Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ହରଭଙ୍ଗାରେ ବିଶ୍ୱ ଜଳାତଙ୍କ ଦିବସ ପାଳିତ

105 0

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂହ) ଜଳାତଙ୍କ ଏକ ସ୍ୱାସ୍ଥ୍ୟ ଶୂନ୍ୟ ମୃତ୍ୟୁ ଲକ୍ଷ୍ୟ ରେ ସମଗ୍ର ବିଶ୍ୱରେ ଚଳିତ ବର୍ଷ ସେପ୍ଟେମ୍ବର ମାସ 28 ତାରିଖ କୁ ବିଶ୍ୱ ଜଳାତଙ୍କ ଦିବସ (World Rabies Day ) ରୂପରେ ପାଳନ କରାଯାଉଛି l ବୌଦ୍ଧ ଜିଲ୍ଲା ହରଭଙ୍ଗା ପ୍ରାଣୀ ପାଳନ ବିଭାଗ ପକ୍ଷରୁ ଏହି ଦିବସ କୁ ପାଳନ କରିବାକୁ ଏକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ପ୍ରତି ପଂଚାୟତ ରୁ ଜଣେ ଲେଖାଏଁ ପ୍ରାଣୀ ସେବା ସହ ସମ୍ପୃକ୍ତ ଥିବା ବ୍ୟକ୍ତି ମାନେଙ୍କୁ ଆମନ୍ତ୍ରିତ କରାଯାଇ ଜଳାତଙ୍କ ରୋଗ, ଏହାର ସଂକ୍ରମଣ ପଦ୍ଧତି ଓ ଏହାର ପ୍ରତିହତ କରିବାକୁ ପ୍ରୟାସ ହେବାକୁ ତାଲିମ ଦିଆଯାଇଥିଲା l

ଗୋଷ୍ଟୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କ ପରିଚାଳନା ରେ ଆୟୋଜିତ ଏହି ସଭାରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ପ୍ରତିଭା ପାଢ଼ୀ ଜଳାତଙ୍କ ରୋଗ ସମ୍ପର୍କରେ ବିଶଦଭାବେ ଆଲୋକପାତ କରିଥିଲେ l ହରଭଙ୍ଗା ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ହରିଓମ ଭୋଇ ସଭାର ସଭାପତିତ୍ବ କରିଥିଲେ ଓ ସମ୍ମାନୀତ ଅତିଥିଭାବରେ ଗୋଷ୍ଟୀ କୃଷି ଅଧିକାରୀ ଶ୍ରୀଯୁକ୍ତ ସବ୍ୟସାଚୀ ଦାସ ଯୋଗଦାନ କରି ବିଶ୍ୱ ଜଳାତଙ୍କ ଦିବସ ପାଳନର ଆବଶ୍ୟକତା ସମ୍ପର୍କ ରେ ମତପ୍ରକାଶ କରିଥିଲେ l ଶ୍ରୀଯୁକ୍ତ ଭୋଇ ଜଳାତଙ୍କ ରୋଗର ଭୟାବହତା ତଥା ଏହାର କୌଣସି ଚିକିତ୍ସା ନ ଥିବାରୁ ସତର୍କତା ଅବଲମ୍ବନ ଓ ସୁନିଶ୍ଚିତ ଟୀକାକରଣ କରିବାକୁ ପରାମର୍ଶ ଦେଇଥିଲେ l ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟର ଶ୍ରୀଯୁକ୍ତ ନିର୍ମଳ ପ୍ରଧାନ, ନୀଳାଞ୍ଚଳ ମିଶ୍ର ଓ ଲକ୍ଷ୍ମଣ ମଲ୍ଲିକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

Related Post

ରାଜସ୍ୱ ବିଭାଗ ର ଯୁଗ୍ମ ସଚିବ ଙ୍କ ହରଭଙ୍ଗା ତହସିଲ ଗ୍ରସ୍ତ ଓ  ସମୀକ୍ଷା 

Posted by - June 23, 2022 0
ବୌଦ୍ଧ: (ଚିତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ କୁ ବୁଧବାର ଦିନ ଓଡିଶା ସରକାରଙ୍କ ରାଜସ୍ୱ ବିଭାଗ ର ଯୁଗ୍ମ ସଚିବ  ଏଲୋରା ସାମଲ ସ୍ୱତନ୍ତ୍ର…

ଏସ ପି ଚରଣ ସିଂ ମୀନାଙ୍କ ବିଂଝାରପୁରର ବିଭିନ୍ନ ଅଂଚଳ ସମୀକ୍ଷା

Posted by - July 18, 2020 0
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ଘରୁ ବାହାରୁଛନ୍ତି କି ତେବେ ସାବଧାନ୍ ! ଆଜିଠୁ ଲକ୍‌ ଡାଉନ୍‌ ଲାଗି ପୁଣି କଡ଼ାକଡ଼ି ଚେକିଂ ଆରମ୍ଭ, ନିୟମ ନମାନିଲେ ଜରିମାନା ଆଦାୟ…

ପାଣିରେ ବୁଡି ମହିଳା ମୃତ୍ୟୁ

Posted by - November 3, 2021 0
ବୌଦ୍ଧ (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ତିଳେଶ୍ୱର ଗ୍ରାମ ହରିଜନ ସାହିର ସଭା ବେହେରା (୩୬) ନାମକ ମହିଳା ଜଣକ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - April 19, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)କୋଭିଡ କଟକଣା ଯୋଗୁଁ ଦୀର୍ଘ ଦିନରୁ ସ୍ଥଗିତ ରହିଥିବା ଯୁଗ୍ମ ଅଭିଯୋଗ ଶୁଣାଣି ପୁନର୍ବାର ପୂର୍ବପରି ଚାଲୁ ହୋଇଛି l ଏହି ପରିପ୍ରେକ୍ଷୀରେ ଆଜି…

ଜନ୍ମଦିନରେ ରକ୍ତଦାନ ଶିବିର

Posted by - June 8, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଜନ୍ମଦିନରେ ରକ୍ତଦାନ ଶିବିର । ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସଙ୍କ ଜନ୍ମଦିନ ଅବସରରେ ଅମ୍ବିକା ମଣ୍ଡପ ପରିସରରେ ଏକ…