Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ମହାନଦୀରେ ମତ୍ସ୍ୟସମ୍ପଦ ବିକାଶ ଓ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ମାଛ ଜାଆଁଳା ଛାଡିବା କାର୍ଯ୍ୟକ୍ରମ

39 0

ସୋନପୁର : (ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲାର ମତ୍ସ୍ୟଜୀବି ମାନଙ୍କ ଜୀବନ ଜୀବିକାର ଉନ୍ନତି ତଥା ଆର୍ଥିକ ପ୍ରଗତିରେ ବିକାଶ ଆଣିବା ଲକ୍ଷ୍ୟ ରେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଳା ମତ୍ସ୍ୟ ବିଭାଗ ସୁବର୍ଣ୍ଣପୁର ତରଫରୁ ଆଜି ମହାନଦୀର ରାମେଶ୍ୱର ସଙ୍ଗମ ତଥା ତେନ୍ତୁଳିଘାଟ ରେ ମତ୍ସ୍ୟସମ୍ପଦ ବିକାଶ ଓ ଉତ୍ପାଦନ ବୃଦ୍ଧି ନିମନ୍ତେ ଦଶ ଲକ୍ଷ ଉନ୍ନତ ମାଛ ଜାଆଁଳା ଅତିଥିବୃନ୍ଦ ଙ୍କ କରକମଳରେ ଛଡା ଯାଇଛି l ଜିଲ୍ଲା ସର୍କିଟ ହାଉସ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସୁବର୍ଣ୍ଣପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ସମ୍ମାନିତ ଅତିଥିଭାବେ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଦାଶ, ଜି ଏମ ପି ସି କଲଚର ଡଭଲପମେଣ୍ଟ କର୍ପୋରେସନ ଭୁବନେଶ୍ୱର,ଶ୍ରୀ ସୁବ୍ରତ କୁମାର ଦାଶ, ଉପନିର୍ଦେଶକ ମତ୍ସ୍ୟ ସମ୍ପଦ ବିଭାଗ ବଲାଙ୍ଗୀର ଶ୍ରୀ ନିଲାମ୍ବର କୀଳିକା ପ୍ରମୁଖ ଯୋଗଦାନ କରିଥିବା ବେଳେ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁବର୍ଣ୍ଣପୁର ଶ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ l

ଅତିଥି ବୃନ୍ଦ ଏହି କାର୍ଯ୍ୟକ୍ରମ ଆଭିମୁଖ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ଏହା ଦ୍ୱାରା ମହାନଦୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟ ଜିବୀ ପରିବାର ବହୁଳ ଉପକୃତ ହେବା ସହିତ ସେମାନଙ୍କ ଜୀବନ ଜୀବିକା ରେ ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ l ମାତ୍ର ଏଥିନିମନ୍ତେ ସମସ୍ତ ମତ୍ସ୍ୟଜିବୀ ଏକଜୁଟ ହୋଇ ନଦୀରେ ଛଡା ଯାଉଥିବା ମାଛ ମାନଙ୍କ ନିମନ୍ତେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ଅତିଥିବୃନ୍ଦ l ଏହି କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ସହର ର ତଥା ଜିଲ୍ଲାର ମତ୍ସ୍ୟଜିବୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଗତ ବର୍ଷ ଏହି ସମୟରେ ବିଭାଗ ତରଫରୁ ମହାନଦୀରେ ୭ ଲକ୍ଷ ମାଛ ଜାଆଁଳା ଛଡା ଯାଇଥିଲା ଏବଂ ତାହା ଜିଲ୍ଳାର ମତ୍ସ୍ୟ ଜୀବିଙ୍କ ପାଇଁ ବିଶେଷ ଲାଭପ୍ରଦ ହୋଇଥିବା ନିଜ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଉପସ୍ଥିତ ମତ୍ସ୍ୟଜିବୀ l

 

Related Post

ବେଣାଗାଡ଼ିଆ ସରପଞ୍ଚଙ୍କ ଅଜବ ଉତ୍ତର ନା ଅଛି ମାକ୍ସ ନା ଅଛି ସାମାଜିକ ଦୂରତ୍ୱ

Posted by - April 15, 2020 0
ଅନୁଗୁଳ:(ମହେଶ ଭୋମରାଜ)କୋରନା ଭୁତାଣୁ ସଂକ୍ରମଙ୍କୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ଓ ମାକ୍ସ ପିନ୍ଧିବା ଏକମାତ୍ର ବିକଳ୍ପ ଏକାକୁ ମାନୁନାହାନ୍ତି ବଅରପାଳ ବ୍ଳକ ବେଣାଗାଡ଼ିଆ ପଞ୍ଚାୟତ କାର୍ଯ୍ୟାଳୟରେ…

ତୁର୍ଲା ରେ ବନମହୋତ୍ସବ ଓ ବୃକ୍ଷ ରୋପଣ

Posted by - July 5, 2022 0
ଖପ୍ରାଖୋଲ: ୦୫/୦୭ (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ତୁର୍ଲା ଗାଁ ଆଶ୍ରମ ବିଦ୍ୟାଳୟ ପରିସରରେ ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଙ୍ଗଳ ବାର…

ଖୋର୍ଦ୍ଧା ଓଳସିଁଙ୍ଗ ଗ୍ରାମରେ ହାତୀ ଉପଦ୍ରବ

Posted by - August 4, 2021 0
ଖୋର୍ଦ୍ଧା: ଓଳସିଁଙ୍ଗ ଗ୍ରାମରେ ହାତୀ ଉପଦ୍ରବ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ଓଳସିଙ୍ଗ ଗ୍ରାମପଞ୍ଚାୟତ ର ଓଳସିଙ୍ଗ ଗ୍ରାମରେ ବଣୁଆ ହାତୀ ପଶି ଆତଙ୍କ…

ହରିଶଙ୍କର ରେ ମନ୍ଦିର ସବକମିଟି ର ବୈଠକ ମନ୍ଦିର ପରିଚାଳନାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

Posted by - April 15, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ପବିତ୍ର କ୍ଷେତ୍ର ହରିଶଙ୍କର ଠାରେ ହରିଶଙ୍କର ମନ୍ଦିର ପରିଚାଳନା ସବକମିଟି ର ବୈଠକ ଗୁରୁବାର କମିଟି ସଭାପତି…

ବାଳିକା ଆବାସିକ ବିଦ୍ୟାଳୟ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ବାଲ୍ୟ ବିବାହ ବନ୍ଦ

Posted by - February 14, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଆଜି ସରସରା ଗ୍ରାମ ଠାରେ ଗୋଟିଏ ପରିବାର ର ଦୁଇଟି ନାବାଳିକା କନ୍ୟାର ବିବାହ ବୌଦ୍ଧ ଜିଲ୍ଲା ପ୍ରଶାସନ ର ଉଦ୍ୟମ ରେ ବନ୍ଦ କରାଯାଇଛି…