ସାମାଜିକ ଅନୁଷ୍ଠାନ ସମୂହ ତରଫରୁ ଟିଟିଲାଗଡରେ ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

245 0

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉତ୍ସବକୁ ଚଳିତ ବର୍ଷ ଟିଟିଲାଗଡ ନାଗରିକ କମିଟିର ସଭାପତି ଶ୍ରୀ ରାଧାକାନ୍ତ ପାଢୀଙ୍କ ସଭାପତିତ୍ବରେ ପ୍ରଥମ ଥର ପାଇଁ ସହରର ସମସ୍ତ ସାମାଜିକ ଅନୁଷ୍ଠାନ ସମୂହକୁ ନେଇ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ସ୍ଥାନୀୟ ବିଆରସି ବିଲଡିଂ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡର ବିଧାୟିକା ତଥା ବାଣିଜ୍ୟ, ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀଟୁକୁନି ସାହୁ, ମୁଖ୍ୟବକ୍ତା ଭାବେ ହାସ୍ୟ କବି ଅଚ୍ୟୁତ ପୁରୋହିତ, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଶ୍ରୀ ଜିତେନ୍ଦ୍ର ହରପାଲ, ଟିଟିଲାଗଡ଼ର ଉପଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ , ବଣିକ ସଂଘ ସଭାପତି ଶ୍ରୀ ଶମ୍ଭୁ ପ୍ରସାଦ ଗୋୟଲ ଉପସ୍ଥିତ ଥିବା ବେଳେ ସହରର ୧୬ଟି ସାମାଜିକ ଅନୁଷ୍ଠାନ(ନାଗରିକ ମଞ୍ଚ ସମ୍ପାଦକ ମୋହନ ଲାଲ ଜୈନ, ବଣିକ ସଂଘ ସମ୍ପାଦକ ଗୋପାଳ ଜୈନ, ଲାୟନ୍ସ କ୍ଲବ ସଭାପତି ଲିଙ୍ଗରାଜ ସାହୁ, ରୋଟାରୀ କ୍ଲବ ସଭାପତି ମହେଶ ଇନ୍ଦୋରିଆ, ନାରୀ ସଂଗଠନର ସଭାପତି ଶ୍ରୀମତି ଅଞ୍ଜଳି ବେହେରା, ରାଜ ଜ୍ୟୋତି ଟ୍ରଷ୍ଟ, ଜଲାରାମ ଲଜ ଶ୍ରୀ ହରିଶ ରାୟଥାତା, ପ୍ରଭାବତୀ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ଡ ସୁନନ୍ଦା ଜତି, ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା ସଭାପତି ଆରୁଶ ଶର୍ମା, ମାରୱାଡ଼ି ଯୁବା ମଞ୍ଚ ସମ୍ପାଦକ ଶୈଳେଶ ଗୋୟଲ, ମାରୱାଡ଼ି ମହିଳା ମଣ୍ଡଳର ସମ୍ପାଦିକା ସ୍ୱାତି ଗୋୟଲ, ଯେଶିଆଇ ସଭାପତି ଅମନ ଅଗ୍ରୱାଲ, ଜୈନ ସମାଜର ଉପଦେଷ୍ଟା ଡ ଘନଶ୍ୟାମ ଜୈନ, ମାରୱାଡ଼ି ସମ୍ମେଳନ ସଭାପତି ଶ୍ରୀ ସତ୍ୟ ନାରାୟନ ଗୁପ୍ତା, କେପିଏସଏସ ସମ୍ପାଦକ ଉପେନ୍ଦ୍ର ବାଗ, କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସଭାପତି ଶ୍ରୀ ଈଶ୍ୱର ଜୈନ) ମଞ୍ଚଷିନ ଥିଲେ।

ପ୍ରଥମେ ଅତିଥିଙ୍କୁ ଫୁଲତୋଡ଼ା ଦେଇ ଆୟୋଜକ କମିଟି ସଦସ୍ୟଙ୍କ ଦ୍ଵାରା ସଭା ସ୍ଥଳକୁ ପାଛୋଟି ଆଣିଥିଲେ। ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଶ୍ରୀ ଦିଲିପ କୁମାର ପଶାୟତ। ମଞ୍ଚରେ ସମସ୍ତଙ୍କୁ ଆମନ୍ତ୍ରିତ କରିବା ପରେ ଟିଟିଲାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାଶୁଣିଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ନାଗରିକ କମିଟିର ସଭାପତି ଶ୍ରୀ ପାଢ଼ୀ ସମସ୍ତଙ୍କୁ ସ୍ବାଗତ ଜଣାଇବା ପରେ ନିଜର ଅଭିଭାଷଣ ପ୍ରଦାନ କରି ସମସ୍ତ ସାମାଜିକ ଅନୁଷ୍ଠାନର ସଭାପତି ମାନଙ୍କୁ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ପାଇଁ କହିଥିଲେ। ମୁଖ୍ୟ ବକ୍ତା ଶ୍ରୀ ପୁରୋହିତ ଉପସ୍ଥିତ ଜନତାଙ୍କ ମନ ମୋହି ନେଇଥିଲେ ନିଜର ସୁନ୍ଦର ହାସ୍ୟ କବିତା ପରିବେଷଣ କରି, ଅତି ସୁନ୍ଦର ସୁନ୍ଦର କବିତା ପରିବେଷଣ କରି ଏହି ଭେଟଘାଟର ମର୍ଯ୍ୟାଦା ସହ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ମହାଜନ ନିଜର ସଂସ୍କୃତି ଓ ପରମ୍ପରାକୁ କିପରି ଆଗକୁ ନେଇହେବ ସେ ବିଷୟରେ କହିଥିଲେ। ମୁଖ୍ୟ ଅତିଥି ମନ୍ତ୍ରି ଶ୍ରୀମତି ଟୁକୁନି ସାହୁ ସମସ୍ତଙ୍କ ସହଯୋଗରେ ସହରର ବିକାଶ ଧାରା ଜାରି ରହିଥିବା ବେଳେ ସମସ୍ତଙ୍କ ସମର୍ଥନ ଯୋଗୁଁ ଏହା ସମ୍ଭବ ବୋଲି କହିଥିଲେ। ଯେତେ ବି ଉନ୍ନତି ମୂଳକ କାର୍ଯ୍ୟକ୍ରମ ହାତକୁ ନେବାକୁ ଚେଷ୍ଟା କରିଛି ସଦାବେଳେ ମୁଖ୍ୟମନ୍ତ୍ରୀ ଟିଟିଲାଗଡ ସହରକୁ ସ୍ଵତନ୍ତ୍ର ପ୍ୟାକେଜ ମାଧ୍ୟମରେ ଉପହାର ଦେଇଛନ୍ତି, ସମାଲୋଚନା ନ କରି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ସେ ନିଜ ବକ୍ତବ୍ୟରେ କହିଥିଲେ।

ଏହି ଅବସରରେ ଶ୍ରୀ ରାଧାକାନ୍ତ ପାଢୀ ମନ୍ତ୍ରୀଙ୍କ ଉନ୍ନତି ମୂଳକ କାର୍ଯ୍ୟର ପ୍ରଶଂସା କରିବା ସହ ସରକାରୀ ଡାକ୍ତରଖାନାରେ ହେଉଥିବା ଅବ୍ୟବସ୍ଥାକୁ ଦୂର କରିବା ଦିଗରେ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା,ପ୍ରତିଭା ବଳରେ ଆଜି ପ୍ରତିଷ୍ଠିତ ହୋଇ ଟିଟିଲାଗଡ ସହରକୁ ପରିଚିତ କରାଇ ଲୋକଙ୍କ ପାଖରେ ନିଜ କଳା ସଂସ୍କୃତିଙ୍କୁ ପହଞ୍ଚାଇବା ଯୋଗୁଁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା, ସେମାନେ ହେଲେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶ୍ରୀ ଶାଶ୍ଵତ ଯୋଶୀ, ଫିଲ୍ମ ଜଗତରେ ନିଜର ନାଆଁ କରିଥିବା ଜିତେନ୍ଦ୍ର ମିଶ୍ର, କଣ୍ଠଶିଳ୍ପୀ ପଙ୍କଜ ଜାଲ ଏବଂ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା କ୍ୟାବିନେଟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ। ମାନପତ୍ର ଓ ଉପଢ଼ୌକନ ଦେଇ ଆୟୋଜକଙ୍କ ଦ୍ଵାରା ସମ୍ମାନିତ କରାଯାଇଥିବା ବେଳେ ଆସିଥିବା ସମସ୍ତ ସମ୍ମାନିତ ଅତିଥିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବଣିକ ସଂଘ ସଭାପତି ଶ୍ରୀ ଶମ୍ଭୁ ପ୍ରସାଦ ଗୋୟଲ। ସଭା ସରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ରଙ୍ଗବତୀ ଗୀତ ଗାଇଥିବା ପଦ୍ମଶ୍ରୀ ଜିତେନ୍ଦ୍ର ହରପାଲ, ସମ୍ବଲପୁରରୁ ଆସିଥିବା ମହିଳା କଣ୍ଠଶିଳ୍ପୀ ଏବଂ ଟିଟିଲାଗଡ ର ଟୁଲୁ ସାରଙ୍କ ନୃତ୍ୟ ମଣ୍ଡଳୀ। ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସାଂଗଠନିକ ସମ୍ପାଦକ ଶ୍ରୀ ମନୋଜ ହାତୀ, ସମ୍ପାଦକ ଦୀପକ ସମଦ୍ଦ।ର, ସୁଧୀର ଘଡେ଼ଇ, ପ୍ରକାଶ ଗୋୟଲ, ଜୟନ୍ତ ପଣ୍ଡା, ପଦ୍ମନାଭ ବେହେରା, ଅଞ୍ଜଳି ବେହେରା, ମହିଳା ମଣ୍ଡଳର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ଅନୁଷ୍ଠାନର ସଦସ୍ୟ। ପ୍ରଥମ ଥର ପାଇଁ ସହରର ସମସ୍ତ ସାମାଜିକ ଅନୁଷ୍ଠାନର ସହଯୋଗ ଏବଂ ସହଭାଗିତାରେ ଏକ ମଞ୍ଚରେ ସମସ୍ତେ ଏକଜୁଟ ହୋଇ ଚଳିତ ବର୍ଷ ନୂଆଁଖାଇ ଭେଟଘାଟ ପାଳନ କରାଗଲା, ଯାହାକି ଭାଇଚାରାର ପର୍ବ ନୂଆଁଖାଇ କୁ ବୁଝାଏ।

Related Post

ହିନ୍ଦୁ ଓ ସନାତନ ପ୍ରେମୀ ମାନଙ୍କ ଭାବାବେଗ ରେ କୁଠାରଘାତ,ଥାନା ରେ ଏତଲା

Posted by - June 17, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଏକ ଟିିଭି ଚ୍ୟାନେଲରେ ହିନ୍ଦୁ ଦେବା ଦେବୀଙ୍କ ଅସମ୍ମାନ ସୂଚକ ମନ୍ତବ୍ୟ ଦେବା ଅଭିଯୋଗରେ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯାଜପୁର…

ଧର୍ମଗଡ଼ ସର୍ଵ ପୂରାତନ ଦୁର୍ଗା ପୂଜା ଭସାଣୀ ଉତ୍ସବ

Posted by - October 8, 2022 0
ଧର୍ମଗଡ଼: ତା୬/୧୦/୨୨( ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସର୍ବ ପୂରାତନ ଦୁର୍ଗା ଭସାଣୀ ଉତ୍ସବ ମହା ସମାରୋହରେ କରାଯାଇଛି। ମାଁ ଙ୍କ ମେଢ଼ ଦିନ…

ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ନର୍ସ ପଦବୀ ପୂରଣ କରିବା ଦାବିରେ ଆଞ୍ଚଳିକ ବୁଦ୍ଧିଜୀବି ମଞ୍ଚ ପକ୍ଷରୁ ଧାରଣା

Posted by - December 9, 2021 0
ଯାଜପୁର :(ଆନନ୍ଦ ଚନ୍ଦର ସାହୁ )ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ନର୍ସ ପଦବୀ ପୂରଣ କରିବା ଦାବିରେ ଆଞ୍ଚଳିକ ବୁଦ୍ଧିଜୀବି…

ଖପ୍ରାଖୋଲ ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ , ଶ୍ରମିକ ଙ୍କ ସୁରକ୍ଷା ନେଇ ଆଲୋକପାତ

Posted by - May 2, 2022 0
ଖପ୍ରାଖୋଲ :୧/୫ ( ତାପସ ରଞ୍ଜନ ବେହେରା) ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହ ଠାରେ ପାଟଣାଗଡ ତାଲୁକ ଆଇନ ସେବା କମିଟି ତରଫରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ…

ହୋମିଓପ୍ୟାଥିକ ଡକ୍ଟର ଅଭିନନ୍ଦନ ଜୈନଙ୍କ ପରଲୋକ

Posted by - May 28, 2022 0
ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର) ଜୈନ ତେରାପନ୍ଥ ଧର୍ମସଙ୍ଗ ର ବରିଷ୍ଠ ଶ୍ରାବକ ତଥା ହୋମିଓପ୍ୟାଥିକ ଡାକ୍ତର ଭାବରେ ଅଞ୍ଚଳରେ ଜଣାଶୁଣା ଅଭିନନ୍ଦନ ଜୈନ(୬୪)ଙ୍କ ଗତକାଲି ଗୁରୁବାର ଅପରାହ୍ନ…