ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ମାଁ ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା ର ପ୍ରସ୍ତୁତି ବୈଠକ

41 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀ ଙ୍କ ଛତ୍ର ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗତ ସୋମବାର ଦିନ ସ୍ଥାନୀୟ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ମାଣିକେଶ୍ଵରୀ ମନ୍ଦିର ପକ୍ଷରୁ ଜାରି ସୂଚନା ଅନୁସାରେ ଆସନ୍ତା ୨ ତାରିଖ ମହାଷ୍ଟମୀ ପୂଜା ପରେ ମଧ୍ୟରାତ୍ରରୁ ଜେନାଖାଳ କୁ ମାଁ ଯିବେ ଏବଂ ୩.୧୦.୨୦୨୨ ସକାଳ ୫.୦୦ ଘ ସମୟରେ ପୂଜା ଅର୍ଚ୍ଚନା ସାରି ମାଙ୍କ ପ୍ରସିଦ୍ଧ ଛତ୍ର ଯାତ୍ରା ମନ୍ଦିର ଅଭିମୁଖେ ଭକ୍ତମାନଙ୍କ ଗ୍ରହଣରେ ସକାଳ ୧୦.୩୦ ମି ସମୟ ରେ ମନ୍ଦିର ପ୍ରବେଶ କରିବେ ।

ଜିଲ୍ଲା ପ୍ରଶାସନ ତରଫ ରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ ଧାର୍ଯ୍ୟ ସୂଚୀ ଅନୁଯାୟୀ ପାଠ କରିଥିବା ପ୍ରସ୍ତାବ କୁ ସମସ୍ତଙ୍କ ସହମତିରେ ଗ୍ରହଣ କରାଗଲା ।ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା କୁ ଶାନ୍ତି ଶୃଙ୍ଖଲାସହ ସମାପନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ମାଁ ଙ୍କ ଛତର ଯାତ୍ରା ରେ ରାଜାବାଟି ଦ୍ଵାରା ପୁରସ୍କୃତ ପ୍ରଥମ ଓ ଦ୍ବିତୀୟ ଘୁମୁରା ଦଳ ବ୍ୟତୀତ ପୋଲିସ ବିଭାଗ ଦ୍ଵାରା ଚିହ୍ନଟ ଅନ୍ୟ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଛତ୍ର ଯାତ୍ରା ପାଇଁ ରାସ୍ତା ମରାମତି,ନାଳ ନର୍ଦ୍ଦମା ସଫା, ପାନୀୟ ଜଳ,ନିରବିଛିନ୍ନ ବିଦ୍ୟୁତ ସରବରାହ,ମଦ ଓ ନିଶା ଦ୍ରବ୍ୟ ର ବିକ୍ରିନିଷେଧ,ଶାନ୍ତିଶୃଙ୍ଖଳା,ଆମ୍ବୁଲାନ୍ସ,,ସୂଚନା କେନ୍ଦ୍ର ସ୍ଥାପନ, ଧାରା ବିବରଣୀ ପ୍ରଦାନ ନିମନ୍ତେ ରାସ୍ତା ଓ ଗୃହ ନିର୍ମାଣ,ଜାତୀୟ ରାଜପଥ,ପୌର ପରିଷଦ,ବିଦ୍ୟୁତ ବିଭାଗ, ପୋଲିସ, ସ୍ବାସ୍ଥ୍ୟ ବିଭାଗ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଙ୍କୁ ଦାୟିତ୍ଵ ଦିଆଗଲା।ସେହିପରି ଦୁର୍ଗାପୂଜା କମିଟିର ମୂର୍ତ୍ତି ସ୍ଥାପନ ଓ ମେଢ଼ ବିସର୍ଜନ ପାଇଁ ଗାଇଡ ଲାଇନ ଅନୁଯାୟୀ ଚିହ୍ନଟ କୃତିମ୍ ପଲିଥିନ ପୁଷ୍କରିଣୀ ବ୍ୟବସ୍ଥା କରିବାକୁ ଉପ ଜିଲ୍ଲାପାଳ, ଭବାନୀପାଟଣା/ ଧର୍ମଗଡ ତଥା ଆଇନ ଶୃଙ୍ଖଳା ଓ ଛତ୍ର ଯାତ୍ରାକୁ ସୁରକ୍ଷିତ, ଜନସମାଗମ କୁ ନିୟନ୍ତ୍ରଣ,ସାଂସ୍କୃତିକ ଦଳ ର ପ୍ରବେଶ ପାଇଁ ପୃଥକ ଭାବେ ଆରକ୍ଷୀ ଅଧିକ୍ଷକ ବୈଠକ ଆୟୋଜନ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ,ଉପ ଜିଲ୍ଲାପାଳ ,ଧର୍ମଗଡ ଶ୍ରୀ ସଚିନ ପାୱାର, ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିଚାର ବିଭାଗୀୟ ଅଧିକାରୀ,ସହରର ବିଭିନ୍ନ ଦୂର୍ଗା ପୂଜା କମିଟିର କର୍ମକର୍ତ୍ତା,ଓକିଲ ସଂଘ ସଭାପତି ଶ୍ରୀ ସୁବ୍ରତ ବହିଦାର,ବରିଷ୍ଠ ଆଇଜୀବୀ ଶ୍ରୀ ଜଗନ୍ନାଥ ମୁଣ୍ଡ,ମନ୍ଦିର କତୃପକ୍ଷ ଶ୍ରୀ ଅଶୋକ ନେଗି,ଶ୍ରୀ ବଦ୍ରି ନାରାୟଣ ପଟ୍ଟନାୟକ,ଶ୍ରୀ ସତ୍ୟ ନାରାୟଣ ମହାପାତ୍ର, ଡି ଆଈ ପି ଆର୍ ଓ ଶ୍ରୀ ମନୋଜ ବେହେରା, ଆଇ ଆଇ ସି ଶ୍ରୀ ପ୍ରଦୀପ ଧାରୁଆ, ଆର ଟି ଓ ଶ୍ରୀ ରାମ ନିବାସ ସିର୍କା,ମସଜିଦ କମିଟି ସଭ୍ୟ,ବିଭାଗୀୟ ପଦସ୍ଥ ଅଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Related Post

ଅଚଳ ହୋଇପଡିଛି ସୋଲାର ଜଳ ପ୍ରକଳ୍ପ,କିନ୍ତୁ ଖର୍ଚ୍ଚ ହେଉଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଲକ୍ଷ ଲକ୍ଷ ଟଙ୍କା

Posted by - June 18, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ)ଅଚଳ ହୋଇପଡିଛି ସୋଲାର ଜଳ ପ୍ରକଳ୍ପ, ପାଣି ପାଇଁ ହନ୍ତସନ୍ତ ଲୋକେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କାମ ରେ…

ବାପା,ମାଁ ଛେଉଣ୍ଡ ଥିବା ୫ଜଣ ଶିଶୁଙ୍କ ଦାୟିତ୍ବ ନେଲା ଶିଶୁ ମଙ୍ଗଳ ସମିତି

Posted by - July 4, 2021 0
ବୌଦ୍ଧ:(ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଲୁଣିବାହାଲ ପଂଚାୟତ ଠୁକାସାହିରେ ରହୁଥିବା ଅଚ୍ୟୁତ ବେହେରାଙ୍କ ୩ଝିଅ, ୨ପୁଅ ଙ୍କ ପାଖରେ ପହଂଚିଲା ବୌଦ୍ଧଜିଲ୍ଲା ଶିଶୁମଙ୍ଗଳ ସମିତି । ସୁଚନାଥାଉକି…

ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାର ବ୍ଲାକ ମେଲର  ପ୍ରଦୀପ ଦାସ ଓରଫ ପିଣ୍ଟୁ ଗିରଫ

Posted by - January 7, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବହୁ ଚର୍ଚ୍ଚିତ ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାର ବ୍ଲାକ ମେଲର  ପ୍ରଦୀପ ଦାସ ଓରଫ ପିଣ୍ଟୁ ଗିରଫ । ମଂଗଳପୁର ଥାନା…

ବଲାଙ୍ଗିର ଜମି କେଳେଙ୍କାରି ପାଇଁ ଅଧିକାରୀ ଏବଂ ଜମି ଜାଲିଆତି କରିଥିବା ବ୍ୟକ୍ତି ଜେଲ ଗଲେ, ଟିଟିଲାଗଡ ଓ ମୂରିବାହାଲ ଜମି ଜାଲିଆତିରେ କେବେ ହେବ କାର୍ଯ୍ୟାନୁଷ୍ଠାନ ?

Posted by - July 26, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଦିନକୁ ଦିନ ଜମି ଜାଲିଆତି ତଥା ମିଥ୍ୟା କାଗଜପତ୍ର କରି ପଟା ବାହାର କରିବା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି,…

ଖାଦାନରେ ଚଢ଼ଉ,୨.୬କୋଟି ଟଙ୍କାର ପଥର ଜବତ, ୩ ହାଇୱା ଅଟକ

Posted by - January 30, 2019 0
ଯାଜପୁର: ଧର୍ମଶାଳା ତହସିଲର ଡଙ୍କାରୀ ପାହାଡ ବିବାଦ ଏବେ ଏନଜିଟି ଓ ସୁପ୍ରିମକୋର୍ଟ ର ବିଚାରଧୀନ ଥିବା ବେଳେ ଧର୍ମଶାଳା ତହସିଲଦାର ଓ ପୁଲିସ ଫୋର୍ସ ଆଜି…