ୍କୁ ଆକ୍ରମଣ କରିଥିଲେ ।ତାପରେ କଣ୍ଟାମାଳ ଥାନାରେ ଉକ୍ତ ମ୍ୟାନେଜର ଜଣକ ଲିଖିତ ଅଭିଯୋଗ କରିଥିଲେ ।

କଣ୍ଟାମାଳ ପୋଲିସ ଉକ୍ତ ଘଟଣାକୁ ଗମ୍ଭୀରତାର ସହ ନେଇ ଖୋଳତାଡ ଆରମ୍ଭ କରି ତିନି ଜଣ ଡକାୟତ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ।ଉକ୍ତ ଡକାୟତ ମାନେ ହେଲେ କଣ୍ଟାମାଳ ଥାନା ତଳିପଡ଼ା ର ପିଣ୍ଟୁ ସାହୁ (୨୬)ମଲ୍ଲିକକୁଦ୍ ଗ୍ରାମର ନୃପରାଜ ମହାନନ୍ଦ (୪୦)ବଡ଼ଛେପାପାଲି ଗ୍ରାମର ଅନନ୍ତ ସାହୁ (୨୬) ଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଆସାମୀ ଫେରାର ଥିବା ଓ ସେମାନଙ୍କ ଠାରୁ କଳା ରଙ୍ଗର ପଲସର ନଂ OD 31 C 8012 ଓନୀଳ ରଙ୍ଗର ହୋଣ୍ଡା ଗାଡି ନଂ OR 31 B 0924, ନଗଦ 2800/ ଟଙ୍କା, ଦୁଇଟି ଛୁରୀ, ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ବାଡ଼ି ଜବତ କରିଥିବା କଣ୍ଟାମାଳ ଥାନା ଆଇଆଇସି ନଳିନୀ କାନ୍ତ ଦାସ ସୂଚନା ଦେଇଛନ୍ତିl

Related Post

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବିଶାଲପାଲି ଛକ ନିକଟରେ ବନ୍ଧୁକ ଦେଖାଇ ଡକାୟତି

Posted by - October 21, 2021 0
ସୋନପୁର:(ଅଜିତ୍ କୁମାର୍ ପୁଝାରି)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବିଶାଲପାଲି ଛକ ନିକଟରେ ବନ୍ଧୁକ ଦେଖାଇ ଡକାୟତି । ଆଜି ସଂନ୍ଧ୍ଯାରେ ମାଲିକ ସାହୁ ଓ ତାଙ୍କ ସ୍ତ୍ରୀ…

ଖପ୍ରାଖୋଲ ପୋଲିସ ର ଚଢାଉ,ବାହାର ରାଜ୍ୟ କୁ ଚାଲାଣ ବେଳେ ପାଞ୍ଚ ଦାଦନ ଶ୍ରମିକ ଉଦ୍ଧାର,ଦଲାଲ ଗିରଫ

Posted by - November 1, 2022 0
ଖପ୍ରାଖୋଲ ୧/୧୧(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ପୋଲିସ ଚଢ଼ାଉ କରି ବାଞ୍ଜିପାଳି ଛକ ନିକଟରେ ହାଇଦ୍ରାବାଦ କୁ ଚାଲାଣ ହେଉଥିବା ୫ ଜଣ ଦାଦନ ଶ୍ରମିକ…

ଯୁବକଙ୍କୁ ମାରି ଟାଙ୍ଗି ଦେଲେ!, ଝୁଲନ୍ତା ଶବ ଜବତ

Posted by - June 14, 2019 0
ଭୁବନେଶ୍ୱର : ଗୁରୁବାର ସଂଧ୍ୟାରେ ଶ୍ରୀୟା ଛକ ନିକଟ ଗୁରୁଦ୍ବାର ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ଶବ ଜବତକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।…

ଠେଙ୍ଗାରେ ମାରି ସ୍ତ୍ରୀ କୁ ହତ୍ୟା

Posted by - August 1, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା, ରାଇଘର ସଦର ମହକୁମା ର ଧଡ଼ରାପାରା ସାହିରେ ଘଟିଛି ଅଭାବନୀୟ ଘଟଣା। ମଦ ପାଇଁ ସ୍ତ୍ରୀକୁ ହତ୍ୟା କଲା ନିର୍ଦୟ ସ୍ୱାମୀ।…