ସ୍ୱଚ୍ଛ ଓ ସୁନ୍ଦର କରିବା ଲକ୍ଷ୍ୟରେ ସ୍ୱଚ୍ଛତା ସଚେତନତା ଶୋଭାଯାତ୍ରା

44 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଲକ୍ଷ୍ୟରେ ସ୍ୱଚ୍ଛତା ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସ୍ୱଚ୍ଛ ସର୍ଭେକ୍ଷଣ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ବିଭିନ୍ନ ପୌରପାଳିକା ପକ୍ଷରୁ ଇଣ୍ଡିଆନ ସ୍ୱଚ୍ଛ ଲିଗ ପ୍ରତିଯୋଗିତାରେ ଯାଜପୁର ପୌରପାଳିକା ଅଂଶଗ୍ରହଣ କରିଛି ।

ସହରକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ସହରବାସୀଙ୍କ ସହଯୋଗ କାମନା କରାଯାଇଛି । ଆଜି ଏହି ସ୍ୱଚ୍ଛ ସଚେତନତା କାର୍ଯ୍ୟକ୍ରମ ବିରଜା ହାଇସ୍କୁଲ ରୁ ଆରମ୍ଭ ହୋଇ ସହରପରିକ୍ରମା କରି ବିରଜା ମନ୍ଦୀର ନିକଟରେ ଶେଷ ହୋଇଛି ।

ଯାଜପୁର ବିଧାୟକଙ୍କ ପ୍ରତିନିଧି ଭବ ପ୍ରସାଦ ଦାସ,ପୌରାଧ୍ୟକ୍ଷ ରଂଜୁଲତା ହୋତା,ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳିକ,କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଜୋଷି ପ୍ରମୁଖ ଏହି ସଚେତନତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ବିରଜା ହାଇସ୍କୁଲ ର ଛାତ୍ର ଛାତ୍ରୀ,ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ,ସମସ୍ତ କାଉନସିଲର,ଗଣମାଧ୍ୟମ ପ୍ରତିନିଧି ମାନେ ସାମିଲ ହୋଇଥିଲେ ।

Related Post

ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ

Posted by - November 23, 2020 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସଦର ମହାକୁମା ସ୍ଥିତ ତୁଳସୀ ରିସୋର୍ଟ ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି…

ଚାରମାଳ ରେଞ୍ଜ ହିନ୍ଦୋଲ ଜଙ୍ଗଲରୁ ରନ୍ଧା କୁଟୁରା ମାଂସ ଓ ଦୁଇ ବନ୍ଧୁକ ସହ ୩ ଶୀକାର ଗିରଫ

Posted by - July 9, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅନ୍ତର୍ଗତ ହିନ୍ଦୋଲ ଗାଁ ପାଖ ଜଙ୍ଗଲରୁ କୁଟୁରାର ରନ୍ଧା ମାଂସ , ରୋଷେଇ ସାରଞ୍ଜାମ ,…

କଂଗ୍ରେସ ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ 

Posted by - May 22, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ପୂର୍ବତନ ପ୍ରଧାନମନ୍ତ୍ରୀ ରାଜିବଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଯାଜପୁର ଜିଲା କଂଗ୍ରେସ ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯାଜପୁରର ସହରର ବିଭିନ୍ନ ବସ୍ତି ଅଂଚଳରେ କୋରୋନା ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା । କଂଗ୍ରେସ ନେତା ସନ୍ତୋଷ ନନ୍ଦଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିଥିଲେ ।ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପ୍ରତ୍ୟେକ ପରିବାରକୁ ଶୁଖିଲା ଖାଦ୍ୟ,ମାସ୍କ ଓ ସାନିଟାଇଜର ବଂଟନ କରାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ତ୍ୟାଗ ଓ ବଳିଦାନକୁ ଆଜି ସାରା ଦେଶ ମନେ ରଖିଛି ବୋଲି ମତପ୍ରକାଶ ପାଇଥିଲା ।

ଓଡ଼ିଆପାଲି ଗାଁ ରେ ଜବର୍ ଦଖଲ ଗୋଚର ଜମି ଉଦ୍ଧାର ପାଇଁ ପ୍ରଶାସନର ସଚେତନତା ସଭା

Posted by - July 18, 2022 0
ଖପ୍ରାଖୋଲ: ୧୭/୭(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଓଡ଼ିଆପାଲି ଗାଁ ରେ ରଜସ୍ଵବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗ ର ମିଳିତ ଉଦ୍ୟମରେ ଜବର ଦଖଲ ଗୋଚର…

କମଲପୁର ମାହେଶ୍ୱରୀ ବିହାର ଠାରେ ରାଜ୍ୟ ସ୍ତରୀୟ ଯୁବ, ମହିଳା ଓପଛୁଆ ବର୍ଗ ସମାବେଶ

Posted by - November 3, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲାର ତେଲିବନ୍ଧ ପଂଚାୟତ ଅନ୍ତର୍ଗତ କମଲପୁର ମାହେଶ୍ୱରୀ ବିହାର ଠାରେ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ, ମହିଳା…