ରଘୁନାଥପୁର ଗ୍ରାମପଞ୍ଚାୟତରେ ପାଳିତ ହେଲା “ସ୍ଵଚ୍ଛତା ହିଁ ସେବା” କାଯ୍ୟକ୍ରମ

94 0

ଭୁବନେଶ୍ୱର : (ସନ୍ତୋଷ କୁମାର ରାଉତ) ସ୍ୱଛତା ହିଁ ସେବା ,ଗ୍ରାମ ପଞ୍ଚାୟତ ପରିବେଶକୁ ସରସ ସୁନ୍ଦର ପରିଷ୍କାର ପରିଚ୍ଛନ୍ନ କରି ସ୍ୱଚ୍ଛତା ରଖିବାକୁ ଅଣ୍ଟା ଭିଡିଛନ୍ତି ମହିଳା,ରାଜଧାନୀ ଉପକଣ୍ଠ ରଘୁନାଥ ପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଖୋଲଣା ମାଝୀ ଙ୍କ ନେତୃତ୍ୱରେ ବହୁ ମହିଳା ଏକତ୍ରିତ ହୋଇ ଗ୍ରାମର ଅଳିଆ ଆବର୍ଜ୍ଜନା ରାସ୍ତା ଘାଟ ସଫା କରିଥିଲେ , ଗ୍ରାମରେ ଯେପରି ମଶା,ମାଛି ଦ୍ଵାରା ମହାମାରୀ ରୋଗ ନ ବ୍ୟାପିବ, ସେଥି ପ୍ରତି ଘର ଚାରି ପାଖ ଯେପରି ସ୍ବଚ୍ଛତା ରହିବ ,ପରିବାର ସଦସ୍ୟ ମାନେ ଧ୍ୟାନ ଦେବାକୁ ସଚେତନତାର ବାର୍ତ୍ତା ଦିଆ ଯାଇଥିଲା ।

ସେହି ପରି ଗ୍ରାମ ରେ ଥିବା ସ୍କୁଲ ଚତୃପ।ର୍ଶ୍ଵ ମଧ୍ୟ ସଫା ସୁତର କରାଯାଇଥିଲା ଏହି ଅଭିଯାନରେ ଶିକ୍ଷକ,ଶିକ୍ଷୟତ୍ରୀ ଙ୍କ ସମେତ ସ୍କୁଲ ପିଲା ମାନେ ସାମିଲ ହୋଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସମାଜ ସେବୀ କୃଷ୍ଣ ଚନ୍ଦ୍ର ମାଝୀ,ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ,ସମିତି ସଭ୍ୟ ନିହାର କାନ୍ତ ପଢ଼ିଆରି, ବ୍ଲକ ପିଓ ଅନିତା ମହାନ୍ତି ସମେତ ଜିଆର୍ ଏସ ରିତା ବଡ଼ପଣ୍ଡା ପ୍ରମୁଖ ଏହି ସ୍ବଚ୍ଛତା ହିଁ ସେବା କାର୍ଯ୍ୟ କ୍ରମରେ ଉପସ୍ଥିତ ଥିଲେ।

Related Post

ଅଗ୍ନିବିପର୍ଣ୍ଣ ଙ୍କୁ ଭଞ୍ଜନଗର କଂଗ୍ରେସ କମିଟି ର ସହାୟତା

Posted by - June 17, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଭଞ୍ଜନଗର କଂଗ୍ରେସ କମିଟି ତରଫରୁ ଯୁବ ନେତା ପ୍ରଶାନ୍ତ କୁମାର ବିଶୋୟୀ ଙ୍କ ତତ୍ୱାବଧାନ ରେ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ଗ୍ରାମପଞ୍ଚାୟତ…

ଯାଜପୁର ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ସେଵା ସପ୍ତାହ ଓ ସଚେତନତା କାର୍ଯ୍ୟକ୍ରମ

Posted by - April 21, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୌରପାଳିକାର କିଆରେଶ୍ୱର ଗ୍ରାମରେ ଯାଜପୁର ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ସେଵା ସପ୍ତାହ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଯାଜପୁର ରେ ଡ଼େଙ୍ଗୁ ମ୍ୟାଲେରିଆ ରୋଗର ସଚେତନତା କାର୍ଯ୍ୟକ୍ରମ

Posted by - July 10, 2019 39
ଯାଜପୁରରେ ଡେଂଗୁ ଓ ମ୍ୟାଲେରୀଆ ରୋଗ ନିରାକରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲାସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମକୁ ଜିଲା ସୂଚନା…