ଡିସେମ୍ବରରେ ବୌଦ୍ଧ ପୁସ୍ତକ ମେଳା

90 0

ବୌଦ୍ଧ : (ଚିତ୍ତ ରଂଜନ ସିଂ)  ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟସ ଫୋରମର କାର୍ଯ୍ୟାଳୟ ଠାରେ ଆଜି ସପ୍ତଦଶ ବୌଦ୍ଧ ପୁସ୍ତକ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ଜର୍ଣ୍ଣାଲିଷ୍ଟସ ଫୋରମର ସଭାପତି ଦିବ୍ୟ ଶଙ୍କର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି l ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ବୌଦ୍ଧ ଠାରେ ସପ୍ତଦଶ ବୌଦ୍ଧ ପୁସ୍ତକ ମେଳା ଆୟୋଜନ ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇ ପୁସ୍ତକ ମେଲାକୁ ସୁଚାରୁ ଭାବେ ଆୟୋଜନ ପାଇଁ ବିଭିନ୍ନ ସବ୍ କମିଟି ଗଠନ କରା ଯାଇଥିଲା l ପୂର୍ବରୁ ପୁସ୍ତକ ମେଳା ୬ ଦିନ ଧରି ପ୍ରତିବର୍ଷ ହେଉଥିବା ବେଳେ ଚଳିତ ବର୍ଷ ସାତ ଦିନ ପାଇଁ କରାଯିବାକୁ ବୈଠକରେ ପ୍ରସ୍ତାବ ଗୃହିତ ହୋଇଥିଲା |

ପ୍ରାରମ୍ଭରେ ଜିଲ୍ଲା ଜର୍ଣ୍ଣାଲିଷ୍ଟସ ଫୋରମର ସମ୍ପାଦକ ଯୁଗଳ କିଶୋର ସାମଲ ସମସ୍ତ ସଦସ୍ୟ ମାନଙ୍କୁ ସ୍ବାଗତ କରିବା ସହିତ ସ୍ବାଗତ ଭାଷଣ ଦେଇଥିଲେ l ଅନ୍ୟ ମାନଂକ ମଧ୍ୟରେ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ, ଚିତ୍ତ ରଞ୍ଜନ ସିଂ, ଦେବାନନ୍ଦ ସାହୁ, ସତ୍ୟ ଜିତ କୁମାର୍ ପଣ୍ଡା,ସତ୍ୟ ନାରାୟଣ ପାଣି, ଦିବ୍ୟ ରଞ୍ଜନ ପଟ୍ଟନାୟକ, ଭାଗବତ ମେହେର, ବଂଶୀଧର ମାଝୀ, ସୁଧାଂଶୁ ଶେଖର ମିଶ୍ର, ବିଭୁଦତ୍ତ ଘୋଷ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ |

Related Post

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ହେଲେ କେଶବ ନାରାୟଣ ଜୈନ

Posted by - March 25, 2022 0
ବଙ୍ଗୋମୁଣ୍ଡା: ତା୨୩/୩(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତିର ଆଜି ବୁଧବାର ଥିଲା ଉପାଧ୍ୟକ୍ଷ ନିର୍ବାଚନ ରେ କଂଗ୍ରେସ ସମରର୍ଥିତ ପ୍ରାଥି କେଶବ ନାରାୟଣ ଜୈନ…

ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

Posted by - April 8, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ପୋଗ୍ରାମ ଅଫିସର ଅଧ୍ୟାପକ ସୁଦାମ ଚରଣ ପୃଷ୍ଟି ଙ୍କ ସଭାପତିତ୍ବରେ ଛାତ୍ରୀ ଆତ୍ମ…

ରାସ୍ତା ଉପରେ ନର୍ଦ୍ଦମା ପାଣି, ଦୁର୍ଗନ୍ଧ ରେ ଅତିଷ୍ଠ କେବିଡି ବାସୀ

Posted by - November 5, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଗ୍ରାମ ସହରକୁ ସ୍ଵଚ୍ଛ ଓ ନିର୍ମଳ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଯୋଜନାମାନ ପ୍ରସ୍ତୁତ କରି ବହୁ କୋଟି ଟଙ୍କା…

ଗୋରୁ ଚରିବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ,ଆକ୍ରମଣରେ ଜଣେ ମୃତ

Posted by - November 10, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ବିଲରେ ଗୋରୁ ଚରିବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର । ଯାଜପୁର…