Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଦାନାମାଲ ବିଦ୍ୟାଳୟ ର ଶ୍ରେଣୀ ଗୃହ ନିର୍ମାଣ ପାଇଁ ଦାବି

29 0

ଖପ୍ରାଖୋଲ: ୨୨/୦୯ ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ପାଇଁ ଦାବି ହେଉଛି । ବିଦ୍ୟାଳୟ ଟି ୧୯୭୨ ମସିହାରେ ସ୍ଥାପନ ହୋଇବେଳେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୪ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । ୩୪ ଛାତ୍ର ଛାତ୍ରୀ ଙ୍କ ପାଇଁ ଦୁଇ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ହେଲେ ପିଲାଙ୍କ ପଢ଼ିବା ପାଇଁ ଦୁଇଟି ଶ୍ରେଣୀ ଗୃହ ବହୁ ପୁରାତନ ଯୁଗରୁ ନିର୍ମାଣ ହୋଇଥିଲା । ଏବେ ଉକ୍ତ ଶ୍ରେଣୀ ଗୃହ ମାନ ସମ୍ପୁର୍ଣ ଦୁର୍ବଳ ହୋଇପଡିଛି । ଫଳରେ ଛାତ୍ର ଛାତ୍ରୀ ମାନେ ବିପଦ ସଙ୍କୁଲିତ ଅବସ୍ଥାରେ ଥିବା ଗୋଟିଏ ଶ୍ରେଣୀ ଗୃହରେ ବସି ପାଠ ପଢୁଛନ୍ତି ।

ଅନ୍ୟ ଏକ ଶ୍ରେଣୀ ଗୃହରେ ମଧ୍ୟାହ୍ନ ଭୋଜନ ଚାଉଳ , ରନ୍ଧା ସାମଗ୍ରି ସହ ଅଫିସ କର୍ଯ୍ୟଳୟ ଚାଲିଥିବା ଦେଖିବାକୁ ମିଳୁଛି । ବିଦ୍ୟାଳୟଟି ରୟତି ଜମିରେ ରହିଅଛି । ଉକ୍ତ କାରଣରୁ ଜମି ମାଲିକ ଜଣକ ସ୍କୁଲ କୋଠା ନିର୍ମାଣ କରିବା ପାଇଁ ମନା କରିବାରୁ ଗୋଟିଏ କୋଠା ସ୍ଲାପ ପର୍ଯ୍ୟନ୍ତ ନିର୍ମାଣ ହୋଇ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଥିବା ଅଭିଯୋଗ ହୋଇଛି । ପୂର୍ବରୁ ବିଦ୍ୟାଳୟର କୋଠା ନିର୍ମାଣ ପାଇଁ ପ୍ରଶାସନ ତରଫରୁ ପ୍ରଯାଶ କରାଯାଇଥିଲେ ମଧ୍ୟ ଅଜିପର୍ଯ୍ୟନ୍ତ ସମ୍ଭବ ହୋଇନଥିବା ଜଣା ପଡିଛି ।

ଗ୍ରାମ ବାସିମନେ ବିଦ୍ୟାଳୟ କୋଠା ନିର୍ମାଣ କରିବା ପାଇଁ ଅନେକ ରାଜନେତା ସହ ପ୍ରଶାସନିକ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିନଥିବା କହିଛନ୍ତି । ଏନେଇ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ ଙ୍କୁ ପଚାରିବାରୁ ତହସିଲଦାର ଙ୍କ ସହ ସ୍କୁଲ ନିର୍ମାଣ ପାଇଁ ଜମି ବିଷୟରେ କଥା ହୋଇ ଗ୍ରାମର ଆଖ ପାଖରେ କୌଣସି ସରକାରୀ ଜମି ଥିଲେ ଶ୍ରେଣୀ ଗୃହ ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯିବା ବୋଲି ପ୍ରକାଶ କରିଥିଲେ। ଏଣୁ ଏଦିଗରେ ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ନୂତନ ଭାବେ ବିଦ୍ୟାଳୟ ନିର୍ମାଣ ପାଇଁ ଜାଗା ଚିହ୍ନଟ କରାଯାଇ ଛାତ୍ର ଛାତ୍ରୀ ଙ୍କ ହିତ ସକାଶେ ଶ୍ରେଣୀ ଗୃହ ନିର୍ମାଣ କରିବା ପାଇଁ ସ୍ଥାନୀୟ ରେ ଦାବି ହେଉଛି ।

Related Post

ସପ୍ତମ ବେତନ କମିଶନ ବାବଦ ବକେୟା ୨୦% ଅର୍ଥ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

Posted by - March 28, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସରକାରୀ ଚାକିରିଆ ଙ୍କ ପାଇଁ ଖୁସି ଖବର।ସପ୍ତମ ବେତନ କମିଶନ ବାବଦ ଆଉ ବକେୟା ୨୦%ଅର୍ଥ ପ୍ରଦାନ ସକାଶେ…

ସଫଳ ହେଲା ମିଶନ ଗଜରାଜ,ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ୍ ଦ୍ବାରା କାବୁ କଲା ବନବିଭାଗ

Posted by - January 27, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସଫଳ ହେଲା ମିଶନ ଗଜରାଜ। ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ୍ ଦ୍ବାରା କାବୁ କଲା ବନବିଭାଗ ।ଦୀର୍ଘ ୯ଦିନ…

ଦିଲ୍ଲୀ ରେ ମଦର ହୋମ୍‌ ଡେଲିଭରି ଆରମ୍ଭ ,ଓଡିଶା ରେ ମଧ୍ୟ ଯୋଜନା

Posted by - May 21, 2020 164
ନୂଆଦିଲ୍ଲୀ /ଭୁବନେଶ୍ବର : ଓଡ଼ିଶାରେ ଲକଡାଉନ ସମୟରେ ମଦ ହୋମ ଡେଲିଭରି କରିବାକୁ ଯୋଜନା କରାଯାଉଛି। ଅବକାରୀ ବିଭାଗ ଏନେଇ ଯୋଜନା କରୁଥିବାବେଳେ ଚଳିତ ସପ୍ତାହରେ ଏ…

ଘର ଏବଂ ଦୋକାନରୁ ୧୪୯ ବସ୍ତା ପିଡିଏସ ଚାଉଳ ଏବଂ ୪ ବସ୍ତା ଗହମ ଜବତ

Posted by - February 19, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ସରକାର ଗରିବ ଖଟିଖିଆ ଶ୍ରେଣୀର ଲୋକଙ୍କ ପାଇଁ ଚାଉଳ, ଗହମ ଯୋଗାଇ ଦେଉଛନ୍ତି। ପରିତାପର ବିଷୟ ଗରିବଙ୍କ ପାଇଁ ଆସୁଥିବା ପିଡିଏସ ଚାଉଳ…

ଅଦିନିଆ ମେଘୁଆ ପାଗକଲା ଡାଲିଜାତୀୟ ଫସଲ ନଷ୍ଟ

Posted by - December 8, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଶହେରୁ ଉର୍ଦ୍ଧ୍ବ ଗାଁ ରେ ଖରିଫ ୠତୁ କାଳୀନ ଧାନ ଫସଲ ସାଙ୍ଗକୁ ଆଟମାମୁଲି…