NMOPS କୋକସରା ବ୍ଳକ ଶାଖା କମିଟି ଗଠିତ

161 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଠାରେ କୋକସରା ବ୍ଲକ ର ସମସ୍ତ ବିଭାଗର NPS କର୍ମଚାରୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ପ୍ରାଥମିକ ଶିକ୍ଷକ ସଂଘ ହରିପୁର ରୋଡ଼ କଟକ ର କୋକସରା ବ୍ଲକ ସଭାପତି ଭୁରିଶ୍ରବା ଜାଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥିଭାବେ କଳାହାଣ୍ଡି (NMOPS) ଜିଲ୍ଲା ସଭାପତି ସାମନ୍ତ ପାଟ୍ଟଯୋଶୀ ଯୋଗ ଦେଇଥିଲେ। ଜୟପାଟଣା NPS ଶିକ୍ଷକ ସଂଘ ସଭାପତି ଲଲିତ ନାଏକ ମୁଖ୍ୟବକ୍ତାଭାବେ ଜିଲ୍ଲା ସମ୍ପାଦକ ରାଜ କୁମାରୀ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଜିତ କୁମାର ସିଂ (ସ୍ୱାସ୍ଥ୍ୟ) ରଞ୍ଜନ କୁମାର ହଂସ (କୃଷି) ବାପୁନ ବେହେରା (ଜଳସେଚନ) ସୁଧୀର କୁମାର ପଣ୍ଡା (ssd) ମଞ୍ଚାସୀନ ଥିଲେ। କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ସରକାରଙ୍କ NPS ନୀତି ର ତୀବ୍ର ନିନ୍ଦା କରାଯିବା ସହ ଓଡିଶାରେ ସମସ୍ତ ବିଭାଗର NPS କର୍ମଚାରୀ ମାନଙ୍କୁ ପୁରାତନ ପେନସନ୍ ଯୋଜନା ଲାଗୁ କରିବା ପାଇଁ ଦାବି କରାଯାଇଥିଲା।

ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଆହୁରି ତୀବ୍ର କରାଯିବ ବୋଲି ବକ୍ତାମାନେ ଚେତାବନୀ ଦେଇଛନ୍ତି।ଏ ଅବସରରେ କୋକସରା ବ୍ଲକ (NPS) ଶାଖାର ସାଂଗଠନିକ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। CRCC ସୁବାସ ଚନ୍ଦ୍ର ବାଗ ସଭାର ଆଭିମୁଖ୍ୟ ପ୍ରକାଶ କରିଥିବା ବେଳେ ସାମନ୍ତ କୁମାର ପାଟ୍ଟଯୋଶୀ ନିର୍ବାଚନ ପରିଚାଳନା କରିଥିଲେ। କୋକସରା ବ୍ଲକ ସାଂଗଠନିକ କମିଟିର ସଭାପତି ଭାବେ ଦୀପ୍ତି ରଞ୍ଜନ ଠାକୁର, ସମ୍ପାଦକ ଭାବେ ଭୁବନେଶ୍ଵର ଛତ୍ରୀଆ, କୋଷାଧ୍ୟକ୍ଷ ଭାବେ ବିଜୟ ଶବର, କାର୍ଯ୍ୟକାରୀ ସଭାପତି ଭାବେ ବାପୁନ ବେହେରା, ଅଜିତ ସିଂ, ଯୁଧିଷ୍ଠିର କର, ରଞ୍ଜନ ହଂସ, ଥବିର ଧାଙ୍ଗଡାମାଝି, ସୁଧୀର ପଣ୍ଡା ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ ମିଡିଆ ସେଲ ପାଇଁ ରମେଶ ଚନ୍ଦ୍ର ସାହୁ, ବିକାଶ ରଞ୍ଜନ ସାହୁ, କୌସଲ୍ୟା ନାଏକ ମଦନ ନାଏକ ମନୋନୀତ ହୋଇଛନ୍ତି। NPS ସରକାରୀ ହାଇ ସ୍କୁଲ କୋକସରା ବ୍ଲକ ସଭାପତି ବୁଦ୍ଧିରାମ ନାଏକ ମଂଚ ପରିଚାଳନା କରିଥିବା ବେଳେ ଲୋକନାଥ ଶବର ଧନ୍ଯବାଦ ଅର୍ପଣ କରିଥିଲେ। ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଜିଲ୍ଲା ସଭାପତି ଶପଥ ପାଠ କରାଇଥିଲେ।

Related Post

ସଂଗ୍ରାମପୁର ଗ୍ରାମରେ ରୁକ୍ମିଣୀ ବିବାହ ପାଳିତ

Posted by - February 12, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୋୖଦ୍ଧଜିଲ୍ଲା ସଦର ବ୍ଲକ ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମରେ ଆଜିପୌରାଣିକ ହିନ୍ଦୁ ଧର୍ମ ମତlନୁଯାଇ ଋକ୍ମୁଣି ବିବାହ ପାଳିତ ହୋଇଯାଇଛି। ଏହି ବିବାହରେ…

ବଡ଼ବିଲରେ ଜାତୀୟ ପ୍ରେସ ଦିବସ,ଜାତୀୟ ସ୍ତରର ମହିଳା କ୍ରିକେଟ ଖେଳାଳି ଓ ଖବରକାଗଜ ବିତରକଙ୍କୁ ସମ୍ମାନିତ

Posted by - November 19, 2019 0
ବଡ଼ବିଲ  : ବଡ଼ବିଲ ପ୍ରେସ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ ହୋଇଛି। ସ୍ଥାନୀୟ ଲକି ଇଣ୍ଡିଆ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁସ୍ଥ…

ନଗଡାର ବିକାଶ କାର୍ଯ୍ୟରେ ବିଳମ୍ବ ହେଲେ ବରଦାସ୍ତ କରାଯିବ ନାହିଁ :- ଜିଲ୍ଲା ପ୍ରଶାସନ

Posted by - March 14, 2020 212
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ବହୁ ଚର୍ଚ୍ଚିତ ନଗଡାର ଶିଶୁ ମଡକ ଦେଶ ତଥା ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲା । ନଗଡାର…

ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଦାବିପତ୍ର 

Posted by - January 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ରାଜ୍ୟ ସରକାର ଙ୍କ ମୁଖ୍ୟମନ୍ତ୍ରୀ  ରିଲିଫ ପାଣ୍ଠି ରୁ ସଂଖ୍ୟା ଲଘୁ ସମ୍ପ୍ରଦାୟ ଅନୁଷ୍ଠାନ କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଯିବା ନିଷ୍ପତ୍ତି…

ନୂତନ ଥାନା ଅଧିକାରୀ ଙ୍କୁ ଅଭିନନ୍ଦନ ଜଣାଇଲେ ସାମାଜିକ ସଂଗଠନ

Posted by - August 19, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲୀକ୍)ଓଡ଼ିଶାର ର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ୟୁଥ ଫୋର ଆକ୍ସନ ବାଲେଶ୍ୱର ଜିଲ୍ଲା ପରିବାର ତରଫରୁ ଆଜି ସକାଳେ ବାଲିଆପାଳ ଥାନା ଅଧିକାରୀ ଭାବେ ନୂତନ…