ଅହିଂସା ରଥ କୁ ସ୍ୱାଗତ ସମ୍ବର୍ଦ୍ଧନା

56 0

ବିଷମ କଟକ :(ରାମାକାନ୍ତ ପୋଢଳ )ଅଗଷ୍ଟ ପନ୍ଦର ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳ ରେ ଉଦଘାଟନ କରାଯାଇଥିବା ବେଳେ ସାରା ରାଜ୍ୟରେ ଅହିଂସା ରଥ କୁ ପ୍ରତେକ ବ୍ଲକ ଗ୍ରାମପଞ୍ଚାୟତ ,ବିଦ୍ୟାଳୟ,ମହାବିଦ୍ୟାଳୟ ମାନଙ୍କରେ ଏହି ରଥକୁ ମହା ଆଡମ୍ବରରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଉଛି।

ବିଷମକଟକ ବ୍ଲକ କୁଟ୍ରାଗଡ ପଞ୍ଚାୟତ ମା ମାନିକେଶ୍ୱରୀ ବିଦ୍ୟାଳୟ ପରିସରେ ପଞ୍ଚାୟତ ର ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ, ସଂକୀର୍ତ୍ତନ ମଣ୍ଡଳୀ ବିଭିନ୍ନ ସାଂସ୍କୃତିକ ଓ ପାରମ୍ପରିକ ନୃତ୍ୟ ପରିବେଷଣକରି ଅହିଂସା ରଥକୁ ଭବ୍ୟ ସ୍ୱାଗତ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ସରପଞ୍ଚ,ଶହ ଶହ ମହିଳା ଙ୍କ ହୁଳହୁଳି ଧ୍ଵନି ରେ ଛାତ୍ର ଛାତ୍ରୀ ମାନେ ପଚାଶ ମିଟର ଲମ୍ବା ଜାତୀୟ ପତାକା ହାତରେ ଧରି ଅହିଂସା ରଥକୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ସେଠାରୁ ବିଶାଳ ଶୋଭାଯାତ୍ରା ରେ ଆସି ଅଙ୍ଗନବାଡି କର୍ମୀ,ସହାୟିକା ,ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା, ବରିଷ୍ଠ ନାଗରିକ ମାନେ ଅହିଂସା ରଥକୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ।

ବିଷମକଟକ ଗୋଷ୍ଠି ସାମାଜିକ ସୁରକ୍ଷା ଅଧିକାରୀ ମୁନା ତାଣ୍ଡିଙ୍ଗିଙ୍କ ତତ୍ୱଧନା ରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।ଶେଷରେ ଅହିଂସା ରଥ ଦ୍ୱାରା ବିଭିନ୍ନ ବରପୁତ୍ର,ସ୍ୱାଧୀନ ସଂଗ୍ରାମୀ ଓ ସ୍ୱାଧୀନତ ସଂଗ୍ରାମ ର ଇତିହାସ ଭିଡ଼ିଓ ମାଧ୍ୟମ ରେ ପ୍ରଦର୍ଶନ କରାଯାଇଥିଲା।କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ଇଲାମାଇ ପିଡ଼ିକାକା ,ଗୋଷ୍ଟି ଶିକ୍ଷା ଅଧିକାରୀ ବଟକୃଷ୍ଣ ପଣ୍ଡା,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭପ୍ରଦା ସାସମଲ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମଳୟ ନାୟକ ,ଗ୍ରାମରୋଜଗାର ସେବକ ପ୍ରମୋଦ ନାଲା ,ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଅବସରରେ ମା ମାନିକେଶ୍ୱରୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବେଜ ଓ ସହକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ଵାରା ଗୋଷ୍ଠୀ ଶିକ୍ଷା ଅଧିକାରୀ ବଟକୃଷ୍ଣ ପଣ୍ଡାଙ୍କୁ ସମର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଛୋଟ ଛୋଟ ଶିଶୁ ଓ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସଂସ୍କୃତି କାର୍ଯ୍ୟକର୍ମ ପରିବେଷଣ ହୋଇଥିଲା।ଅହିଂସା ରଥ କୁ ଗ୍ରାମ୍ୟ ପରିଭ୍ରମଣ କରି ମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ବିଦାୟ ଦେଇଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମ କୁ ଅତି ସୁନ୍ଦର ଭାବରେ ସଜ୍ଜିତ କରିବା ସହ ସହଯୋଗ କରିଥିଲେ।

Related Post

ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଦ୍ୱୟରେ ‘”ସମ୍ୱଲ୍’ପୁରୀ ଦିନ୍” ପାଳିତ

Posted by - August 3, 2022 0
ସମ୍ୱଲପୁର: :(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ସ୍ଥାନୀୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ବଡ଼ବଜାର ଏବଂ ମୁଦିପଡ଼ା ହାଉସିଂ ବୋର୍ଡ କଲୋନୀ ଉଭୟ ଶିକ୍ଷାକେନ୍ଦ୍ର ପକ୍ଷରୁ ସମ୍ୱଲପୁରୀ ଭାଷା ସାହିତ୍ଯର…

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ପ୍ରତିଜ୍ଞା ଫାଉଣ୍ଡେସନ

Posted by - September 10, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସୂଜନପୁର, ଏରଡା, ହସନପୁର ଠାରେ ପ୍ରତିଜ୍ଞା ଫାଉଣ୍ଡେସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଘର ଘର ବୁଲି ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ବ୍ରାହ୍ମଣୀ ନଦୀରେ ବନ୍ୟା ଆସି ବରି ବ୍ଲକରେ ୮ଟି ଘାଇ ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏବେବି ଏରଡା ଠାରେ ବହୁ ଲୋକେ ଜଳବନ୍ଦି ଅଛନ୍ତି । ସମ୍ପାଦକ ସୁଶିଲ ମହାନ୍ତିଙ୍କ ନେତୃତ୍ୱରେ ସ୍ଥାନୀୟ ବନ୍ୟା ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା । ଏହି ଖାଦ୍ୟ ବଂଟନ କାର‌୍ୟ୍ୟରେ ଫାଉଣ୍ଡେସନର ବିଭିନ୍ନ କର୍ମୀ ମାନେ ସହଯୋଗ କରିଥିଲେ । ଫାଉଣ୍ଡେସନର ଏଭଳି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

ଯାଜପୁର ଜିଲ୍ଲା ଗସ୍ତରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ

Posted by - August 4, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଗସ୍ତରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ। ଆଜି ଦିନିକିଆ ଗସ୍ତରେ ଯାଜପୁର ରେ ପହଂଚି ଜିଲାପାଳ…

ଭବାନୀପାଟଣା ଦକ୍ଷିଣ କାଳୀ ମନ୍ଦିର ରେ ଚଣ୍ଡି ଯଜ୍ଞ ଅନୁଷ୍ଠିତ

Posted by - November 6, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ପବିତ୍ର ଦୀପାବଳି ଓ ଶ୍ୟାମାକାଳୀ ଜନ୍ମମହୋତ୍ସବ ଉପଲକ୍ଷେ ଭବାନୀପାଟଣା ସ୍ଥିତ ମାଁ ଦକ୍ଷିଣ କାଳୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଏକ ଦିବସିୟ ଚଣ୍ଡି…

ଖୋଲାନ ଉପଡାକଘର କର୍ମଚାରୀଙ୍କ ମଧ୍ୟାହ୍ନ ବିରତିରେ ସର୍ବଭାରତୀୟ ଏକ ଦିବସୀୟ ଧାରଣା ପ୍ରର୍ଦଶନକୁ ସମର୍ଥନ

Posted by - March 5, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) କେନ୍ଦ୍ରୀୟ କର୍ମଚାରୀ ଓ ଶ୍ରମିକ କ୍ରିୟାନୁଷ୍ଠାନ କମିଟିର ଆହ୍ଵାନ କ୍ରମେ ଓଡିଶାସାରା ସବୁ ଡାକ ମଣ୍ଡଳରେ ଏକ ଦିବସୀୟ ଧାରଣା ବଲାଙ୍ଗୀର…