ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସାମୂହିକ ତିଳ ତର୍ପଣ

163 0

କଳାହାଣ୍ଡି : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ପବିତ୍ର ମହାଳୟା ଅବସରରେ ସ୍ଥାନୀୟ ଭାଗିରଥି ପାର୍କ ସନ୍ନିକଟ ନାଳା ରେ ସାମୂହିକ ତିଳ ତର୍ପଣ କାର୍ଯ୍ୟକ୍ରମ ଅୟୋଜିତ ହୋଇଯାଇଛି। ବ୍ରାହ୍ମଣ ସମାଜ କଳାହାଣ୍ଡିର ସଭାପତି ଜଗନ୍ନାଥ ମୁଣ୍ଡ ଓ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ରଙ୍କ ତତ୍ୱାବଧାନ ରେ ଅୟୋଜିତ ଏହି କାର୍ଯ୍ୟକ୍ରମ ରେ ବ୍ରାହ୍ମଣ ସଦସ୍ୟ ମାନେ ଯୋଗ ଦେଇ ନିଜ ନିଜ ପିତୃପୁରୁଷଙ୍କ ସମେତ ସମସ୍ତ ନିଃସନ୍ତାନ ଦିବଂଗତ ଆତ୍ମା, ଦେଶ ପାଇଁ ସହିଦ ହୋଇଥିବା ବୀର ଯବାନ ଓ ମହାପୁରୁଷ ମାନଙ୍କ ଉଦ୍ଦେଶ୍ୟରେ ସାମୂହିକ ତିଳ ତର୍ପଣ କରି ସମସ୍ତ ଦିବଂଗତ ଆତ୍ମାର ମୋକ୍ଷ ପ୍ରାପ୍ତି କାମନା କରିଥିଲେ।

ଯେଉଁ ମହାନ ଆତ୍ମା ମାନଙ୍କ ଅଶୀର୍ବାଦରେ ଆଜି ଆମେ ନିଜର ପରିଚୟ ସୃଷ୍ଟି କରି ପାରିଛେ ସେହି ଦିବଙ୍ଗତ ଆତ୍ମା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସମାଜରେ ଭାଇଚାରା, ଏକତା ସୃଷ୍ଟି ନିମନ୍ତେ ବ୍ରାହ୍ମଣ ସମାଜ ପକ୍ଷରୁ ଏହି ସାମୂହିକ ତିଳ ତର୍ପଣ କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା। ପଣ୍ଡିତ ମଙ୍ଗଳୁ ମିଶ୍ରଙ୍କ ଦ୍ଵାରା ଏହି ସାମୂହିକ ତିଳ ତର୍ପଣ ସମ୍ପାଦିତ ହୋଇଥିଲା। ବ୍ରାହ୍ମଣ ସମାଜ କଳାହାଣ୍ଡିର ଉପସଭାପତି ଗଜେନ୍ଦ୍ର ପାଢ଼ୀ, ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ କ୍ଷୀରୋଦ ନେଗୀ, ପର୍ଶୁରାମ ସେନାର ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର ସମେତ ଭୋଳନାଥ ମିଶ୍ର, ଆଦିତ୍ୟ ମିଶ୍ର, ମନୋଜ ମୁଣ୍ଡ, ରାଜ କିଶୋର ଦାଶ, ଶରତ ଦାଶ, କେଦାରନାଥ ପଣ୍ଡା ପ୍ରମୁଖ ସାମୂହିକ ତିଳ ତର୍ପଣ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।

Related Post

ସାମ୍ବାଦିକ ଆକ୍ରମଣ ର ପ୍ରତିବାଦ ଏବଂ ଦାବିପତ୍ର ପ୍ରଦାନ

Posted by - July 27, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ବରୀ ସାମ୍ବାଦିକ ସଂଘ ତରଫରୁ କେନ୍ଦ୍ରାପଡା ରେ ଜୈନିକ ସାମ୍ବାଦିକ ଙ୍କୁ ରିଜର୍ଭ ପୋଲିସ ମହିଳା କର୍ମଚାରୀ ଚାପୁଡ଼ା ମାରିବା ସହ ତାଙ୍କ…

କୁଟରୁ ଖମାର ରେ ବିଜୁ ସ୍ୱାସ୍ଥ୍ୟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ

Posted by - November 11, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ କୁଟୁରୁ ଖମାର ପଞ୍ଚାୟତ ଠାରେ ନୁଆ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ବାରା ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ…

ବୌଦ୍ଧ ପ୍ରଶାସନ ଓ଼ ପୋଲିସ ତରଫରୁ ତିଲେଶ୍ୱର ପଂଚାୟତ ରେ ଫ୍ଲାଗ ମାର୍ଚ୍ଚ

Posted by - February 12, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ପ୍ରଶାସନ ଓ଼ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇଯାଇଛି l ସୂଚନା ଅନୁଯାଇ ଗତ ଦୁଇଦିନ ତଳେ ଏହି ପଂଚାୟତ…

ସୁବ୍ରତ ଜେନାଙ୍କୁ ଅନ୍ତର୍ଜାତୀୟ ୟୁଥ ଆଇକନ ଆୱାର୍ଡ଼

Posted by - September 22, 2020 0
ଯାଜପୁର ଅଫିସ :ସୁର୍ୟୋଦୟ ଭାଷା ଓ ସାହିତ୍ୟ ପ୍ରତିଷ୍ଠାନର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଳକ ଅନ୍ତର୍ଗତ ଶୁରଡିହ (ବାବଲପୁର) ଗ୍ରାମର…