ବାରଙ୍ଗ:(ସନ୍ତୋଷ ରାଉତ )ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ଫାଣ୍ଡି ଅଧିନସ୍ତ,ନରାଜ ନଦୀ ବନ୍ଦ ନିକଟରେ ଆଗରୁ ବାରଙ୍ଗ ଥାନା ସୂଚନା ପାଇ ଥିଲା ଯେ ଦେଶୀ ମଦ ଚୋରା ଚାଳନା ହେଉଥିବାର |ଏସଆଇ ସେ କେ ପାତ୍ର ସହ ଦଳ ସହ ଜଗି ବସି ଥିଲେ |
କିଛି ମୁହୁର୍ତ ପରେ ଗୋଟିଏ ଧଳା ରଙ୍ଗର କାର ନରାଜ ପଟୁ ଆସିବାର ଦେଖା ଗଲା ପୋଲିସ ଟିମି ଦେଖୀ ଖସି ପଳାଇ ଯିବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ କାର ଟି ଅଟକାଇ ଯାଞ୍ଚ କରିବା ସମୟରେ ଗାଡି ଭିତରୁ୧୨ ର ଗୋଟି ଦେଶୀ ରନ୍ଧା ମଦ ବ୍ଲାଡର ମିଳିଲା ଯାହା ୨୪୦ ଲିଟର ହେବ | ଦୁଇ ଆସାମୀଙ୍କ ସମେତ ଗାଡି ଜବତ କରି ପୋଲିସ ବିଚାର ବିଭାଗୀୟ ଅଦାଲତ ପଠେଇଛି |
ସୂଚନାରୁ ଜଣାପଡୁଛି ଯେ ଏବେ ପୋଲିସ କୁ ଚଖମା ଦେବା ପାଇଁ ଚୋରା ଦେଶୀ ମଦ ବେପାରୀ ଦାମୀ ଗାଡି ବେବହାର କରୁଛନ୍ତି |ବାରଙ୍ଗ ପୋଲିସ ୨୦୨୨ ରେ ୧୦ ଗୋଟି ଦୁଇ ଚକିଆ ଯାନ ସମେତ ୬ ଗୋଟି ଚାରି ଚକିଆ ଯାନ ମଦ ଚୋରା ଚାଳନା ସମୟରେ ଜବତ କରିଛି ବୋଲି ବାରଙ୍ଗ ଭାରପାପ୍ତ ଅଧିକାରୀ ଆକାଶ ଚନ୍ଦ୍ର ରଣା ସୂଚନା ଦେଇଛନ୍ତି |