ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଙ୍କ ସାମ୍ବାଦିକ ସମ୍ମିଳନୀ

85 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାକୁ  ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକା ସାଙ୍ଗରେ  ଦୁଇ ଦୁଇଟି ବୃହତ ପ୍ରକଳ୍ପ ପାଇଁ ସାଢ଼େ ୫ କୋଟିରୁ ଉର୍ଦ୍ଧ ଅର୍ଥ ଅନୁଦାନ ଦେଇଛନ୍ତି । ଯାହାକି  ଚାଷୀ,ଚାଷ ଓ ବନ୍ୟା ନିୟନ୍ତ୍ରଣ ପାଇଁ ବିଶେଷ ଭାବେ ସହାୟକ ହୋଇପାରିବ ବୋଲି ସର୍କିଟ ହାଉସ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।

ଏହି ପ୍ରକଳ୍ପ ହେଲେ ବୈତରଣୀ ନଦୀରେ ବନ୍ୟା ନିୟନ୍ତ୍ରଣ ସହ ଯାଜପୁରର ଦଶରଥପୁର ବ୍ଲକ ଓ ଭଦ୍ରକର ଧାମନଗର ବ୍ଲକରେ କେନାଲ ଜରିଆରେ ଶହ ଶହ ଏକର ଚାଷ ଜମି ଜଳସେଚିତ ହେବ । ଯୋକଡିଆ ପରେ ଏହା ଜିଲ୍ଲାର ଦ୍ବିତୀୟ ଆନିକଟ ନିର୍ମାଣ ହେବ। ଯାହାକି ଦଶରଥପୁର ବ୍ଲକ ଅଧିନ ବୈତରଣୀ ନଦୀର ଡୋବାବିଲ ନିକଟରେ ହେବ। ଏହି ପ୍ରକଳ୍ପ ୩୦ ମାସରେ କାର୍ଯ୍ୟ ସରିବା ନେଇ ଲକ୍ଷ୍ୟ ରଖାଯାଇଛି।ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ଧନ୍ୟବାଦ ଦିଆଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ବରୀ ବିଧାୟିକା ସୁନନ୍ଦା ଦାସଯାଜପୁର ବିଜେଡି ଜିଲ୍ଲା ସଭାପତି ସରୋଜ ମହାପାତ୍ରଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନାଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ବର ବରାଳ,ଯାଜପୁର ବିଧାୟକ ପ୍ରତିନିଧି ଭବ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

 

Related Post

ଆରମ୍ଭ ହୋଇଛି ମାଟ୍ରିକ ପରିକ୍ଷା,ହାଇସ୍କୁଲ କର୍ତୁପକ୍ଷ ଙ୍କ ଅବହେଳା ଯୋଗୁଁ ଦୁଇ ଛାତ୍ର ପରିକ୍ଷା ଦେବାରୁ ବଂଚିତ

Posted by - February 19, 2020 0
ଯାଜପୁର:19/02(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରିକ୍ଷା । ଏଥିପାଇଁ ପ୍ରତ୍ୟେକ ଛାତ୍ର ଛାତ୍ରୀ ଉତ୍କଣ୍ଠାର ସହିତ ପରିକ୍ଷା ଦେଉଥିବା ବେଳେ…

ହରଭଙ୍ଗା ବ୍ଲକ ଅଧ୍ଯକ୍ଷ ଆସନ ପାଈଁ ଅଜ୍ଞାତବାସ ରେ ସମିତି ସଭ୍ୟ ପ୍ରାର୍ଥୀ

Posted by - February 25, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକରେ ଗତ ୨୦ତାରିଖରେ ତୃତୀୟ ପଯ୍ୟୟ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ବ୍ଲକରେ ୨୨ଟି ପଂଚାୟତର ୩ସହ ବୁଥରେ ୮୧.୦୨ପ୍ରତିଶତ ମତଦାନ ହୋଇଛି। ପଂଚାୟତ…

ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସମ୍ପାଦିକା ସିମନ୍ତିନୀ ଜେନା ବଡଚଣା ରେ ନିର୍ବାଚନ ଲଢିବେ

Posted by - March 25, 2019 195
ଭୁବନେଶ୍ବର :୨୫ /୦୩ /୧୯ ଯାଜପୁର ଜିଲା ବଡଚଣା ନିର୍ବାଚନ ମଣ୍ଡଳୀରେ ବିଜେପି ଅମର ନାୟକଙ୍କୁ ପ୍ରାର୍ଥୀ କରିଛି । ଫଳରେ ପୁରୁଣା ବିଜେପି କର୍ମୀ ଏହାକୁ…

କଣ୍ଟେନମେଣ୍ଟ ଜୋନ ରେ ଆରୋଗ୍ୟ ସେତୁ ଆପ ଲୋଡ କରିବା ବାଧ୍ୟତାମୂଳକ

Posted by - May 1, 2020 0
ଭୁବନେଶ୍ୱର:ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ କୁ ମେ ୧୭ ତାରିଖ ଯାଏଁ ବୃଦ୍ଧି…