ତୃତୀୟ ଦିନରେ ମା ବିରଜାଙ୍କର ରଥଯାତ୍ରା

113 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ଶାରଦୀୟ ଦୂର୍ଗୋତ୍ସବ ଅବସରରେ ମା ଙ୍କ ରଥଯାତ୍ରା ଆଜି ତୃତୀୟ ଦିନରେ ପହଞ୍ଚିଛି। ଅମାବାସ୍ୟା ପ୍ରତିପଦରେ ରଥପ୍ରତିଷ୍ଠା ହେବା ଦିନଠାରୁ ମାଙ୍କ ସିଂହଧ୍ୱଜ ରଥ ଟଣା ଆରମ୍ଭ ହୋଇଛି ।

ପ୍ରତ୍ୟେକ ସନ୍ଧ୍ୟା ରେ ଘଣ୍ଟଘଣ୍ଟା ହୁଳହୁଳି ସହ ମାଙ୍କ ଚଳନ୍ତି ପ୍ରତିମା ରଥାରୁଢ଼ ହେବା ପରେ ପାରମ୍ପରିକ ରିତିନୀତି ଅନୁଯାଇ ରଥଟଣା ଆରମ୍ଭ ହେଉଛି । ରଥଟାଣିବା ପାଇଁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ମାଙ୍କ ଦର୍ଶନ କରୁଛନ୍ତି ।

 

ପରମ୍ପରା ଅନୁଯାୟୀ ମାଙ୍କ ରଥ ଗୋଟିଏ ଥର ବେଢ଼ା ପରିକ୍ରମା କରୁଛି। ଏହି ରଥଟଣା ସମୟରେ ମନ୍ଦୀର ସେବାୟତ, ପ୍ରଶାସକ ଓ ପୋଲିସ ବାହିନି ଉପସ୍ଥିତ ଥିଲେ । ଏହି ନଅଦିନ ଦୈନିକ ସକାଳୁ ବୈତରଣୀରୁ ଜଳ ଆସି ମାଆଙ୍କ ସ୍ନାନ ପରେ ଭକ୍ତ ମାନଙ୍କୁ ଗର୍ଭଗୃହକୁ ପ୍ରବେଶ କରି ମୁଖ ଦର୍ଶନର ସୁଯୋଗ ମିଳିଥାଏ। ମାଙ୍କ ସ୍ୱତନ୍ତ୍ର ପୂଜା ସହିତ ରଥଟଣାକୁ ଶୃଙ୍ଖଳିତ କରିବା ପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Related Post

ଖପ୍ରାଖୋଲ ରେ ବିଭିନ୍ନ ଯୋଜନା ର ବ୍ଲକ୍ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ

Posted by - November 19, 2022 0
ଖପ୍ରାଖୋଲ: ୧୮/୧୧ ( ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ କାର୍ଯ୍ୟଳୟ ପରିସରରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସହ ବିଭିନ୍ନ ଯୋଜନା ର…

କରୋନା ଅପଡେଟ ବିଷୟରେ ସୂଚନା ଦେଲେ ମୁଖପାତ୍ର ସୁବ୍ରତ ବାଗଚୀ

Posted by - June 11, 2020 0
ଭୁବନେଶ୍ୱର : ଆଗକୁ ଗଣପର୍ବ ରଜ ଥିବାରୁ ନୂଆ ପୋଷାକ କିଣିବାକୁ ବଜାରରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ଲୋକମାନେ କରୋନା ପାଇଁ ଜାରି ସାମାଜିକ…

ଗାଡ଼ି ପୂଜା ବେଳେ ପୂଜକଙ୍କ ଉପରେ ଚଢ଼ିଗଲା ଗାଡ଼ି,ପୂଜକ ମୃତ୍ୟୁ

Posted by - May 18, 2019 0
ମାଲକାନଗିରି: ଜିଲ୍ଲା ମାଥିଲି କୁଟୁଣିପାଲି ପଞ୍ଚାୟତର ଡୁର୍କାଯୋଡ଼ି ଗାଁର ତ୍ରିନାଥ ପୂଜାରୀ ନୂଆ ପିକ୍ ଅପ୍ ଭ୍ୟାନ କିଣିଥିଲେ। ନୂଆ ଗାଡ଼ି ପୂଜା କରିବା ଲାଗି ସେ…

ପ୍ରସିଦ୍ଧ ଶୈବ ପିଠ ହରିଶଙ୍କରରେ କାର୍ତ୍ତିକ ପୂର୍ଣ୍ଣିମା ରେ ଶ୍ରଦ୍ଧାଳୁ ଙ୍କ ଭିଡ଼

Posted by - November 19, 2021 0
ଖପ୍ରାଖୋଲ:( ତାପସ ରଞ୍ଜନ ବେହେରା)ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ଶୈବ ପିଠ ହରିଶଙ୍କର ରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପଂଚୁକ ବୁଡ଼ ପକାଇବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ…