ମଦ ବିକ୍ରେତା ଓ କ୍ରେତାଙ୍କ ମଧରେ ବଚସା

552 0

କାଶୀପୁର:(ଅଞ୍ଜନ କୁମାର ନାଏକ)ଅନେକ ଲୋକ ଅଛନ୍ତି ଯେଉଁମାନେ ନିଶା ସେବନ କଦାପି କରନ୍ତି ନାହିଁ, ସେମାନେ ସମାଜରେ ସମ୍ମାନର ସହିତ ମୁଣ୍ଡ ଟେକି ବଞ୍ଚୁଛନ୍ତି, ତାଙ୍କର ମଧ୍ୟ ଅନେକ ସମସ୍ୟା ରହିଥାଏ ।ମଣିଷ ଜନ୍ମ ହେବାଠାରୁ ମୃତ୍ୟୁ ଯାଏଁ କେ କିଛି ନା କିଛି ସମସ୍ୟା ନିଶ୍ଚୟ ଥାଏ କିନ୍ତୁ ଯିଏ ନିଜ ସମସ୍ୟାକୁ ସମାଧାନ ଆଡ଼କୁ ଚିନ୍ତା କରେ ସିଏ ହିଁ ସୁଖ ପାଇବାର ହକଦାର ଏହି ସଭ୍ୟ ସମାଜ ରେ । ନିଶା କଲେ ହୁଏ ତ କିଛି ସମୟ ପାଇଁ ନିଜକୁ ଆରାମ ମିଳି ପାରେ କିନ୍ତୁ ସମାଧାନ ହୁଏ ନାହିଁ ।ବର୍ଷ ବର୍ଷ ନିଶା ସେବନ କରି କେଉଁ ସମସ୍ୟାର ସମାଧାନ ହୋଇ ପାରେ ନାହିଁ ।

ଅନ୍ୟ ପଟେ ସରକାର ପ୍ରତି ପଞ୍ଚାୟତରେ ମଦ ଦୋକାନ ଖୋଲିସାରିଛନ୍ତି, ଗଣ୍ଡା ଗଣ୍ଡା ମଦ ଦୋକାନ ଖଲିବାକୁ ଅନୁମତି ପ୍ରଦାନ କରାଯାଉଛି, ଯଦ୍ୱାରା ପ୍ରତିଦିନ କେବଳ ଝଗଡା, ହତ୍ୟାକାଣ୍ଡ , ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି ।ସେମିତି ବି ମାତାଲ ଅବସ୍ଥାରେ ପାରିବାରିକ କଳହ ଯୋଗୁଁ ରାଜ୍ୟର ବିଭିନ୍ନ ଥାନାରେ କେତେ ଯେ ମାମଲା ଆସୁଛି ସରକାର ଥରେ ତଥ୍ୟ ସଂଗ୍ରହ କରନ୍ତୁ, ନିଶାମୁକ୍ତ ସମାଜ ଗଠନ କରିବା ପାଇଁ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ? କହିପାରିବେ କି ? ଗୋଟିଏ ପଟେ ମାଁ କୁ ସମ୍ମାନ କହି ଡିଣ୍ଡିମ ପିଟୁ ଥିବା ବେଳେ ଅନ୍ୟ ପଟେ ନାରିଙ୍କ ଦୁଃଖ ବୁଝିବାକୁ କିଏ ଅଛି ? ତାଙ୍କର ମହିଳା କମିଶନ କେଉଁ କାମରେ ଆସୁଛି ? ପ୍ରାୟ ଦିନ ବିଭିନ୍ନ ନିଶା ସେବନ କରୁଥିବା ଲୋକଙ୍କ ପାଇଁ ସବୁ ଛକ, ବଜାର ଠାରେ ଲୋକେ ଭୟଭୀତ ଅବସ୍ଥାରେ ଲୋକେ ରହୁଛନ୍ତି। ଏଥିରେ ରାଜନୈତିକ ଦଳର ନେତୃତ୍ବ ବୃନ୍ଦଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, ବେରୋଜଗାରିଆ ବେକାର ପିଲା ଏକା ଏମାନଙ୍କ ହାତ ବାରିଶି ସାଜିଛନ୍ତି, ଠିକାକାମ, ଟେଣ୍ଡର ଭଳି ସ୍ଥାନରେ ଗୁଣ୍ଡା ସଜେଇ ବେଆଇନ କାମରେ ଲିପ୍ତ କରାଉଛନ୍ତି।ଠିକ ଏହିପରି ମଦ ପାଇଁ ,ମଦ କିଣା ବିକା ରେ ବଚସା ରାୟଗଡା ଜିଲ୍ଲା କାଶୀପୁର ଠିପି ବନ୍ଦ ବିଦେଶୀ ମଦ ଦୋକାନ ରେ ।ଚଳିତ ମାସ ତା ୭/୯/୨୦୨୨ ରିଖର ଏକ ଘଟଣା ଯାହା, ମଦ କ୍ରେତା ଓ ବିକ୍ରେତାଙ୍କ ବୟାନ ସହ ପୋଲିସ ଅଭିଯୋଗ ଏବଂ ମାମଲା ରୁଜ୍ଜୁ କରାଯାଇଥିବା ତଥ୍ୟ ର ଆଧାର କ୍ରମେ ।

ପାଠକ ଏବଂ ଦର୍ଶକଙ୍କୁ ଅନୁରୋଧ ! ଅତି ଧ୍ୟାନର ସହ ପଢିବେ ଏବଂ ଦେଖିବେ !ମଦ କ୍ରେତା କାର୍ତିକ ନାଏକ ,ଚନ୍ଦ୍ରଗିରି GP, କସନାଦରା ଗ୍ରାମର, ସେ ଚଳିତ ମାସ ତା ୭ ରିଖ ରେ ତାଙ୍କ ଜଣେ ସାନ ବନ୍ଧୁଙ୍କ ସହ ଗଟାଏ ବୀୟର ‘ବିଦେଶୀ ମଦ’ କିଣିବାକୁ ଯାଇଥିଲେ, ବୀୟର ର ସଠିକ ମୂଲ୍ୟ ଓ ରସିଦ ଦାବି କରିବା କାଳେ, ମଦଦୋକାନୀଙ୍କୁ କ୍ରେତା କାର୍ତିକଙ୍କ ଆଧାର କାର୍ଡ ଆବଶ୍ୟକ ହଉଥିଲା ବୋଲି କାର୍ତିକ ପ୍ରକାଶ କରିଛନ୍ତି। ଏହି ଘଟଣା ସମ୍ପର୍କରେ ତର୍କ ବିତର୍କ ବଢିଯିବାପରେ ପ୍ରଥମ ବୟାନ ଅନୁଯାଇ ତିନିଜଣ ଦୋକାନୀଙ୍କ ମଧ୍ୟରୁ ଜଣେ ତାଙ୍କୁ ଧରି ଥାଏ ଏବଂ ଜଣେ ଠେଙ୍ଗା ସହ କାର୍ତିକଙ୍କୁ ପିଟି ଚାଲେ ,ଏବଂ ଦ୍ୱିତୀୟ ବୟାନ ଅନୁଯାଇ ତିନିଜଣ ଠେଙ୍ଗା ସହ ବାଢ଼େଇ ଅନର୍ଗଳ ଗାଳି ଦେବା ସହ ଜାତୀୟଣ ଆକ୍ଷେପ କରି ମାଡ ମାରିଥିବା ବେଳେ କାର୍ତିକଙ୍କ ବାମ କାନ୍ଧରେ ଭୀଷଣ ଆଘାତ ହେବା ସହ ଡାହାଣ ହାତ ର ଆଙ୍ଗୁଠି ଚୋଟ ବାଜିଥିବାର ଡାକ୍ତରୀ ପ୍ରମାଣିତ ଥିବା ସହ ବର୍ତ୍ତମାନ ଚାରି କୁଟୁମ୍ବ ସହ ଚଳିବାରେ କଷ୍ଟକର ହେଉ ଥିବା ପ୍ରକାଶ କରିଛନ୍ତି କାର୍ତ୍ତିକ ।ତେଣୁ ସେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ଏହାର ସତ୍ୟାସତ୍ୟ ତଦନ୍ତ ପାଇଁ ମଦ ଦୋକାନ ରେ ଲାଗିଥିବା CCTV ଫୁଟେଜ ଅନୁସାରେ ଦୋସୀଙ୍କ ବିରୁଦ୍ଧରେ ଆବଶ୍ୟକ ପଦକ୍ଷେପ ନିଆଯାଉ ବୋଲି ଦାବୀ କରିଥିବାବେଳେ ,

ମଦ ଦୋକାନୀଙ୍କ ଦେଇଥିବା ବୟାନ ରେ ଉଦୟ ସିଂ ଜୁଧେଶ୍ୱର ନାମକ ଦୁଇ ଜଣ ବ୍ୟକ୍ତି ଦେଶୀ ଭାଟିରୁ ବଜାରକୁ ଯାଉଥିବା ବେଳେ ମଦ ଦୋକାନ ରେ ବଚସା ଚାଲିଥାଏ , କାର୍ତ୍ତିକ ଗାଳି ଗୁଳଜ ଦେବାସହ ପାଟିତୁଣ୍ଡ କରୁଥାନ୍ତି ତାଙ୍କ ସହ ପ୍ରାୟ ଚାରିଜଣ ବ୍ୟକ୍ତି ଥିଲେ , ଗଣ୍ଡଗୋଳ ର କାରଣ ଟି ଶହେ ଟଙ୍କାରେ ପାଞ୍ଚ ବୀୟର ମାଗୁ ଥିବାବେଳେ ,ବିକ୍ରେତା ମନା କରିଥିଲେ ଏବଂ ଛପା ଯାଇଥିବା ମୁଦ୍ରିତ ଦରରେ ରେ ମଦ ଦେବାକୁ ରାଜିଥିବା ବେଳେ କ୍ରେତା ଶହେ ଟଙ୍କା ରେ ପାଞ୍ଚଟି ବୀୟର ପାଇଁ ଜିଦ ଧରି ଘଟଣା ଉପୁଜିଥିବା ଜାଣି ପାରିଥିଲୁ ବୋଲି ପ୍ରକାଶ କରିଥିଲେ।ଏବଂ ଘଟଣାକୁ ଆୟତ କରିବାରେ ବୁଝା ସୁଝା ବେଳେ କାର୍ତିକ ସେମାନଙ୍କ ଉପରକୁ ଛେପ ପକାଇଥିଲେ ଏବଂ ବତଲରେ ଆକ୍ରମଣ କରିଥିଲେ ବୋଲି ମଦ ଦୋକାନ ପକ୍ଷରୁ କୁହାଯାଇଛି ।

ମୁଖ୍ୟ ବିଷୟ ହେଲା ମଦ କ୍ରେତା ଓ ବିକ୍ରେତା ଉଭୟେ ଉଭୟଙ୍କ ନାମ ମଧ୍ୟ ଭଲଭାବେ ଜାଣି ନଥିବାସ୍ଥଳେ, ଉଭୟଙ୍କ ନାମ, ଗ୍ରାମ, ଠିକଣା ଓ ଜାତୀଗତ ବାବଦରେ ଅନଭିଜ୍ଞ ଥିବାର ଗଣମାଧ୍ୟମ କୁ ଉଭୟ ଦର୍ଶାଇ ଥିବାବେଳେ, ଉଭୟଙ୍କ ମଧ୍ୟରେ କାଶୀପୁର ଥାନାରେ ଅଭିଯୋଗ କ୍ରମେ କେସ କରାଯାଇଛି । ପୋଲିସ ର FIR କପିରେ ଅନୁସାରେ କାର୍ତିକଙ୍କ ସହ ଉପେନ୍ଦ୍ର ମାଝୀ ପିତା – ସୁକୃ ଗ୍ରାମ ସିକରଲାଟା ଓ ରୁପା ମାଝୀ ପିତା ସନାମାଈ ଗ୍ରାମ କସନାଦରା ବୋଲି ଦର୍ଶା ଯାଇଛି ।ବର୍ତ୍ତମାନ ସୁଦ୍ଧା ସମସ୍ତ ଘଟଣା ପୋଲିସ ର ଯାଞ୍ଚ ଅଧୀନରେ ଥିବା ବେଳେ ଆଗକୁ ଜଣାପଡ଼ିବ ଘଟଣାର ସମ୍ପୁର୍ଣ୍ଣ ସତ୍ୟା ସତ୍ୟ ।

Related Post

ପୁଅର ଟାଙ୍ଗିଆ ଚୋଟରେ ବାପ ମୃତ

Posted by - June 1, 2023 0
ନର୍ଲା:(୩୧/୦୫୪ (ଅମୀୟ କୁମାର ଦାସ)ଗତ ମଙ୍ଗଳବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ନର୍ଲା ବ୍ଲକ ଅନ୍ତର୍ଗତ କରୁମେଲ ପଞ୍ଚାୟତ ର ପଞ୍ଚାୟତ ପଡାରେ । ଯାହାକୁ…

କୋଭିନ୍ ସଂଗ୍ରାମୀ ଭାବେ କାର୍ଯ୍ୟ କରିବାକୁ ଆଗେଇ ଆସନ୍ତୁ: ଯାଜପୁର ଜିଲ୍ଲାପାଳ

Posted by - April 29, 2020 304
ଭୁବନେଶ୍ବର: ୨୯/୦୪: କୋଭିଡ଼୍ ସଂଗ୍ରାମୀ ଭାବେ କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ସ୍ୱେଚ୍ଚାସେବୀମାନେ ଆଗେଇ ଆସିବାକୁ ସରକାର ବ୍ୟବସ୍ତା କରିଛନ୍ତି । ତେଣୁ ଯାଜପୁର  ଜିଲ୍ଲା ପାଇଁ…

ଜିଲ୍ଲା ସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ

Posted by - April 16, 2022 0
ସୋନପୁର : (ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ଙ୍କ…

ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସଂମ୍ମୁଖରେ ହରଭଙ୍ଗା ବ୍ଲକ ଶିକ୍ଷକ ସଂଘର ଦ୍ୱିତୀୟ ଦିନର ଗଣ ଧାରଣା

Posted by - September 9, 2023 0
ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଆଜି ଗଣ ଧାରଣା ଦ୍ୱିତୀୟ ଦିନ…