ଜବାହାର ନବୋଦୟ ବିଦ୍ୟାଳୟ ରେ ଟୋବାକୋ କଣ୍ଟ୍ରୋଲ ଦିବସ ପାଳିତ

33 0

ବୌଦ୍ଧ: (ଚିତ୍ତ ରଂଜନ ସିଂ) ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟ ରେ ଆଜି ଟୋବାକୋ କଣ୍ଟ୍ରୋଲ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଶ୍ରୀ ଏମ ଏମ ପ୍ରଧାନ ଓ ଶ୍ରୀ ଆଲୋକ କୁମାର ମିଶ୍ର ଙ୍କୁ ବିଦ୍ୟାଳୟ ର ପ୍ରିନସିପାଲ ଶ୍ରୀମତୀ ଜୋଲି ଟମି ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l ଡକ୍ଟର ଏମ ଏମ ପ୍ରଧାନ ଓ ଶ୍ରୀ ଆଲୋକ କୁମାର ମିଶ୍ର ଆଜି ଦିନର ମହତ୍ତ୍ୱ ବିଷୟରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କୁ ସଚେତନ କରିବା ପାଇଁ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ l ଜବାହାର ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ମାନଙ୍କ ଦ୍ୱାରା Tobaco Control ଦିବସ ଉପରେ ଖୁବ ସୁନ୍ଦର ନାଟକ ପରିବେଷଣ କରାଯାଇଥିଲା l କାର୍ଯ୍ୟକ୍ରମ ରେ ଓଜସ୍ୱୀ, ଓମକାର, ମନିଷ, ମନିଷରାଣା, ଆର୍ଯ୍ୟା, ଦୀନେଶ, ସୁମନ, ଅଂଶୁ, ଓମ, ଆୟୁଷ୍ମାନ ଓ ରାଜାରାମ ଆଦି ଛାତ୍ର ଅଭିନୟ କରିଥିଲେ l

ନୁକଡ଼ ନାଟକଟି ବିଦ୍ୟାଳୟର ଓଡ଼ିଆ ଶିକ୍ଷୟିତ୍ରୀ ଶ୍ରୀମତୀ ଅଳକା ନାୟକ ଛାତ୍ର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ l ଶ୍ରୀ ଆଲୋକ କୁମାର ମିଶ୍ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଇଥିଲେ l ବିଦ୍ୟାଳୟ ର କଳା ଶିକ୍ଷକ ଶ୍ରୀ ଅଲେଖ ଚନ୍ଦ୍ର ତ୍ରିପାଠୀ ଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ drawing ପ୍ରତିଯୋଗିତା କରାଯାଇଥିଲା l ବିଦ୍ୟାଳୟ ର ଷ୍ଟାଫ ନର୍ସ ଶ୍ରୀମତୀ ସାଗରୀକା ବିଶ୍ୱାଳ ଙ୍କ ତତ୍ତ୍ୱlବଧାନ ରେ ସମସ୍ତ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ଦେଶର ଭବିଷ୍ୟତ ନାଗରିକ ମାନେ ସଚେତନ ହେଲେ ଆମ ଦେଶରୁ ନିଶ୍ଚିତ ଭାବରେ ତମାଖୁ ଓ ସିଗାରେଟ ଭଳି ପଦାର୍ଥ ର ବ୍ୟବହାର ବର୍ଜନ ହୋଇପାରିବ l କାର୍ଯ୍ୟକ୍ରମ ର ଶେଷରେ ପ୍ରିନସିପାଲ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମ ର ପରିସମାପ୍ତି କରିଥିଲେ l

Related Post

ବ୍ରାହ୍ମଣ ସମାଜ ଦ୍ୱାରା ଟିଟିଲାଗଡରେ ଭାଗବତ ଜନ୍ମ ପାଳିତ

Posted by - September 11, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ରାହ୍ମଣ ସମାଜର ଆନୁକୂଲ୍ଯରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସଭାପତି ଶ୍ରୀଯୁକ୍ତ ବିଶ୍ବରାମଠାକୁରଙ୍କ ନେତୃତ୍ବରେ ଭାଦ୍ରବ ପୂର୍ଣ୍ଣିମା…

ନାଟ୍ୟକାର ବିଜୟ ମିଶ୍ର ଙ୍କୁ ସ୍ୱର୍ଗଦ୍ୱାର ରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷ ସଂମ୍ମାନ

Posted by - April 27, 2020 2
ପୁରୀ :(ସମୀର ରଞ୍ଜନ ନାୟକ)ନାଟ୍ୟକାର ବିଜୟ ମିଶ୍ର ଙ୍କୁ ସ୍ୱର୍ଗଦ୍ୱାର ରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷ ସଂମ୍ମାନ। ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର, ସଂଳାପ ଲେଖକ…

ମୋଟର ସାଇକେଲ ଚୋର କୁ ଗୋଡ଼ାଇ ମୋଟର ସାଇକେଲ ଉଦ୍ଧାର କଲା ପୋଲିସ୍, ଚୋର ଫେରାର

Posted by - July 18, 2022 0
ଖପ୍ରାଖୋଲ: ୧୮/୭(ତାପସ ରଞ୍ଜନ ବେହେରା) ନୂଆପଡ଼ା ଜିଲ୍ଲା ଲଖନା ଥାନା ଅଞ୍ଚଳରୁ ଏକ ମୋଟର ସାଇକେଲ ଚୋରି କରି ଚୋର ମାନେ ଖପ୍ରାଖୋଲ ଅଞ୍ଚଳ କୁ ଆସୁଥିବା…

ଖଣି କ୍ଷତିଗ୍ରସ୍ତ ଗଣ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ରେ ଜିଲାପାଳ ଅଫିସ ସମ୍ମୁଖରେ ଗଣ ଧାରଣା

Posted by - June 4, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ସୁକିନ୍ଦା ଉପତ୍ୟକା ଖଣି କ୍ଷତିଗ୍ରସ୍ତ ଗଣ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ରେ ଜିଲାପାଳ ଅଫିସ ସମ୍ମୁଖରେ ଗଣ…