ଟିଟଲାଗଡ ସରକାରି ଡାକ୍ତରଖାନାର ଦୁର୍ବ୍ୟବସ୍ଥା ଦୂର କରିବା ଦାବିରେ ଆମ ଆଦମି ପାର୍ଟି ତରଫରୁ ଧାରଣା

40 0

ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସରକାରି ଡାକ୍ତରଖାନାର ଦୁର୍ବ୍ୟବସ୍ଥା , ଡାକ୍ତରଙ୍କ ଅଭାବ, ନର୍ସ ଅଭାବ, ଟେକ୍ନିସିଆନ ଅଭାବର ସମାଧାନ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳପାଇଁ ଟିଟଲାଗଡ ଆମ୍ ଆଦମୀ ପାର୍ଟି ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ମଙ୍ଗଳବାର ଧାରଣାର ଦ୍ବିତୀୟ ଦିନରେ ପହଁଚିଛି, ଆପ ପାର୍ଟିର ବଲାଙ୍ଗିର ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ରୀ ଆଶିଷ ପାଣ୍ଡେ ଯୋଗ ଦେଇଥିଲେ ଏବଂ କହିଥିଲେ ଯେପର୍ଯ୍ୟନ୍ତ ଦାବୀ ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ

କଣ୍ଟାବାଞ୍ଜି ଆବାହକ ସୁରଥ ବେହେରା ସମର୍ଥନ ଜଣାଇ ସରକାରୀ ଡାକ୍ତରଖାନାରେ ପିଇବା ପାଣି ବ୍ୟବସ୍ଥା, ଅସ୍ତ୍ରୋପଚାର ପାଇଁ ପ୍ରତିଦିନ ଦରକାର ହେଉଥିବା ଜଣେ ସ୍ଥାୟୀ ଆନେସଥେସିଆ ଡାକ୍ତରଙ୍କୁ ନିଯୁକ୍ତି ଦାବି କରିଥିଲେ, ପ୍ରାଇଭେଟ୍ ଡାକ୍ତର ଉପରେ ନିର୍ଭର କରୁଥବା ଯୋଗୁଁ ଜରୁରି କାଳୀନ ଅସ୍ତ୍ରୋପଚାର ପାଇଁ ବଲାଙ୍ଗୀରକୁ ସ୍ଥାନାନ୍ତରଣ କରିବାକୁ ପଡୁଛି, ନଚେତ ପ୍ରାଇଭେଟ୍ ନର୍ସିଂ ହୋମକୁ ରୋଗୀ ଖର୍ଚ୍ଚାନ୍ତ ହେଉଛନ୍ତି, ଏହାର ଯଥାଶୀଘ୍ର ସମାଧାନ କରିବାକୁ ସେ ଦାବି କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆପ ଟିଟଲାଗଡର ସଂଗ୍ରାମୀ ନେତା ବିଶ୍ଵନାଥ ମିଶ୍ର ,ବିଜୟ ମେହେର, ଇସଲାମ ଖାନ, ତେଜୁ ଖାନ, ଆଶିଷ ବାଗ , ତ୍ରିନାଥ ସାହୁ , ଶରତ ଛତ୍ରିଆ,ବେଣୁ ମୁଗ୍ରି, ଏବଂ ବଲାଙ୍ଗିର ଆପ୍ , ଅମନ୍ ମହାପାତ୍ର , ଏବଂ ଆହୁରି କିଛି ସମର୍ଥକ ଯୋଡ଼ିଥିଲେ ଏବଂ ସମର୍ଥନ ଜଣାଇ ଥିଲେ। ଯେପର୍ଯ୍ୟନ୍ତ।ଦାବୀ ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ।

Related Post

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ମଣିପୁର ଠାରେ ୮ନଂ ଜୋନର ବିଜେଡି ସାଙ୍ଗଠନିକ ବୈଠକ

Posted by - November 29, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ମଣିପୁର ଠାରେ ୮ନଂ ଜୋନ ର ବିଜେଡି ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି!ଏହି ବୈଠକ ରେ ମୁଖ୍ୟଅତିଥି…

ବିଜୁ ଯୁବ ଜନତାଦଳ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - October 25, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ବିଜୁ ଯୁବ ଜନତାଦଳ(ମହାନଗର) ସଭାପତି ନିଶାନ୍ତ ବହିଦାର ଙ୍କ ନେତୃତ୍ୱରେ ପର୍ଶୁରାମ ଛକ(ବୌଦନାଥ ଛକ) ସ୍ଥିତ “ମେଟେନିଟି* ହସ୍ପିଟାଲ”ରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ…