Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ଅନିୟମିତତା ଅଭିଯୋଗ ଘଟଣାର ତଦନ୍ତ ବେଳେ, ପଡ଼ିଆବାହାଲ ପଞ୍ଚାୟତର ରେ ଉତ୍ତେଜନା

73 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତ ରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଅନିୟମିତତା ଅଭିଯୋଗ ଘଟଣା ର ତଦନ୍ତ ବୁଧବାର ହେବାକୁ ଥିବା ବେଳେ ଅଧିକାରୀ ମାନେ ପହଞ୍ଚିବା ପୂର୍ବରୁ ଉତେଜନା ପ୍ରକାଶ ପାଇଥିଲା । କନଗାଁ , ପାଚେର ଓ ସାଲେପାଳି ଗାଁ ର ଗ୍ରାମ ସାଥୀ ମାନଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଅନିୟମିତତା ରେ ଲିପ୍ତ ଥିବା ନେଇ ସରପଞ୍ଚ ଗାଁ ସାଥୀ ଙ୍କୁ କାର୍ଯ୍ୟରୁ ବହିଷ୍କାର ନୋଟିସ ଜାରି କରିଥିଲେ। ଏହା ପରେ ଗାଁ ସାଥି ସଂଘ ତରଫରୁ ଖପ୍ରାଖୋଲ ବିଡ଼ିଓ ଙ୍କ ଠାରେ ଫରଦ ହୋଇଥିଲେ । ଯାହାଫଳରେ ବି ଡି ଓ ରଶ୍ମି ରଞ୍ଜନ ରାଉତ ଘଟଣାର ତଦନ୍ତ ପାଇଁ ଏକ ଦଳ ଗଠନ କରି ଘଟଣା ର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଦଳ ତଦନ୍ତ ପାଇଁ ପହଞ୍ଚିବା ପୂର୍ବରୁ ଗାଁ ସାଥୀ ଙ୍କ ସମର୍ଥକ ମାନେ ପଞ୍ଚାୟତ ପରିସରରେ ପାଟିତୁଣ୍ଡ କରିବା ସହ ସ୍ଥାନୀୟ ସରପଞ୍ଚ ଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଉତ୍ତେଜନା ଖବର ପାଇ ଖପ୍ରାଖୋଲ ଥାନା ଏସ ଆଇ ଗୋପୀନାଥ ମହାକୁଡ ସଦଲେ ବଳେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ପଞ୍ଚାୟତର ପରିସରରୁ ବାହର କଲା ପରେ ଉତ୍ତେଜନା ଶାନ୍ତ ପଡିଥିଲା । ପରେ ଅନିୟମିତତା ଘଟଣା ର ତଦନ୍ତ ପାଇଁ ସହକାରୀ ଯନ୍ତ୍ରୀ ମହେଶ ଲାଲ ଅଗ୍ରୱାଲ,ଏକାଉଣ୍ଟ ଅଫିସର ହରେକୃଷ୍ଣ ମେହେର, ଏ ପି ଓ ଶୁଶାନ୍ତ କୁମାର ସାହୁ , କନିଷ୍ଠ ଯନ୍ତ୍ରୀ ଦୀପକ ବେହେରା , ବଳଭଦ୍ର ନାଏକ ଓ ଏସିପି ରାମନନ୍ଦ ବେହେରା ପ୍ରମୁଖ ଘଟଣା ର ତଦନ୍ତ କରି ଫେରିଥିବା ଜଣା ଯାଇଛି। ଏନେଇ ଗାଁ ସାଥୀମାନେ ସରପଞ୍ଚ ଆକ୍ରୋଶ ରଖି ବେଆଇନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ଶ୍ରମିକ ଅସନ୍ତୋଷ ପ୍ରକାଶ ପାଉଛି ବୋଳି କହିଛନ୍ତି।

ଏନେଇ ସରପଞ୍ଚ ଦେବରାଜ ପ୍ରଧାନ ଗାଁ ସାଥି ମାନେ ବେଆଇନ କରୁଥିବା ଅଭିଯୋଗ ହୋଇଥିଲା ଏହାର ତଦନ୍ତ ହେବାକୁ ଥିବାରୁ ତଦନ୍ତ ଭଣ୍ଡୁର ପାଇଁ ଗାଁ ସାଥି ମାନେ ପଞ୍ଚାୟତ ପରିସରରେ ଉତ୍ତେଜନା କରିବା ପଞ୍ଚାୟତ ପରିସରରେ ପାଟିତୁଣ୍ଡ କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାରୁ ଖପ୍ରାଖୋଲ ଥାନା ରେ ଲିଖିତ ଜଣାଇଛି ବୋଲି କହିଛନ୍ତି। ଏନେଇ ତଦନ୍ତ କାରୀ ଦଳ ସଦସ୍ୟ ଏପି ଓ ସୁଶାନ୍ତ କୁମାର ସାହୁ ଙ୍କୁ ପଚାରିବାରୁ ଘଟଣା ର ତଦନ୍ତ ହୋଇଛି ଜି ଆର ଏସ କୁ କାମ ଗୁଡ଼ିକର କେସ ରେକର୍ଡ ମଗାଯାଇଛି ମିଳିଲା ପରେ ତଦନ୍ତ ସରିବ ଏବଂ ଦୋଷୀ ବିରୋଧ ରେ କାର୍ଯ୍ୟାନୁଷ୍ଠନ ହେବ ବୋଲି କହିଛନ୍ତି।

Related Post

ସୁବର୍ନ ପୁର: ମହଙ୍ଗା ପଡ଼ିଲା ବସ୍‌ ଭିତରେ ପାକିସ୍ତାନ ଜିନ୍ଦାବାଦ ନାରା,ନିରଧୂମ ଛେଚିଲେ ଲୋକ

Posted by - March 1, 2019 433
ପୁଲ୍‌ୱାମା ହମ୍‌ଲା ପରଠୁ ସାରା ଭାରତରେ ପାକିସ୍ତାନ ବିରୁଦ୍ଧରେ ପ୍ରତିଶୋଧର ନିଆଁ ଜଳୁଛି। ଏଭଳି ସ୍ଥିତିରେ ଏକ ଯାତ୍ରୀବାହୀ ବସ୍‌ରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ୍‌ ସହ ଯାତ୍ରୀଙ୍କୁ…

ସ୍ୱେଚ୍ଛାସେବୀ ଦିବସ ପାଳନ ଅବସର ରେ ବିଶିଷ୍ଟ ସ୍ବେଚ୍ଛାସେବୀ ସୁବାସ ନାୟକ ସମ୍ବର୍ଦ୍ଧିତ

Posted by - December 4, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ନିକଟସ୍ଥ ସାତ କମା ଗ୍ରାମରେ ସମ୍ବଲପୁର ସ୍ଥିତ ନେହେରୁ ଯୁବ କେନ୍ଦ୍ର ଓ ଭି ଏସ ଏସ କ୍ଳବ୍ ପକ୍ଷରୁ କ୍ଳବ୍ ପରିସରରେ ଆନ୍ତର୍ଜାତିକ…

ଶ୍ରାବଣ ପ୍ରଥମ ସୋମବାର ହରିଶଙ୍କର ରେ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼

Posted by - July 18, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ପଶ୍ଚିମ ଓଡ଼ିଶାର ପ୍ରମୁଖ ଶୈବପୀଠ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ର ବ୍ଲକ ହରିଶଙ୍କର ଠାରେ ଶ୍ରାବଣ ମାସର ପ୍ରଥମ ସୋମବାର ଶ୍ରଦ୍ଧାଳୁ…

‘ବାର୍ଷିକ ଅଧିଷ୍ଠାନ ଉତ୍ସବ’ ସ୍ଥାନୀୟ ଏସ୍ ଏସ୍ ଈଣ୍ଟରନ୍ୟାସନାଲ୍ ପ୍ରାଙ୍ଗଣ ରେ ଅନୁଷ୍ଠିତ

Posted by - July 28, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ସେବାସଂସ୍ଥା , ରୋଟାରୀ କ୍ଳବ୍ , ଉମରକୋଟ ର ‘ବାର୍ଷିକ ଅଧିଷ୍ଠାନ ଉତ୍ସବ’ ସ୍ଥାନୀୟ ଏସ୍ ଏସ୍…